No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୩ ଡିସେମ୍ବର ଗୁରୁବାର) ବରଗଡ଼ :- ଜିଲ୍ଲାରେ ଆମ୍ ଆଦମୀ ପାର୍ଟି ର ସଂଗଠନ ଦିନକୁ ଦିନ ମଜବୁଦ ହେବାରେ ଲାଗିଥିବା ବେଳେ ଗୁରୁବାର ସମାଜସେବି ଗୁରୁପ୍ରୀତ ସିଂ ଓ ଶିକ୍ଷାବିତ ସଂଜୟ ପତି ଆପ୍ ରେ ଯୋଗ ଦେଇଛନ୍ତି । ଦିଲ୍ଲୀର ଶିକ୍ଷା କ୍ରାନ୍ତି, ସ୍ୱାସ୍ଥ୍ୟ,ପାଣି, ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଫ୍ରି, ୨୫୦୦ ଟଙ୍କା ଭତ୍ତା ଭଳି ଲୋକାଭିମୁଖୀ ଯୋଜନା ଓ ଅରବିନ୍ଦ କେଜରିୱାଲ ଙ୍କ ଭ୍ରଷ୍ଟାଚାର ବିରୋଧୀ ନେତୃତ୍ବ ରେ ଅନୁପ୍ରାଣିତ ହୋଇ ପାର୍ଟି ରେ ଯୋଗ ଦେଇଛନ୍ତି ।
ଜିଲ୍ଲା ଆବାହକ ଭବାନୀ ସାହୁ ଓ ବରିଷ୍ଠ ସଭ୍ୟ ସ୍ୱରୂପ ଭୋଇ ନୂଆ ସଭ୍ୟ ମାନଙ୍କୁ ଔପଢୋକନ ଦେଇ ସ୍ୱାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ରମେଶ ପତି, ମହିଳା ନେତ୍ରୀ ମରିୟମ ବାର୍ଳା, ଯୁବ ରାଜ୍ୟ ସମ୍ପାଦକ ପୌଲସ୍ତ ସାହା, ଖୁସନୁମା ବେଗମ ଉପସ୍ଥିତ ଥିଲେ ।
No Result
View All Result