No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର) କୋରାଇ :- ଲକ୍ଷ୍ମୀନଗର ପଂଚାୟତ ଅନ୍ତର୍ଗତ ତରାପୁର ଠାରେ ଥିବା ଲକ୍ଷ୍ମୀନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପରିସରରେ ଜନଏକତା ମଂଚ ଓ ସ୍ୱାସ୍ଥ୍ୟକେନ୍ଦ୍ରର ମିଳିତ ଉଦ୍ୟମରେ ଆଜି ଚାରାରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟଅଧିକାରୀ ଡକ୍ଟର ବିଶ୍ୱରଞ୍ଜନ କର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ପରେ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରିଣୀ ଡାକ୍ତର ଶୁଭଲକ୍ଷ୍ମୀ ମିଶ୍ର(ଆୟୁଷ), ଡା. ବସନ୍ତକୁମାର ପଣ୍ଡା ଓ ଜନଏକତାମଂଚର ସଂପାଦକ ରଶ୍ମିରଞ୍ଜନ ସାହୁ ପ୍ରମୁଖ କର୍ମକର୍ତା ଓ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ମଚାରୀ ମାନେ ସାମିଲ ହୋଇ ସ୍ୱାସ୍ଥ୍ୟକେନ୍ଦ୍ର ଚତୁଃପାଶ୍ୱର୍ ପରିଷ୍କାର ପରିଛନ୍ନ କରାଥିଲେ ।

ଏହି ପରିପ୍ରେକ୍ଷୀରେ ଜନଏକତା ମଂଚ ପକ୍ଷରୁ ପ୍ରଦତ ୨୦ଟି ଚାରା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସଂପାଦକ ଶ୍ରୀ ସାହୁଙ୍କ ସମେତ ମୁଖ୍ୟଅତିଥି ଡା.କର ଓ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରିଣୀ ଡା. ମିଶ୍ରଙ୍କ ଦ୍ୱାରା ରୋପଣ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକମକୁ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result