No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ବୁଧବାର ) ପୁରୀ :- କେବଳ ରକ୍ତଦାନ ନୁହେଁ, ଖୁବ ଶୀଘ୍ର ସେଣ୍ଟ ଜନ୍ ଆମ୍ବୁଲାନ୍ସ ଜଗନ୍ନାଥ ଧାମ ପୁରୀ ପକ୍ଷରୁ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ଫାଷ୍ଟଏଡ୍ ଟ୍ରେନିଂ କାର୍ଯ୍ୟକ୍ରମ, ଜିଲ୍ଲା ପ୍ରଶାସନ ସହଯୋଗରେ କରାଯିବ ବୋଲି କହିଛନ୍ତି, ଆମ୍ବୁଲାନ୍ସ ର ରାଜ୍ୟ ସଂପାଦକ ସନତ୍ କୁମାର ପଟ୍ଟନାୟକ। ସେଣ୍ଟ ଜନ୍ ଆମ୍ବୁଲାନ୍ସ ଜଗନ୍ନାଥ ଧାମ ପୁରୀ ପକ୍ଷରୁ ଜାତୀୟ ଯୁବ ଦିବସ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରକ୍ତଦାନ କାର୍ଯ୍ୟକ୍ରମ କୁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ,ଉପ ଜିଲ୍ଲାପାଳ ଭବତାରଣ ସାହୁ ଓ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ବେହେରାଙ୍କ ସହ ମିଳିତ ଉଦଘାଟନ କରି ସଂପାଦକ ଶ୍ରୀ ପଟ୍ଟନାୟକ, ପୁରୀ ର ବିଭିନ୍ନ ଅନୁଷ୍ଠାନ ର ପ୍ରତ୍ୟକ୍ଷ ଉପସ୍ଥିତି ରେ ଏଭଳି ସେବା,ଅନ୍ୟ ଜିଲ୍ଲା ପାଇଁ ଆଦର୍ଶ ହେବେ ବୋଲି ମତବ୍ୟକ୍ତ କରିଥିଲେ।

ଆମ୍ବୁଲାନ୍ସ ର ଯୁଗ୍ମ ସଂପାଦକ ମଧୁସୂଦନ ମିଶ୍ରଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ରେ ୭୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଅବସରରେ ୬୪ ବର୍ଷ ବୟସରେ ୧୦୭ ଥର ରକ୍ତଦାନ କରି ରେକର୍ଡ କରିଥିବା ବଦ୍ରି ମିଶ୍ର, ମାନବିକତା ପ୍ରଦର୍ଶନ କରି ପର୍ଯ୍ୟଟକ ଙ୍କୁ ଅର୍ଥ ଫେରାଇଥିବା ଅଟୋ ଚାଳକ ଶ୍ରବଣ କୁମାର ପ୍ରଧାନ, ଅନିରୁଦ୍ଧ ସାମନ୍ତରାୟ ଙ୍କ ସମେତ ରକ୍ତଦାତାମାନଙ୍କୁ ଅତିଥିମାନେ ସମ୍ମାନିତ କରି ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚକ୍ରଧର ମହାପାତ୍ର, ଜୟନ୍ତୀ ମହାପାତ୍ର, ଅଭିମନ୍ୟୁ ଭୂୟାଁ, ଡାକ୍ତର ଦେବ ଦାଶ,ଷ୍ଟାଲିନ୍ ପରିଜା, ବିଭୁପ୍ରସାଦ ସାହୁ, ବିଶ୍ଵନାଥ ମିଶ୍ର, ଗୋବିନ୍ଦ ପାତ୍ର, ହେକ୍ଟର ମିଶ୍ର,ମନୋଜ ରଥ, ମଧୁମିତା ମହାପାତ୍ର,ଶ୍ୟାମ ପ୍ରକାଶ ସେନାପତି,ସ୍ବାଧିନ ପଣ୍ଡା,ସଂଜୟ ପ୍ରଧାନ, ସୌମ୍ୟ ରଂଜନ ପାତ୍ର, କେଦାରନାଥ ମହାପାତ୍ର ପ୍ରମୁଖ ଯୋଗଦେଇଥିବା ବେଳେ, କମାଣ୍ଡର ଲାଲା ଅନନ୍ତ କୁମାର ସିଂହ ଙ୍କ ପରିଚାଳିତ ଏହି ଶିବିର ଆୟୋଜନ ରେ ସାଗରିକା ରଥ,ଅଜୟ ପ୍ରଧାନ,ଦୀପକ ପାତ୍ର,ନିଲା ଭାଇ ହୃଷିକେଶ ପ୍ରଧାନ, ପ୍ରିୟଙ୍କା ପାତ୍ର, ବୀରକିଶୋର, କେ.ବାପି, ସଦାନନ୍ଦ ସାହୁ , ପ୍ରଦୀପ ପ୍ରଧାନ,ରାକେଶପରିଡା, ସତ୍ୟନାରାୟଣ ସାହୁ,ସନ୍ଦୀପ ଜେନା, ଶାନ୍ତିଲତା ସାହୁ ପ୍ରମୁଖ ସହଯୋଗ କରିଥିଲେ। କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସେଣ୍ଟ ଜନ୍ ଆମ୍ବୁଲାନ୍ସ ସେବା ଉପରେ ଆଲୋଚନା କରାଯାଇଥିଲା । ସେଣ୍ଟଜୋନ ଆମ୍ବୁଲାନ୍ସ ର ସମ୍ପାଦକ ତଥା କମିଶନର ଡସନତ ପଟ୍ଟନାୟକ ଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।

No Result
View All Result