No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ରବିବାର) ବଡ଼ଚଣା :- ୨୯ତମ ରାଜ୍ୟ ସ୍ତରୀୟ ସିନିୟର୍ ବଲ ବ୍ୟାଡ ମିଣ୍ଟନ ଚାମ୍ପିଅନ ସିପ ଶୁଭାରମ୍ଭ ଛତିଆ ସ୍ଥିତ ହାଡ଼ିଦାସ ମହା ଦିଦ୍ୟାଳୟ କ୍ୟାମ୍ପସ ମଧ୍ୟ ରେ ଖେଳ ଆରମ୍ଭ ହୋଇ ଯାଇଛି।ଏହି ତ୍ରି ଦିବାସୀୟ ଖେଳ ପ୍ରତିଯୋଗିତା କୁ ନିମନ୍ତ୍ରିତ ଅତିଥି ଭାବେ ପ୍ରଦୀପ ପ୍ରଜ୍ଯୋଲନ କରି ଅନୁଷ୍ଠାନିକ ଭାବେ ଦର୍ପଣ ତହସିଲ ର ତହସିଲଦାର ପ୍ରଦୀପ୍ତ କୁମାର ସେଠୀ ଶୁଭାରମ୍ଭ କରିଥିଲେ ।

ଏହି ରାଜ୍ୟ ସ୍ତରୀୟ ସିନିଅର ବ୍ୟାଡ ମିଣ୍ଟନ ଚାମ୍ପିଅନ ସିପ ପ୍ରତିଯୋଗିତାରେ ରାଜ୍ୟ ବିଭିନ୍ନ ଜିଲ୍ଲା ର ଉଭୟ ପୁରୁଷ ଓ ମହିଳା ବିଭାଗ ରୁ ୨୪ ଗୋଟି ଦଳ ଭାଗ ନେଇ ଥିବା ସୂଚନା ମିଳିଛି । ତେବେ ବିଭିନ୍ନ ଜିଲ୍ଲାରୁ ମହିଳା ବିଭାଗ ରେ ୧୮ ଗୋଟି ଦଳ ଭାଗ ନେଇ ଥିବା ବେଳେ , ୬ଗୋଟି ଦଳ ପୁରୁଷ ଖେଳାଳି ଭାଗ ନେଇଛନ୍ତି । ଏହି ପ୍ରତି ଯୋଗିତା ତିନିଦିନ ଧରି ଖେଳା ଯିବାକୁ ରହିଥିବା ସୂଚନା ଦେଇ ଛନ୍ତି ରାଜ୍ୟ ବ୍ୟାଡମିଣ୍ଟନ ଆସୋସେଶନ ର ରାଜ୍ୟ ସମ୍ପାଦକ ସୁକାନ୍ତ ଦାସ ।

ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚନା କରିବା ପାଇଁ ଯାଜପୁର ଜିଲ୍ଲା ବ୍ୟାଡମିଣ୍ଟନ ଆସୁସେଶନ ର ସମ୍ପାଦକ ଶଙ୍କର କୁମାର ମହାପାତ୍ର କୋଭିଡ ଗାଇଡ ଲାଇନ ଭିତରେ ପରିଚାଳନା କରାଯାଉ ଥିବା ସୂଚନା ଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ଯାଜପୁର ଜିଲ୍ଲା ବଲ ବ୍ୟାଡ ମିଣ୍ଟନ ସଭାପତି ଧନେଶ୍ୱର ବେହେରା,ଜିଲ୍ଲା ଉପ ସଭାପତି ଶ୍ରୀଧର ମହାନ୍ତି,ଜିଲ୍ଲା ସମ୍ପାଦକ ଶଙ୍କର ମହାପାତ୍ର ଓ ବିଭିନ୍ନ ଜିଲା ରୁ ଆସିଥିବା ଅଧିକାରୀ ଓ ପ୍ରଶିକ୍ଷକ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

No Result
View All Result