• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମା’ ମାନଙ୍କୁ ବଳ ଯୋଗାଉଛି – ‘ମିଶନ ଶକ୍ତି’

Proprietor Abhimanyu Maharana by Proprietor Abhimanyu Maharana
January 4, 2022
in ଓଡ଼ିଶା, ଗଞ୍ଜାମ, ପୁରୀ, ବରଗଡ଼, ମହାନଗର, ହୋମ୍
0
ମା’ ମାନଙ୍କୁ ବଳ ଯୋଗାଉଛି – ‘ମିଶନ ଶକ୍ତି’
Share on FacebookShare on TwitterWhatsapp

ଘରର ଅର୍ଥନୀତି ସୁଧୁରିବା ସହ ସମୃଦ୍ଧ ହୋଇଛି ଗ୍ରାମୀଣ ଅର୍ଥନୀତି

୫ଟି ସହରାଞ୍ଚଳରେ ୨୨୨ଜଣ ଜଳସାଥୀ ୨୩ କୋଟି ୩ଲକ୍ଷ ଟଙ୍କାର ପାଣି ବିଲ୍‍ ଆଦାୟ କରିଥିଲେ। କୋଭିଡ ସମୟରେ ବି ମହିଳାମାନେ ଘରକୁ ଘର ବୁଲି ପାଣି ବିଲ୍‍ ଆଦାୟ କରି ୧କୋଟି ୩୩ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ହାସଲ କରିପାରିଛନ୍ତି।

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଜାନୁଆରୀ ସୋମବାର ) ଭୁବନେଶ୍ୱର :–  କରୋନାର ଦ୍ବିିତୀୟବର୍ଷରେ ବି ଅର୍ଥନୀତି ପ୍ରଭାବିତ ହୋଇଥିଲା । ରୋଜଗାର କମିଥିଲା । ଅନେକ ଲୋକ ରୋଜଗାର ହରାଇଥିଲେ । ହେଲେ ଓଡ଼ିଶାର ମହିଳାମାନେ ପରିବାରକୁ ସମ୍ଭାଳି ନେଇଥିଲେ। ଘରର ଛୋଟ ବଡ଼ ଆବଶ୍ୟକତା ପୂରଣ କରିଥିଲେ । ଏ ସବୁ ସମ୍ଭବ ହୋଇଥିଲା ରାଜ୍ୟ ସରକାରଙ୍କ ସବୁଠାରୁ ପ୍ରଭାବଶାଳୀ ଓ ଲୋକପ୍ରିୟ କାର‌୍ୟ୍ୟକ୍ରମ ‘ମିଶନ ଶକ୍ତି’ ପାଇଁ । କେବଳ ଘରର ଅର୍ଥନୀତି ସ୍ଥିର ହୋଇଥିଲା ତାହା ନୁହେଁ; ଗ୍ରାମୀଣ ଅର୍ଥନୀତି ମଧ୍ୟ ସମୃଦ୍ଧ ହୋଇଥିଲା। ଲକ୍‌ଡାଉନ ଓ ସଟ୍‌ଡାଉନରେ ବି ମହିଳାମାନଙ୍କୁ ରୋଜଗାରର ରାହା ଦେଖାଇଛି ‘ମିଶନଶକ୍ତି’। କର୍ମତତ୍ପରତା ଓ ନିଷ୍ଠା ଦେଖି ଏସ୍‌ଏଚ୍‌ଜି ସଦସ୍ୟାଙ୍କ କାନ୍ଧରେ ଅନେକ ଗୁରୁଦାୟିତ୍ବ ଦେଇଛନ୍ତି ସରକାର ।

ମାସ୍କ ଦେଇଛି ରୋଜଗାର

ଲକ୍‍ଡାଉନ ସମୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ମାସ୍କ ତିଆରି କରି ହୋଇପାରିଛନ୍ତି ସ୍ୱାବଲମ୍ବୀ। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‍ମାସ୍‍ ସହାୟତାରେ ଲକ୍ଷ ଲକ୍ଷ ମାସ୍କ ବିକ୍ରି କରିପାରିଛନ୍ତି। ମହିଳା ସ୍ୱୟଂସହାୟକ ଗ୍ରୁପ୍‍ର ସଦସ୍ୟାମାନେ ୧କୋଟି ଟଙ୍କାର ମାସ୍କ ବିକ୍ରି କରିପାରିଛନ୍ତି। ଏସ୍‍ଏଚ୍‍ଜିଙ୍କ ଏହି ଅଭିଯାନରେ ସୋନପୁର, ବରଗଡ଼଼, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର ଭଳି ଜିଲ୍ଲାରୁ ମାସ୍କ ତିଆରି କରି ବିକ୍ରି କରାଯାଇଛି। ଯାହାକି ମହିଳାଙ୍କୁ ସାମାଜିକ, ଅର୍ଥନୈତିକ ଭାବେ ଦୃଢ କରିବାରେ ସହାୟକ ହୋଇପାରିଥିଲା ।

ଆହାର ଓ ଆଶ୍ରୟ ଦାୟିତ୍ବରେ ମାଆ

ରାଜ୍ୟର ୧୫୭ଟି ମିଶନ ଶକ୍ତିର ୨ହଜାରରୁ ଊର୍ଦ୍ଧ୍ବ ମହିଳା ସହରାଞ୍ଚଳରେ ଥିବା ୧୬୬ରୁ ଊର୍ଦ୍ଧ୍ବ ଆହାର କେନ୍ଦ୍ରର ପରିଚାଳନାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। କମ୍ୟୁନିଟି ଅନୁଷ୍ଠାନ ମାଧ୍ୟମରେ ଲୋକମାନଙ୍କର କାଉନସେଲିଂ କରି ନିରାଶ୍ରିତ ଏବଂ ଅସହାୟ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର ତାଲିକା ପ୍ରସ୍ତୁତ କରି ସେମାନଙ୍କ ସୁରକ୍ଷିତ ଜୀବନଯାପନ ପାଇଁ ଦାୟିତ୍ୱ ନେଇଛନ୍ତି। ପ୍ରାଥମିକ ପର‌୍ୟ୍ୟାୟରେ ୩ଟି ଜିଲ୍ଲାର ପୌରାଞ୍ଚଳରେ ଏହି ସେବାରେ ଏସ୍‍ଏଚ୍‍ଜି ମା’ମାନଙ୍କୁ ସାମିଲ କରାଯାଇଛି। ସହରାଞ୍ଚଳ ବାସହରାଙ୍କ ଦାୟିତ୍ୱ ନେଇଛନ୍ତି ମିଶନଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ନିରାଶ୍ରିତ ଏବଂ ବାସହରାମାନେ କିଭଳି ଖୋଲା ଆକାଶ ତଳେ ଶୋଇବେ ନାହିଁ ଏବଂ ସୁରକ୍ଷିତଭାବେ ରାତ୍ରି ଆଶ୍ରୟସ୍ଥଳୀକୁ ଆସିବେ ଏବଂ ଜୀବନଯାପନ କରିବେ ସବୁକିଛିର ଦାୟିତ୍ୱ ମା’ମାନଙ୍କୁ ଦିଆଯାଇଛି। କମ୍ୟୁନିଟି ଅନୁଷ୍ଠାନ ମାଧ୍ୟମରେ ଲୋକମାନଙ୍କର କାଉନସେଲିଂ କରି ନିରାଶ୍ରିତ ଏବଂ ଅସହାୟ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର ତାଲିକା ପ୍ରସ୍ତୁତ କରି ସେମାନଙ୍କ ସୁରକ୍ଷିତ ଜୀବନଯାପନ ପାଇଁ ଦାୟିତ୍ୱ ନେଇଛନ୍ତି। ପ୍ରାଥମିକ ପର‌୍ୟ୍ୟାୟରେ ୩ଟି ଜିଲ୍ଲାର ପୌରାଞ୍ଚଳରେ ଏହି ସେବାରେ ଏସ୍‍ଏଚ୍‍ଜି ମା’ମାନଙ୍କୁ ସାମିଲ କରାଯାଇଛି।

ମହିଳାଙ୍କୁ ଜଳଯୋଗାଣ ପରିଚାଳନା ଦାୟିତ୍ୱ

ସହରବାସୀଙ୍କୁ ୨୪ଘଣ୍ଟିଆ ପାଇପ୍‍ ପାଣି ଯୋଇଦେବା ପାଇଁ ରାଜ୍ୟସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ଜଳସାଥୀ’ଭାବେ ମହାମାରୀ ସମୟରେ ବି ମା’ମାନେ ବିଲ୍‍ କଲେକ୍ସନ୍‍ କରିଛନ୍ତି। ପାଣି ବିଲ୍‍ ସଂଗ୍ରହ, ନୂତନ ପାଣି ଯୋଗାଣ ଓ ପାଣିର ମାନ ପରୀକ୍ଷା ମହିଳା ସ୍ୱୟଂ ସହାୟକଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯିବାର ପରିକଳ୍ପନା ଏବେ ସଫଳ ରୂପ ନେଇଛି। ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ୱାଟ୍କୋ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଏସ୍‍ଏଚ୍‍ଜିମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ୫ଟି ସହରାଞ୍ଚଳରେ ୨୨୨ଜଣ ଜଳସାଥୀ ୨୩ କୋଟି ୩ଲକ୍ଷ ଟଙ୍କାର ପାଣି ବିଲ୍‍ ଆଦାୟ କରିଥିଲେ। କୋଭିଡ ସମୟରେ ବି ମହିଳାମାନେ ଘରକୁ ଘର ବୁଲି ପାଣି ବିଲ୍‍ ଆଦାୟ କରି ୧କୋଟି ୩୩ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ହାସଲ କରିପାରିଛନ୍ତି।

କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ

ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗରୁ ପୃଥକ୍‍ ହୋଇ ସ୍ୱତନ୍ତ୍ରଭାବେ କାର‌୍ୟ୍ୟକ୍ଷମ ହେଲା ‘ମିଶନ ଶକ୍ତି ବିଭାଗ’। ଏହାସହିତ ମିଶନ ଶକ୍ତି ନିର୍ଦ୍ଦେଶାଳୟ, ଓଡ଼ିଶା ଜୀବିକା ମିଶନ୍‍ ଓ ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍‍ ଅନ୍ତର୍ଗତ ରାଜ୍ୟ, ଜିଲ୍ଲା, ବ୍ଲକ, ଗ୍ରାମ ପଞ୍ଚାୟତଏବଂ ଗାଁସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ସମସ୍ତ କାର‌୍ୟ୍ୟକ୍ରମ ଓ ଭିତ୍ତିଭୂମି, ଆସବାବପତ୍ର ଇତ୍ୟାଦି ମିଶନ ଶକ୍ତି ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଓ ପରିଚାଳନାରେ ରହିଛି।

କରୋନା କାଳରେ ବିଲ୍‍ ଆଦାୟ

୧୧ଶହ ୧୫ ଏସ୍‍ଏଚ୍‍ଜି ଗ୍ରାମାଞ୍ଚଳର ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ଇଲେକ୍ଟ୍ରିସିଟି ମିଟର ରିଡିଂ, ବିଲିଂ ପ୍ରଦାନ ସହ ବିଲ୍‍ ଆଦାୟରେ ନିୟୋଜିତ ହୋଇଛନ୍ତି। ୭କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଇଲେକ୍ଟ୍ରିକ୍‍ ବିଲ୍‍ ଆଦାୟ କରିଛନ୍ତି। ଏଥିପାଇଁ ମହିଳା ଗୋଷ୍ଠୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ଦିଆଯାଇଛି। ହାତରେ ମିଟର ରିଡିଂ ମେସିନ୍‍ ସହିତ ପ୍ରିଣ୍ଟର ଏବଂ ସ୍ମାର୍ଟ ଫୋନ୍‍ ଧରି ବିଲିଂ କାର‌୍ୟ୍ୟରେ ରହିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରେ ୧ହଜାର ୭୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଏହି ସେକ୍ଟରରେ ୮୯.୩୧କୋଟି ଟଙ୍କା ଆଦାୟ କରାଯାଇଥିଲା।

ମା’ଙ୍କୁ ୪୫୩କୋଟିର କୋଭିଡ୍ ସହାୟତା

ରାଜ୍ୟ ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ଶହ୫୩.୫୦କୋଟି ଟଙ୍କାର କୋଭିଡ ସହାୟତା। ରାଜ୍ୟର ୩ଶହ ୩୮ଟି ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ‘ମିଶନ ଶକ୍ତି ଭବନ’ ନିର୍ମାଣ ପାଇଁ ୫୦ଲକ୍ଷ ଟଙ୍କା ଲେଖାଏଁ ହିସାବରେ ୧ଶହ୬୯ କୋଟି ଟଙ୍କା ପ୍ରଦାନ କରାଯିବ। ଏହାସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ୨ଶହ କୋଟି ଟଙ୍କା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଗତ ୨ବର୍ଷରେ ମିଶନ ଶକ୍ତିର ବିଭିନ୍ନ ସ୍ୱୟ ସହାୟକ ଗୋଷ୍ଠୀ ମାନଙ୍କଠାରୁ ୨୮ଶହ କୋଟି ଟଙ୍କାର ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରାଯାଇଛି। ୨୦୨୧-୨୨ ବର୍ଷ ପାଇଁ ମିଶନ ଶକ୍ତିର ମା’ମାନଙ୍କ ପାଇଁ ୬ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି ।

ମିଶନାରୀ ଅନୁଷ୍ଠାନର ଅନ୍ତେବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନଟ୍ଟ

ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦିଆଯାଇଛି। ମିଶନ ଶକ୍ତିର ମା’ମାନେ ଏ ବର୍ଷ ଏପର‌୍ୟ୍ୟନ୍ତ ୬ହଜାର କୋଟି ଟଙ୍କାର ଋଣ ନେଲେଣି। ଏହି ଋଣ ପାଇଁ ସୁଧ ରିଆତି ବାବଦରେ ୨୦୦ କୋଟି ଟଙ୍କା ଦିଆଯାଇଛି। ମା’ମାନେ ନୂଆ ନୂଆ ବ୍ୟବସାୟରେ ଏହାକୁ ବିନିଯୋଗ କରିଛନ୍ତି।

ଅବ୍ୟବହୃତ ସମ୍ପତ୍ତି ମିଶନ ଶକ୍ତି ମହାସଂଘକୁ ହସ୍ତାନ୍ତର

ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ସଶକ୍ତ, ଆତ୍ମନିର୍ଭରଶୀଳ ଭାବେ ଗଢ଼ିତୋଳିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ,ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାମାନଙ୍କରେ ରହିଛି ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି ଯଥା ସରକାରୀ କୋଠା,ଦୋକାନ ଘର ଗଡ଼଼ିଆ ପୋଖରୀ ଇତ୍ୟାଦି ରହିଛି। ଏଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲା ବ୍ଳକ ଓ ପଞ୍ଚାୟତରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଗଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏହାକୁ ସେ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଲଗାଇ ପାରିବେ। ଯାହାଫଳ ରେ ସାଧାରଣ ଲୋକ ଉପକାର ପାଇବା ସହ ମିଶନ ଶକ୍ତିର ମାମାନେ ତାକୁ ଆର୍ଥିକ କାର‌୍ୟ୍ୟରେ ଲଗାଇ ପାରିବେ।

ଇ-ମାର୍କେଟିଂର ଶୁଭାରମ୍ଭ

ମିଶନ ଶକ୍ତିର ମାଆମାନଙ୍କୁ ସୁଧ ରିଆତି ବାବଦରେ ୨୦୦ କୋଟି ଟଙ୍କା ପ୍ରଦାନ ସହ, ମୁଖ୍ୟମନ୍ତ୍ରୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍‍ଲାଇନ ପୋର୍ଟାଲର ଶୁଭାରମ୍ଭ କରାଯିବା ସହ ଓରମାସ୍‍ ପରିସରରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତି ରଖାଯାଇଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଅର୍ଥ ପ୍ରଦାନ କରାଯିବ। ରାଜ୍ୟ ସରକାର ମିଶନ ଶକ୍ତି ଫେଡେରେସନର ଇସି ସଦସ୍ୟ ମାନଙ୍କ ବୈଠକ ବାବଦ ଖର୍ଚ୍ଚ ଓ ଗସ୍ତ ପାଇଁ ଭତ୍ତା ପ୍ରଦାନ କରିବେ। ଏଥିପାଇଁ ସେ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପଞ୍ଚାୟତ ସ୍ତରରେ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‍ମାନଙ୍କ ପୋଷାକ ପାଇଁ ଭତ୍ତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ବ୍ୟାଙ୍କ୍‍ ସଖୀ

ଏବେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବାର ସୁବିଧା ପାଇଁ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ରହିଛନ୍ତି ‘ସଖୀ’। ଏଥିପାଇଁ ବ୍ୟାଙ୍କ ସଖୀ ଭାବରେ ମିଶନ ଶକ୍ତି ବିଭାଗ ବିଭିନ୍ନ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇଛି। ୧୨୫୨ରୁ ଊର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ବ୍ୟାଙ୍କିଙ୍ଗ୍ ସେବାରେ ନିୟୋଜିତ ହୋଇଛନ୍ତି। ସେମାନଙ୍କ ଦ୍ୱାରା ଏବେ ସୁଦ୍ଧା ୨୩୦କୋଟି ଟଙ୍କାର ଅର୍ଥ କାରବାର ହୋଇଛି। ସଞ୍ଚୟ, ଜମା, ଅର୍ଥ ଉଠାଣ, ଅର୍ଥ ପ୍ରେରଣ, ବୀମା ଆଦି ବ୍ୟାଙ୍କ୍‍ ସେବାକୁ ଉପଲବ୍ଧ କରାଇବା ଲକ୍ଷ୍ୟରେ ଓ ଗ୍ରାମାଞ୍ଚଳରେ ଗୁଣାତ୍ମକ ତଥା ଫଳପ୍ରଦ ଆର୍ଥିକ ସେବା ଯୋଗାଇବା ଦିଗରେ ଏସ୍‍ଏଚ୍‍ଜିଙ୍କୁ ଆର୍ଥିକ କ୍ରିୟାକଳାପରେ ସାମିଲ କରିବାରେ ବ୍ୟାଙ୍କ ସଖୀ ଗୁରୁତ୍ୱପୂର୍ଣ୍ଣ ମାଇଲ୍‍ଖୁଣ୍ଟ ସାବ୍ୟସ୍ତ ହୋଇଛି। ମହାମାରୀ ସମୟରେ ବ୍ୟାଙ୍କ୍‍ ସଖୀଙ୍କ ଜରିଆରେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କ ନିକଟରେ ପହଞ୍ଚିପାରୁଛି ଏହି ସେବା।

ପ୍ରଥମ ମିଶନ ଶକ୍ତି କାଫେ

ମା’ମାନଙ୍କ ହାତରେ ଓଡ଼ିଶାର ପ୍ରଥମ ମିଶନ ଶକ୍ତି କାଫେ। କେନ୍ଦ୍ରାପଡ଼ା ବ୍ଲକରେ ପ୍ରଥମ କରି ଜୟ ମା ତାରିଣୀ ଏସ୍‍ଏଚଜି ଦ୍ୱାରା ଆରମ୍ଭ କରାଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳମାନେ ଏଥିପାଇଁ ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ରନ୍ଧା ଯାଇ ଲୋକଙ୍କୁ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି। ଏହି କାଫେରେ ମହିଳାମାନେ ରୋଷେଇଶାଳରେ ରୋଷେଇ କରିବାଠାରୁ ଆରମ୍ଭ କରି ପରଶିବା ସହ ପାର୍ସଲ ମଧ୍ୟ କରୁଛନ୍ତି।

ମା’ଙ୍କୁ ‘ମୋ ସ୍କୁଲ’ ଦାୟିତ୍ୱ

ମିଶନ ଶକ୍ତି ଅଧୀନରେ କାମ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ‘ମୋ ସ୍କୁଲ’ ଅଭିଯାନର ଦାୟିତ୍ୱ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ସ୍କୁଲର ବିକଶିତ ଭିତ୍ତିଭୂମିର ରକ୍ଷଣାବେକ୍ଷଣା ଦାୟିତ୍ୱ ଦିଆଯିବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

March 13, 2026
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

March 13, 2026
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version