No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ରବିବାର) ଓଡ଼ଗାଁ :- ଓଡ଼ଗାଁ ଏନ୍.ଏ.ସି ଏବଂ ବ୍ଲକ, ବିଜେଡି ପକ୍ଷରୁ ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି । ବ୍ଲକରୋଡସ୍ଥିତ ଇନଡୋର ଷ୍ଟାଡିୟମଠାରେ ବ୍ଲକ ବିଜେଡି ସଭାପତି ସୁର୍ଯ୍ୟ ନାରାୟଣ ଚୋୖଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ କୃଷିମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିଲେ । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ବିଜୁ ଜନତା ଦଳ ଏକମାତ୍ର ଆଞ୍ଚଳିକ ଦଳ ଭାବେ ଦୀର୍ଘ ୨୫ ବର୍ଷ ଧରି ଭାରତବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ନିରବଚ୍ଛିନ୍ନ ଭାବେ ସାଧାରଣ ଜନତାଙ୍କ ଆଶୀର୍ବାଦ ଲାଭ କରିପାରିଛି ।
୨୫ବର୍ଷ ତଳୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଅଛି, ଦଳର ହଜାର ହଜାର କର୍ମୀ ,ଭାଇ ଭଉଣୀଙ୍କର ତ୍ୟାଗ,ପରିଶ୍ରମ ଏବଂ ପ୍ରତିଷ୍ଠାର ଏହା ପ୍ରତିଫଳନ । ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ପ୍ରତି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଉଠାଇବା ସହ କେନ୍ଦ୍ର ସରକାରଙ୍କୁ ଦରଦାମ ବୃଦ୍ଧି ପ୍ରସଙ୍ଗରେ ବର୍ଷିଛନ୍ତି । କେବଳ ମିଥ୍ୟା ଦେଶପ୍ରେମର ଦ୍ୱାହି ଦେଇ ଦେଶବାସୀଙ୍କୁ କେନ୍ଦ୍ର ସରକାର ଠକିଛନ୍ତି ବୋଲି କହିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ କେନ୍ଦ୍ର ସରକାର ସଂରକ୍ଷଣ ଦେବା କଥା କିନ୍ତୁ ଏହା ସେ କରିନାହାନ୍ତି ବିଜୁ ଜନତା ଦଳ ଆଗାମୀ ନିର୍ବାଚନରେ ୪୦% ସଂରକ୍ଷଣ ଦେବ ବୋଲି ନିଜର ସ୍ପଷ୍ଟ ମତ ରଖିଛନ୍ତି ।
ରାଜନୀତି ମାଧ୍ୟମରେ ସମାଜସେବା କରିବାକୁ ନିଜର କର୍ମୀଙ୍କୁ ଆହ୍ୱାନ ଦେବା ସହ ଜନପ୍ରତିନିଧି ଠିକାଦାର ସୃଷ୍ଟି କରିପାରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଏନ୍.ଏ.ସି ବିଜେଡି ସଭାପତି ରବୀନ୍ଦ୍ର ପୃଷ୍ଟି, ଏନ୍.ଏ.ସି ଯୁବ ବିଜେଡି ସଭାପତି ପ୍ରଭାତ ଅଧିକାରୀ ,ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ ,ଯୁବ ସଂଗଠକ ବିଜନ ପାଇକରାୟ, ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ ,ଦେବରାଜ ବେହେରା, ଦିବାକର ନାୟକ ପ୍ରମୁଖ ଉପସ୍ଥିତ ରହି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ସହ ୨୫ ବର୍ଷର ସଫଳତା ସମ୍ପର୍କରେ କର୍ମୀଙ୍କୁ ବୁଝାଇଥିଲେ । ପରିଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଭିଭାଷଣ ଏଲ.ଇଡି ସ୍କ୍ରିନ ମାଧ୍ୟମରେ କର୍ମୀମାନେ ଦେଖିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ସଭାକାର୍ୟ୍ୟ ପରିଚାଳନା କରିଥିଲେ । ଆଜିର କାର୍ୟ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଯୁବ ,ଛାତ୍ର ଏବଂ ମହିଳା ବିଜୁପ୍ରେମୀ ଉପସ୍ଥିତ ଥିଲେ ।
No Result
View All Result