No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର ) କଳାହାଣ୍ଡି :- ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୩ଗୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ଜଳସମ୍ପଦ ବିଭାଗ ଅନ୍ତର୍ଭୁକ୍ତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼, ନର୍ଲା ଓ ମ.ରାମପୁର ଅଞ୍ଚଳରେ ପ୍ରବାହିତ ସାନ୍ଦୁଲ ନଦୀ ଉପରେ ସାନ୍ଦୁଲ ବ୍ୟାରେଜ ନିର୍ମାଣ ସକାଶେ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ କରିଛି ।
ମ.ରାମପୁରର ଡୁଟା ଗାଁ ନିକଟରେ ହେବାକୁ ଥିବା ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପରେ ୧୨୬ କୋଟି ୪୬ଲଷ ୮୨ ହଜାର ୪୯୮ ଟଙ୍କା ଖର୍ଚ୍ଚ ହେବ । ସେହିପରି ୫ ବର୍ଷ ଲାଗି ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ୧ କୋଟି ୮୭ ଲକ୍ଷ ଟଙ୍କାର ଟେଣ୍ଡରକୁ ଅନୁମତି ମିଳିଛି । ୩୦ ମାସ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୯ ଟି ଗାଁର ୫୦୦୦ରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ଜଳସେଚନର ସୁବିଧା ହୋଇପାରିବ ବୋଲି ଜଣାଯାଇଛି ।
No Result
View All Result