ଓଡ଼ିଶା ତାଜା ନ୍ୟୁଜ୍ (୨୪ ଡିସେମ୍ବର ଶୁକ୍ରବାର) ଗୋପାଳପୁର :- ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନମଣ୍ତଳୀ ଗୋପାଳପୁର ଗ୍ରାମପଞ୍ଚାୟତର ଶତାଧିକ ବିଜୁ ଜନତା ଦଳର କର୍ମୀ ଗୋପାଳପୁର ନିକଟସ୍ଥ ସାମନ୍ତ ସିଂହାରପୁର ଗ୍ରାମ ର ମା ରଣ ବିଜୁଳି ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ପଞ୍ଚାୟତ ସଭାପତି ବ୍ରଜ ସୁନ୍ଦର ନାୟକ ଏହି ବୈଠକର ଆବାହକ ଥିଲେ । ବ୍ରଜସୁନ୍ଦର ନାୟକ ଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ୰ରମେଶ ଚନ୍ଦ୍ର ପଣ୍ଡା ଓ ପୂର୍ବତନ ଚେୟାରମ୍ୟାନ ୰ ପ୍ରଫୁଲ୍ଲ କୁମାର ଦାସ , କୃଷକ ନେତା ୰ ହୃଷିକେଶ ମୁଖୀ ଏ ସଙ୍ଗଠନର ମୁଖ୍ୟ ପୁରଧା ଥିଲେ ।
ସେ ବିଗନ୍ତ ଆତ୍ମା ମାନଙ୍କ ଉଦ୍ଦେଶ୍ୟ ରେ ସ୍ମୃତି ଚାରଣ କରାଗଲା । ଯେଉଁ କର୍ମୀମାନେ ଦଳକୁ ତିଆରି କରିଥିଲେ ବର୍ତ୍ତମାନ ସେମାନଙ୍କୁ ଅଣଦେଖା କରାଯାଉଛି । ବିଜୁ ଜନତା ଦଳର ପ୍ରକୃତ କର୍ମୀମାନେ ସବୁଠି ଅପମାନିତ ହେଉଥିବା ଦେଖିବାକୁ ମିଳୁଛି । ଗୋପାଳପୁର ଜୋନ ର ପୂର୍ବତନ ଜିଲ୍ଲାପରିଷଦ ସ୍ବର୍ଣ୍ଣ ପ୍ରକାଶ ରାଉତରାୟ ଙ୍କ ମତରେ ସମସ୍ତେ ଏକଜୁଟ ହୋଇ ରହିଲେ ହିଁ ଅଞ୍ଚଳର ଉନ୍ନତି କରି ପାରିବେ ।
ଗୋପାଳପୁର ଜୋନ ର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ପାତ୍ର କ୍ଷୁବ୍ଧ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଦଳର ପୁରୁଣା କର୍ମୀ ମାନଙ୍କୁ ଅଣଦେଖା କରାଯାଉଛି । ଆମ୍ଭେ ଆମର ସ୍ୱାଭିମାନ ରକ୍ଷା କରିବାକୁ ହେଲେ , ଆଗାମୀ ପଂଚାୟତ ନିର୍ବାଚନ ରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଉକ୍ତ ସଭାରେ ରଞ୍ଜନ ଦାଶ ପ୍ରଭୁତି ଆଗ ଧାଡି ର କର୍ମୀ ଯୋଗଦେଇଥିଲେ । ଜୋନ ସଭାପତି ପ୍ରଶାନ୍ତ ପାତ୍ର , ନାଏବ ସରପଞ୍ଚ ଅଭିମନ୍ୟୁ ମହାପାତ୍ର , ରଞ୍ଜନ ଦାଶ , ପୂର୍ଣ୍ଣ ଭୋଳ , ବାବୁଲି ସାହୁ , ବସନ୍ତ କୁମାର ସ୍ୱାଇଁ , ଲିଟୁ ସ୍ୱାଇଁ ଇତ୍ୟାଦି ପ୍ରମୁଖ ଯୋଗଦାନ କରିଥିଲେ ।