No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଡିସେମ୍ବର ସୋମବାର) କଳାହାଣ୍ଡି :- ବିଜେଡ଼ି ଉପରେ ରାଜ୍ୟବାସୀଙ୍କର ଥିବା ଆସ୍ଥାକୁ ବଜାୟ ରଖିବା ସହ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମ ନବୀନ ପଟ୍ଟନାୟକ ଯେଉଁ ଆହ୍ୱାନ ଦେଇଛନ୍ତି। ତାହାକୁ ତୃଣମୂଳ ସ୍ତରରୁ ଆରମ୍ଭ କରିବାର ସଙ୍କଳ୍ପ ନେଇ ନର୍ଲା ବିଜେଡି ପକ୍ଷରୁ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ନର୍ଲା ବ୍ଳକ ଅନ୍ତର୍ଗତ ବାଲିପଡା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ରାଜ୍ୟସଭା ସାଂସଦ ସୁଜିତ କୁମାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦାନ କରି ବିଜେଡ଼ି ଦଳକୁ ରାଜ୍ୟବାସୀଙ୍କ ମେରୁଦଣ୍ଡ ସହ ତୁଳନା କରିଥିଲେ ।
ସଭାରେ ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବିଜେଡ଼ି ବ୍ଳକ ସଭାପତି ପରେଶ ପଧାନ, ନର୍ଲା ବିଜେଡି ନାରୀନେତ୍ରୀ ପ୍ରମିଳା ପଧାନ,ତୁଲାପଡା ସରପଞ୍ଚ ଲେମ୍ବୁ ମାଝୀ,ରେତ ପ୍ରକଳ୍ପ ସଭାନେତ୍ରୀ ଚନ୍ଦ୍ରକାନ୍ତି ମେହେର, ପୂର୍ବତନ ସରପଂଚ ହମେଶ ଜୈନ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ନୀଳମଣି ସାହୁ, ପରେଲସିଙ୍ଗା ପୂର୍ବତନ ସରପଂଚ ପ୍ରମିଳା ସାହୁ, କେସିଙ୍ଗା ବ୍ଳକ ସଭାପତି ସନ୍ତୋଷ ଶର୍ମା , ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ, ବିଜେଡ଼ି ଯୁବଛାତ୍ର ସଭାପତି ହରିଶଙ୍କର ମାଝୀ, ମନମୋହନ ନାଏକ,ଦୁର୍ଲ୍ଲଭ ମାହାର, ଜୟନ୍ତ ଗଉଡ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଜେଡ଼ି ନେତା କୈାତୁକ ଖମାରୀ ମଞ୍ଚ ପରିଚାଳନା କରିଥିଲେ । ସଭା ସ୍ଥଳରେ ମିଶନ ଶକ୍ତି, ସ୍ଵୟଂସହାୟକ ଗୋଷ୍ଠୀ ମହିଳା ସହ ବହୁଳ ଭାବରେ ବିଜେଡ଼ି କର୍ମୀ, ଜନସାଧାରଣ ଯୋଗଦାନ କରିଥିଲେ।
No Result
View All Result