No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ଗୁରୁବାର) କଳାହାଣ୍ଡି :- ଭବାନୀପାଟଣାଠାରେ ଭର୍ଚୁଆଲ ମୋଡରେ ଯୋଡ଼ିହେଲେ କଳାହାଣ୍ଡିର ୨୦ ଜଣ ହକର୍ । ସ୍ଥାନୀୟ ଓସ୍ୱାନ କେନ୍ଦ୍ରରେ ଦିନ ୧୧.୩୦ ମିନିଟ ସମୟରେ ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକରମାନଙ୍କୁ ସ୍ଵତନ୍ତ୍ର କୋଭିଡ ସହାୟତା ରାଶିର ଶୁଭାରମ୍ଭ ଭର୍ଚୁଆଲ କାର୍ଯକ୍ରମରେ ଯୋଡ଼ି ହେଲେ କଳାହାଣ୍ଡି ଜିଲ୍ଲାର ୨୦ ଜଣ ହକର୍। ଏହି କାର୍ଯକ୍ରମରେ ଖବରକାଗଜ ବିତରକ ଉପସ୍ଥିତ ରହି ରାଜ୍ୟ ସରକାରଙ୍କର ୬୦୦୦ ଟଙ୍କା ସହାୟତା ରାଶିକୁ ଭୂୟସୀ ପ୍ରଶଂସା କରିଛନ୍ତି।ପ୍ରକାଶ ଯେ ଗତ ୩୦.୧୧.୨୦୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବାଦପତ୍ରର ବିତରକ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଥିଲେ।
ସୂଚନା ଓ ସମ୍ବାଦ ପ୍ରସାରଣରେ ଖରା ବର୍ଷା ଓ ଶୀତକୁ ଖାତିର ନ କରି ବିଶେଷତଃ କୋଭିଡମହାମାରୀ ସମୟରେ ସମସ୍ତଙ୍କ ପାଖରେ ସମ୍ବାଦପତ୍ର ପହଞ୍ଚାଇବା ଦାୟିତ୍ଵକୁ ନିଷ୍ଠାର ସହ ପାଳନ କରିବା କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ସହାୟତା ଘୋଷଣା ହୋଇଥିଲା । ଏଥିପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ କଳାହାଣ୍ଡି ତରଫରୁ ଜିଲ୍ଲାର ସମସ୍ତ ହକର୍ ମାନଂକ ଠାରୁ ଦରଖାସ୍ତ ଗ୍ରହଣ କରି ରେଜିଷ୍ଟ୍ରେସନ କରି ବିଭାଗକୁ ପ୍ରେରଣା କରାଯାଇଥିଲା । ଜିଲ୍ଲାର ମୋଟ ୮୭ ଜଣ ହକର ଏହି ୬୦୦୦ଟଙ୍କା ସହାୟତା ରାଶି ସହ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ ସୁବିଧା ପାଇପାରିବେ ।
ଏହା ବ୍ୟତୀତ ହକର ମାନେ ଦୁର୍ଘଟଣାରେ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା, ପ୍ରାକୃତିକ ମୃତ୍ୟୁରେ ୧ ଲକ୍ଷ, ଦୁର୍ଘଟଣା ଜନିତ ସମ୍ପୂର୍ଣ ଅକ୍ଷମ ହେଲେ ୧.୫ ଲକ୍ଷ ଏଭଳି ଅନେକ ସୁବିଧା ତାଙ୍କ ପରିବାରଙ୍କୁ ଦିଆଯିବ। ବର୍ତମାନ ହକର୍ ମାନଙ୍କ ପାଇଁ ପରିଚୟ ପତ୍ର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ପ୍ରସ୍ତୁତ ହୋଇଯାଇଛି ଏବଂ ଏହା ବଣ୍ଟନ କରାଯିବ। ଉପସ୍ଥିତ ଖବରକାଗଜ ବିତରକ ମାନେ ନିଜ ପ୍ରତିକ୍ରୟାରେ ମୁଖ୍ୟମନ୍ତ୍ରୀଙ୍କ ଏହି ସହାୟତା ରାଶିକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ଭର୍ଚୁଆଲ ମୋଡ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା,ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ନରେନ୍ଦ୍ର ରାଇକ,ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result