No Result
View All Result
କଟକ :- ଶାନ୍ତି ମେମୋରିଆଲ୍ର କାର୍ଡିଓଲୋଜି ବିଭାଗରେ ଏକ ନୂଆ ଷ୍ଟେଟ୍ ଅଫ୍ ଆର୍ଟ କ୍ୟାଥ୍ ଲ୍ୟାବ୍ର ଶୁଭାରମ୍ଭ କରାଯାଇଛି । ଏହି ବିଭାଗ ଏବେ ସମସ୍ତ ପ୍ରକାର ଜଟିଳ ହୃଦରୋଗର ସମ୍ପର୍କିତ ସମସ୍ୟାର ପରିଚାଳନା କରିବା ଲାଗି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ହସ୍ପିଟାଲ୍ରେ ସ୍ଥାପନ କରାଯାଇଥିବା ଏହି ନୂଆ ତଥା ଉନ୍ନତ କ୍ୟାଥ୍ ଲ୍ୟାବ୍ ଜରିଆରେ କରୋନାରି ଆଞ୍ଜିଓଗ୍ରାଫି, ପେରିଫେରାଲ୍ ଆଞ୍ଜିଓଗ୍ରାଫି, ପିଟିସିଏ, ବିଏମ୍ଭି (ବେଲୁନ୍ ମିତ୍ରାଲ ଭାଲ୍ଭୋପ୍ଲାଷ୍ଟି), ଇଲେକ୍ଟ୍ରୋଫିଜିଓଲୋଜି ଷ୍ଟଡି, ଆରଏଫ୍ଏ ୨ଡି ଓ ୩ଡି ମ୍ୟାପିଂ, ସ୍ଥାୟୀ ଭାବେ ପିସ୍ମେକର୍ ପ୍ରତ୍ୟରୋପଣ କରିବା ଆଦି କାର୍ଯ୍ୟ ଅତି ସହଜରେ ସମ୍ପାଦିତ ହୋଇପାରିବ ।

ଏହ ଅବସରରେ ଡକ୍ଟର ଶ୍ରୀଜୟ ପଟ୍ଟନାୟକ, ଚିଫ୍ ସର୍ଜନ ଓ ସିଏମଡି, ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ କହିଛନ୍ତି ଯେ, “ସମସ୍ତ ଅତ୍ୟାଧୁନିକ ସୁବିଧା ଥିବା ଲକ ଉନ୍ନତ କ୍ୟାଥ୍ ଲ୍ୟାବ୍ର ଆବଶ୍ୟକତା କଟକବାସୀଙ୍କ ଲାଗି ଦୀର୍ଘ ଦିନରୁ ଅନୁଭୂତ ହେଉଥିଲା । କଟକରେ ଏଭଳି କ୍ୟାଥ୍ ଲ୍ୟାବ୍ ସଂଖ୍ୟା ବହୁତ କମ୍ ରହିଛି ଓ ଚିକିତ୍ସା ସୁବିଧା ହାସଲ କରିବା ଲାଗି ଲୋକମାନଙ୍କୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବା ଯାତ୍ରା କରିବାକୁ ପଡ଼ୁଥିଲା । ଏଭଳିକି ସରକାରୀ ହସ୍ପିଟାଲ୍ରେ ସର୍ବଦା ଲମ୍ବା ଧାଡ଼ି ରହୁଥିବାରୁ କଟକ ସହରର ଲୋକମାନଙ୍କ ପାଇଁ ସଠିକ୍ ସମୟରେ ସଠିକ୍ ଚିକିତ୍ସା ହାସଲ କରିବା କଷ୍ଟକର ହୋଇପଡ଼ୁଛି । ସେଥିପାଇଁ ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ରେ ଖୋଲାଯାଇଥିବା ଏହି ଉନ୍ନତ କ୍ୟାଥ୍ ଲ୍ୟାବ୍କୁ କଟକବାସୀଙ୍କୁ ଭେଟିଦେବା ମୋତେ ଅତ୍ୟନ୍ତ ଆନନ୍ଦିତ କରିଛି ।’’

ଡକ୍ଟର ପ୍ରିୟଦର୍ଶୀ ତ୍ରିପାଠୀ, କନସଲଟାଂଟ୍ କାର୍ଡିଓଲୋଜିଷ୍ଟ, ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ କହିଛନ୍ତି ଯେ, “ହୃଦରୋଗୀଙ୍କ ପାଇଁ ସଠିକ୍ ସମୟରେ ହସ୍କ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହୃଦଘାତ ବେଳେ ପ୍ରଥମ ୬୦ ମିନିଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ୮-୯୦ ମିନିଟ୍ ଭିତରେ ହୃତପିଣ୍ଡରେ ଥିବା ରକ୍ତ ଯୋଗାଣ ବନ୍ଦ ହୋଇଗଲେ ସେଗୁଡ଼ିକୁ ନଷ୍ଟ ହେବା ଆରମ୍ଭ ହୋଇଥାଏ । ନଷ୍ଟର ମାତ୍ରା ଅନୁସାରେ ଡାକ୍ତର ମେଡିକାଲ୍ ପରିଚାଳନା, ଷ୍ଟେଂଟ୍ ଲଗାଇବା କିମ୍ବା ଯଥା ଶୀଘ୍ର ରକ୍ତ ପ୍ରବାହ ଆରମ୍ଭ କରିବା ଲାଗି ବାଇପାସ୍ ସର୍ଜରି କରିଥାନ୍ତି । ହୃଦଘାତ ପରେ ଜଣେ ଲୋକ ଯେତେ ଶୀଘ୍ର ଏକ ଥ୍ରୋମୋବୋଲିଟିକ୍ ଚିକି୍ସା ଗ୍ରହଣ କରିବ ସେଥିରେ ସେ ବଂଚିଯିବା ଓ ହୃତପିଣ୍ଡ ନଷ୍ଟ ନହେବାର ସମ୍ଭାବନା ବଢ଼ିଯିବ । ତେଣୁ, କଟକରେ ଏକ ଆଡଭାନ୍ସଡ୍ କ୍ୟାଥ ଲ୍ୟାବ୍ ନିଶ୍ଚିତ ରୂପେ କଟକ ଓ ଏହାର ଆଖପାଖା ଅଂଚଳରେ ଭବିଷ୍ୟତରେ ଅନେକ ମାମଲାରେ ଜୀବନ ରକ୍ଷାକାରୀ ସାବ୍ୟସ୍ତ ହେବ ।

ନୂଆ କ୍ୟାଥ୍ ଲ୍ୟାବ୍ର ଉଦଘାଟନୀ ସମାରୋହରେ ବିଶିଷ୍ଟ କାର୍ଡିଓଲୋଜି ବିଶାରଦ ପ୍ରଫେସର ଜେ ପି ଦାସ, ମୃତ୍ୟୁଞ୍ଜୟ ବେହେରା, ଅବସରପ୍ରାପ୍ତ ପ୍ରଫେସର ଏଚ୍ଓଡି, କାର୍ଡିଓଲୋଜି ବିଭାଗ, ଏସସିବି ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍, ପ୍ରଫେସର ସି ଆର ଦାସ, ମେଡିକାଲ ଡାଇରେକ୍ଟର, ଶାନ୍ତି ମେମୋରିଆଲ ହସ୍ପିଟାଲ୍, ଡକ୍ଟର ରେଖା ଦାସ, ନିର୍ଦେଶିକା, ଶାନ୍ତି ମେମୋରିଆଲ ହସ୍ପିଟାଲ୍ ଓ ଶ୍ରୀମତୀ ଏସ୍ ଜେ ବାଗ୍ଚୀ, ପରିଚାଳନା କମିଟି ସଦସ୍ୟା, ଶାନ୍ତି ମେମୋରିଆଲ ହସ୍ପିଟାଲ୍ ଉପସ୍ଥିତ ଥିଲେ ।
No Result
View All Result