No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର) କୋରାଇ :- କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ପାସ୍ ପିଲାମାନଙ୍କ ପକ୍ଷରୁ ନବାଗତା ଛାତ୍ରୀଙ୍କୁ ସ୍ୱାଗତ ସ ମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଏକ ସଭା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅତିଥିଭାବେ ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତକୁମାର ରାଉତ, ମଳୟ କୁମାର ମଲ୍ଲିକ, ସନ୍ତୋଷକୁମାର ଜେନା, ଅଧ୍ୟାପିକା ରୋଜାଲିନ ମହାନ୍ତି, ତାରିଣୀତନୟା ସର, ଝୁନୁମଣୀ ଜେନା ପ୍ରମୁଖ ଯୋଗଦେଇ ନବାଗତଛାତ୍ରୀଙ୍କୁ ଶୁଭାଆଶିଷ ପ୍ରଦାନ ପୂର୍ବକ ଶିକ୍ଷାସମ୍ବନ୍ଧୀୟ ଉପଦେଶ ଦେଇଥିଲେ ।
ସଭା ପ୍ରାରମ୍ଭରେ ନବାଗତା ଛାତ୍ରୀମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା ବେଳେ ଛାତ୍ରୀ ଅଭିଲିପ୍ସା ରାଉତ, ପ୍ରତିଭା ନାୟକ ଓ ଭାଗ୍ୟଶ୍ରୀ ନାୟକ ସଙ୍ଗୀତ ପରିବେଶଣ କରିଥିଲେ । ୩ୟ ବର୍ଷର ଛାତ୍ରୀ ପ୍ରୀତିଛନ୍ଦା ପାତ୍ର, ମଧୁସ୍ମିତା ଯତି, ଶୁଭଶ୍ରୀ ସାହୁ, ସଙ୍ଗୀତା ଦାସ ଓ ୨ୟ ବର୍ଷର ଛାତ୍ରୀ ମୋନାଲିସା ସାହୁ, ସ୍ୱପ୍ନାରାଣୀ ସ୍ୱାଇଁ, ପ୍ରିତିକଳ୍ପା ମହାରଣା, ପ୍ରତିଶ୍ରୁତି ଶତପଥୀ, ଜୟଶ୍ରୀ ସାମଲ, ରେଖାରାଣୀ ବେହେରା ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେଇଥିଲ ।
ନବାଗତା ଛାତ୍ରୀ ଗାୟତ୍ରୀ ବିଶ୍ୱାସ, ଲିନାରାଣୀ ସାହୁ, ବୈଶାଖୀ ମହାନ୍ତି, ବିଷ୍ଣୁ ପ୍ରିୟା ମହାନ୍ତି ପ୍ରମୁଖ ପ୍ରତି ଉତରରେ ବଡଭଉଣୀ ମାନଙ୍କର ଉପଦେଶ, ଗୁରୁଜନଙ୍କୁ ଭକ୍ତି ଓ ଆଦେଶ ମାନି ଭଲପଢି ମହାବିଦ୍ୟାଳୟର ନାଁ ରଖିବାକୁ କହିଥିଲେ । ଶେଷରେ ୩ୟ ବର୍ଷର ଛାତ୍ରୀ ଅଭିଲିପ୍ସା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result