No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ବୁଧବାର ) କଳାହାଣ୍ଡି :- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରେ ଚିକିତ୍ସିତ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ ପାଇଁ କଳାହାଣ୍ଡି ଜିଲ୍ଲାପାଳ ଡ଼ ଗାଭାଳି ପରାଗ ହର୍ଷଦ୍ , ଆରକ୍ଷୀ ଅଧିକ୍ଷକ ଡ ଶ୍ରବଣା ବିବେକ ଏମ୍ ଓ ସିଡିଏମଓ ଡ ରଞ୍ଜନ କୁମାର ମିତ୍ରଙ୍କ ଉପସ୍ଥିତିରେ ଭବାନୀପାଟଣା ସହର ସ୍ଥିତ ମା ମାଣିକେଶ୍ଵରୀ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ,ଶ୍ରୀ ବାଲାଜୀ ନର୍ସିଂ ହୋମ୍ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟକୁ ପରିଦର୍ଶନ କରିଥଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ବି ଏସ୍ କେ ୱାଇର ସ୍ମାର୍ଟ କାର୍ଡ ପାଇଥିବା ହିତାଧିକାରୀମାନେ କିଭଳି ଚିକିତ୍ସା ସେବା ପାଉଛନ୍ତି ଓ ଉପକୃତ ହେଉଛନ୍ତି ତାହା ଅନୁଧ୍ୟାନ ପାଇଁ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।
ଶ୍ରୀ ବାଲାଜୀ ନର୍ସିଂ ହୋମରେ ବି ଏସ୍ କେ ୱାଇ କାର୍ଡ ଧାରୀ ୬ ଜଣ ରୋଗୀ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟରେ ଚକ୍ଷୁ ଅସ୍ତ୍ରୋପଚାର ହୋଇଥିବା ୩ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରିଥିଲେ। ରୋଗୀମାନେ ଭଲ ଚିକିତ୍ସା ପାଉଛନ୍ତି ଓ ଶୀଘ୍ର ସୁସ୍ଥ ହେବାର ଆଶା ରଖିଛନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ପ୍ରକାଶ କରିଥିଲେ । ସେ ଭଳି ଗତ ୧୮ ତାରିଖ ରୁ ବି ଏସ୍ କେ ୱାଇ କାର୍ଡ ଧାରୀ ରୋଗୀଙ୍କ ଚିକିତ୍ସା ମାଗଣାରେ ସୁଯୋଗ ନ ଦେବା ସମ୍ପର୍କିତ ଅଭିଯୋଗ ଶୁଣି ମା ମାଣିକେଶ୍ଵରୀ ମଲ୍ଟି ସ୍ପେଶିଆଲିଟି କତୃପକ୍ଷଙ୍କୁ ତାଗିଦ୍ କରିଥିଲେ ଏବଂ ଏ ସମ୍ପର୍କୀୟ କାରଣ ଦର୍ଶାଅ ନୋଟିସ ପ୍ରେରଣ କରାହେବ ବୋଲି ପ୍ରକାଶ କରିଥିଲେ ।
ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କାର୍ଡଧାରୀ ରୋଗୀଙ୍କ ଚିକିତ୍ସା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ଡାକ୍ତରଙ୍କୁ କହିଥିଲେ ଏବଂ କତୃପକ୍ଷ ଚିକିତ୍ସା ସୁବିଧା ବିନା ଦେୟରେ କରିବାକୁ ରାଜି ହୋଇଥିଲେ।
No Result
View All Result