No Result
View All Result
୨୫କେଜି ରେ ପ୍ରସ୍ତୁତ ଏକ ମିଠେଇ ବିଧାୟକ ପ୍ରଦର୍ଶନ କରିଥିଲେ ।
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଡିସେମ୍ବର ସୋମବାର) ରଣପୁର ବ୍ଲକ ଚାନ୍ଦପୁର :- ନୟାଗଡ଼ ଜିଲା ରଣପୁର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଚାନ୍ଦପୁର ଐତିହାସିକ ଦଶଦୋଳ ପଡ଼ିଆଠାରେ ଦଳର ୨୫ତମ ପ୍ରତିଷ୍ଠା ଦିବସ ଖୁବ୍ ଧୂମଧାମରେ ଡ଼ିସେମ୍ବର ୨୬ତାରିଖ ଅପରାହ୍ନରେ ମାନ୍ୟବର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ସଭାସ୍ଥଳକୁ ବିଭିନ୍ନ ପଞ୍ଚାୟତର କର୍ମୀମାନେ ରଂଗାରଂଗ ଶୋଭାଯାତ୍ରାରେ ଆସିଥିଲେ ।
ଦଳୀୟ ସଭାପତି ପାଣ୍ଡବ ସେଠୀଙ୍କ ସଭାପତିତ୍ଵରେ ପ୍ରାୟ ଦୁଇହଜାର କର୍ମୀଙ୍କୁ ନେଇ ସଭା ହୋଇଥିଲା । ସଭାପୂର୍ବରୁ ଆଞ୍ଚଳିକ କଳାକାର ମାନେ ଲୋକଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ୨୫କେଜି ରେ ପ୍ରସ୍ତୁତ ଏକ ମିଠେଇ ବିଧାୟକ ପ୍ରଦର୍ଶନ କରିଥିଲେ । ସଭାରେ ମହିଳାଙ୍କ ସଂଖ୍ୟା ଅଧିକ ଥିବାର ଜଣାଯାଉଥିଲା । ପଞ୍ଚାୟତ ନିର୍ବାଚ଼ନ,ଦଳର ଶୁଭକାମନା,ନବୀନବାବୁଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ବକ୍ତାମାନେ ବକ୍ତବ୍ୟ ରଖିଥିଲେ ।
ସର୍ବଶ୍ରୀ ଦେବାଶିଷ ପଟ୍ଟନାୟକ,ସୁରେଶ ମିଶ୍ର,ସଚ଼ିକାନ୍ତ ଷଡଙ୍ଗୀ,ନର୍ମଦା ରାୟ,ଅଶୋକ ସାହୁ,ଅରୁଣ ସୁବୁଦ୍ଧି,ପତିଭା ମହାନ୍ତି ଓ ମନୋଜ ଦାସ ,ଗିରିଜା କାନ୍ତ ମହାପାତ୍ର, ପ୍ରଭାତ ଦଳବେହେରା,ନିରୁପମା ପ୍ରଧାନ, ସ୍ବର୍ଣ୍ଣ ପ୍ରକାଶ ରାଉତରାୟ ,ପ୍ରମୁଖ ପ୍ରେରଣାଦାୟୀ ଭାଷଣ ରଖିଥିଲେ I ବିଧାୟକ ସତ୍ୟ ନାରାୟଣ ପ୍ରଧାନ ବିଜୁ ଜନତା ଦଳ ସାଢ଼େ ୪କୋଟି ଓଡ଼ିଆଙ୍କ ବଳ ଓ ସ୍ୱାସ୍ଥ୍ୟବୀମା ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।
ପରେ ପରେ ଦଳୀୟ ମୁଖ୍ୟାଳୟରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇ ଉପସ୍ଥିତ କର୍ମୀମାନଙ୍କୁ ଦୃଶ୍ୟଶ୍ରାବ୍ୟର ବ୍ୟବସ୍ଥା ହୋଇଥିଲା ାବରିଷ୍ଠ ବିଜେପି ନେତା ବାନାମ୍ବର ପଣ୍ଡିତଙ୍କ ସମେତ ପ୍ରାୟ ଦଶଜଣ ବିଜେଡ଼ି ଦଳରେ ସାମିଲ ହୋଇଥିଲେ । ଏଭଳି ବିଶାଳ ସଭାର ସଫଳ ଆୟୋଜନ ପାଇଁ ଆଞ୍ଚଳିକ କର୍ମୀମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି I
ଏହାର ସଫଳ ପ୍ରଭାବ ଆଗାମୀ ଦିନରେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଯାଉଛି I ଅନେକ କର୍ମୀ ବକ୍ତବ୍ୟ ରଖିପାରି ନଥିବାରୁ ଦଃୁଖ ପ୍ରକାଶ କରିଛନ୍ତି । ସମୟର ନିର୍ଦ୍ଧାରଣ ଦୃଷ୍ଟିରୁ ଏହା ସମ୍ଭବ ହୋଇପାରିନଥିଲା ବୋଲି ଦଳୀୟ କର୍ମକର୍ତା ସ୍ବୀକାର କରିଛନ୍ତି । ଯୁବ ସଭାପତି ରଶ୍ମିରଜନ ସାହୁ ସଭାର ସାଫଲ୍ୟ ନେଇ ସନ୍ତୋଷବ୍ୟକ୍ତ କରିଛନ୍ତି । ଖୁବଶୀଘ୍ର ଚାନ୍ଦପୁରଜୋନର ଅନେକ ବିପକ୍ଷକର୍ମୀ ମିଶିବାନେଇ ଯୋଗାଯୋଗରେ ଅଛନ୍ତି ।
No Result
View All Result