• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାର ଲୋଗୋ ଉନ୍ମୋଚିତ :  ‘ଓଡ଼ିଶାର ଛାତ୍ରଛାତ୍ରୀ ପାଠସାଥିରେ ଅନ୍ୟାନ୍ୟ କ୍ଷେତ୍ରରେ ଜାତୀୟ/ଅନ୍ତର୍ଜାତୀୟ କୃତିତ୍ୱ ହାସଲ କରିବାର ସୁଯୋଗ ସୃଷ୍ଟି ହୋଇଛ’ – ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

Proprietor Abhimanyu Maharana by Proprietor Abhimanyu Maharana
December 23, 2021
in ଓଡ଼ିଶା, ମହାନଗର, ହୋମ୍
0
ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାର ଲୋଗୋ ଉନ୍ମୋଚିତ :  ‘ଓଡ଼ିଶାର ଛାତ୍ରଛାତ୍ରୀ ପାଠସାଥିରେ ଅନ୍ୟାନ୍ୟ କ୍ଷେତ୍ରରେ ଜାତୀୟ/ଅନ୍ତର୍ଜାତୀୟ କୃତିତ୍ୱ ହାସଲ କରିବାର ସୁଯୋଗ ସୃଷ୍ଟି ହୋଇଛ’ – ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଡିସେମ୍ବର ବୁଧବାର ) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପାଠ୍ୟୋତ୍ତର ଗତିବିଧିମୂଳକ ପ୍ରତିଯୋଗିତାମାନ ଆୟୋଜିତ କରି ଏ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ୨୦୨୧-୨୨ ଶିକ୍ଷାବର୍ଷରୁ ନିୟମିତ ବାର୍ଷିକ ଭିତ୍ତିରେ ବିଭିନ୍ନ ପାଠ୍ୟୋତ୍ତର ଗତିବିଧିମୂଳକ ବିଷୟର ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାମାନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାଗୁଡ଼ିକ ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହେବ ।

ଛାତ୍ରଛାତ୍ରୀମାନଙ୍କର ସାମଗି୍ରକ ବିକାଶ ପାଇଁ ରାଜ୍ୟର ଉଚ୍ଚଶିକ୍ଷାକୁ ଏକ ଉଚ୍ଚତର ସୋପାନରେ ପହଞ୍ଚାଇ ରାଜ୍ୟର ବିକାଶରେ ଭାଗୀଦାର ହେବା ନିମନ୍ତେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାର ‘ଲୋଗୋ’ ଆଜି ଭୁବନେଶ୍ୱର ଶୁକବିହାରସ୍ଥିତ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଉତ୍ପାଦନ ବୁ୍ୟରୋର ବୋର୍ଡରୁମ୍‌ରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ କରକମଳରେ ତଥା ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ରଙ୍କ ସଦୟ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ଉତ୍ସବରେ ମନ୍ତ୍ରୀ ଡ. ସାହୁ କହିଥିଲେ ଯେ ଓଡ଼ିଶାର ଛାତ୍ରଛାତ୍ରୀ ପାଠ ସାଥିରେ ଅନ୍ୟାନ୍ୟ କ୍ଷେତ୍ରରେ ଜାତୀୟ/ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିବାର ସୁଯୋଗ ସୃଷ୍ଟି ହୋଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ରୀଡ଼ା କ୍ଷେତ୍ରକୁ ଅଗ୍ରାଧିକାର ଭିତ୍ତିରେ ପ୍ରୋତ୍ସାହିତ କରୁଥିବାରୁ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ବିଶ୍ୱ ମାନଚିତ୍ରରେ ପ୍ରସିଦ୍ଧି ଲାଭ କରିଛି ବୋଲି ମନ୍ତ୍ରୀ ଡ. ସାହୁ ଉଲ୍ଲେଖ କରିଥିଲେ । ଏହି ଉନ୍ମୋଚନ ଉତ୍ସବରେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଯୋଗଦେଇ କହିଲେ ଯେ ଏହି ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ରାଜ୍ୟରେ ଥିବା ବୈଷୟିକ ବିଶ୍ୱବିଦ୍ୟାଳୟ ମାନ ଯଥା ଓୟୁଏଟି, ବିପିୟୁଟି ଆଦି ତଥା ଆଇଆଇଟି, ଆଇଜର, ନାଇଜର ଭଳି ଅନୁଷ୍ଠାନମାନେ ମଧ୍ୟ ଭାଗନେଇପାରିବେ । ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଆୟୋଜନର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଚଳିତ ବର୍ଷ ଏଥି ପାଇଁ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ ।

ପ୍ରତିଯୋଗିତାରେ ଆୟୋଜିତ ହେଉଥିବା ବିଭିନ୍ନ ବର୍ଗର ବ୍ୟକ୍ତିଗତ ତଥା ଦଳଗତ ସ୍ପର୍ଦ୍ଧା ନିମନ୍ତେ ଭିନ୍ନ ଭିନ୍ନ ପୁରସ୍କାର ରାଶି ପ୍ରଦାନ ନିମନ୍ତେ ସ୍ଥିର କରାଯାଇଛି । ବ୍ୟକ୍ତିଗତ ସ୍ପର୍ଦ୍ଧା ନିମନ୍ତେ ପୁରସ୍କାର ରାଶି ବାବଦରେ ପ୍ରଥମ ପୁରସ୍କାର ପାଇଁ ୩୦ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ପାଇଁ ୨୫ ହଜାର ଟଙ୍କା ଓ ତୃତୀୟ ପୁରସ୍କାର ପାଇଁ ୨୦ ହଜାର ଟଙ୍କା ରଖାଯାଇଥିବାବେଳେ କ୍ରିକେଟ୍‌ ଓ ଫୁଟବଲ୍‌ ଦଳଗତ ବିଜେତାମାନଙ୍କ ପାଇଁ ପୁରସ୍କାର ରାଶି ଯଥାକ୍ରମେ ପ୍ରଥମ ନିମେନ୍ତ ୧ ଲକ୍ଷ ଟଙ୍କା, ଦ୍ୱିତୀୟ ପୁରସ୍କାର ନିମନ୍ତେ ୫୦ ହଜାର ଟଙକା ଏବଂ ତୃତୀୟ (ଉଭୟ ସେମିଫାଇନାଲିଷ୍ଟ) ୨୫ ହଜାର ଟଙ୍କା ରଖାଯାଇଛି । ସେହିପରି କବାଡ଼ି, ଭଲିବଲ୍‌ ଓ ବାସ୍କେଟବଲ୍‌ ଦଳଗତ ବିଜେତାମାନଙ୍କ ପାଇଁ ପ୍ରଥମ ପୁରସ୍କାର ନିମନ୍ତେ ୫୦ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ନିମନ୍ତେ ୨୫ ହଜାର ଟଙ୍କା ଓ ତୃତୀୟ ପୁରସ୍କାର ପାଇଁ ୧୫ ହଜାର ଟଙ୍କା ରଖାଯାଇଛି ।

ବ୍ୟାଡ୍‌ମିଣ୍ଟନ ଡବଲ୍ସ ପାଇଁ ବିଜେତାଙ୍କୁ ୩୦ ହଜାର ଟଙ୍କା ଓ ରନର୍ସ-ଅପ୍‌ଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ୨୦୨୧-୨୨ ଶିକ୍ଷାବର୍ଷରେ ହେବାକୁ ଥିବା ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାର ଆପାତତଃ ଅନୁସୂଚୀ ସ୍ଥିର କରାଯାଇଛି । ଅନୁସୂଚୀ ଅନୁଯାୟୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୨୦୨୨ ଜାନୁଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଥଲେଟିକ୍ସ ଆୟୋଜନ କରିବେ । ସେହିପରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦା ୨୦୨୨ ଜାନୁଆରୀ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଗେମ୍‌ସ ଆୟୋଜନ କରିବେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ୨୦୨୨ ଫେବୃଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଲିଟେରାରୀ ଓ କଲଚରାଲ୍‌ ଇଭେଣ୍ଟ ଆୟୋଜନ କରିବେ । ଆଥ୍‌ଲେଟିକ୍ସରେ ପୁରୁଷ ବର୍ଗରେ ୧୬ଟି ଓ ମହିଳା ବର୍ଗରେ ୧୦ଟି ଇଭେଣ୍ଟ ଆୟୋଜିତ ହେବ ।

ଆଉଟ୍‌ଡୋର ଗେମ୍‌ସରେ ଫୁଟବଲ୍‌, କ୍ରିକେଟ୍‌, ଭଲିବଲ୍‌, ବାସ୍କେଟ୍‌ବଲ୍‌ ଓ କବାଡ଼ି ଆୟୋଜିତ ହେବ । ଏହି ଇଭେଣ୍ଟଗୁଡ଼ିକର ଲିଗ୍‌ସ୍ତରୀୟ ମ୍ୟାଚ୍‌ଗୁଡ଼ିକ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ ଏବଂ କ୍ୱାର୍ଟର ଫାଇନାଲ୍‌ରୁ ଫାଇନାଲ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ ଆୟୋଜକ ବିଶ୍ୱବିଦ୍ୟାଳୟ ପରିଚାଳନା କରିବେ । କ୍ରିକେଟ୍‌ କ୍ଷେତ୍ରରେ ଆୟୋଜକ ବିଶ୍ୱବିଦ୍ୟାଳୟ କେବଳ ଫାଇନାଲ୍‌ ମ୍ୟାଚ୍‌ ପରିଚାଳନା କରିବେ । ମ୍ୟାଚ୍‌ଗୁଡ଼ିକର ସମୟସୂଚୀ ଆୟୋଜକ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କରିବେ । ଇନ୍‌ଡୋର ଗେମ୍‌ସ ଉଭୟ ପୁରୁଷ ଓ ମହିଳା ବର୍ଗ ନିମନ୍ତେ ଖେଳାଯିବ । ଏଥିରେ ବ୍ୟାଡ୍‌ମିଣ୍ଟନ (ସିଙ୍ଗଲ୍‌), ଚେସ୍‌(ସିଙ୍ଗଲ୍‌), କ୍ୟାରମ୍‌(ସିଙ୍ଗଲ୍‌) ଓ ଟେବୁଲ୍‌ ଟେନିସ୍‌ (ସିଙ୍ଗଲ୍‌) ରହିବ ।

କଲଚରାଲ୍‌ ପ୍ରତିଯୋଗିତାରେ ସ୍କିଟ୍‌କୁ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ସୋଲୋ ବିଭାଗରେ ଏକକ ଅଭିନୟ, ଶାସ୍ତ୍ରୀୟ ସଂଗୀତ, ଲଘୁ ସଂଗୀତ(ସବୁ ପ୍ରକାର ଗୀତ), ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର/ଲଘୁ ବାଦ୍ୟଯନ୍ତ୍ର ଓ ଶାସ୍ତ୍ରୀୟ ନୃତ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ଲିଟେରାରୀ ପ୍ରତିଯୋଗିତା ଅନ୍ତର୍ଗତ ଇଂରାଜୀ, ଓଡ଼ିଆ ଓ ହିନ୍ଦୀରେ ରଚନା ଓ ବକ୍ତୃତା, କ୍ୱିଜ୍‌(ଦୁଇଜଣିଆ ଦଳ), ଡ୍ରଇଂ/ପେଣ୍ଟିଂ, ଜଷ୍ଟ ଏ ମିନିଟ୍‌ ଆଦି ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କର ଏହି ଅଭିନବ ପଦକ୍ଷେପ ଆମ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଯୁବ ଓ ପ୍ରତିଭାଧାରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଜୀବନ୍ତ ତଥା ଖେଳୁଆଡ୍‌ ପରିବେଶ ବିକାଶ କରାଇବାରେ ସାହାଯ୍ୟ କରିବ । ଏହା ମଧ୍ୟ ସେମାନଙ୍କୁ ଅନେକ ସୁଯୋଗ ଓ ଆତ୍ମବିଶ୍ୱାସ ଯୋଗାଇବ, ଯାହାକି ସେମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ଅତ୍ୟନ୍ତ ସହାୟକ ହେବ । ଏହି ଉନ୍ମୋଚନ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି, ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026
ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ରଥ କାରିଗରଙ୍କୁ ସମ୍ମାନ

ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ରଥ କାରିଗରଙ୍କୁ ସମ୍ମାନ

May 10, 2026
ମୃତ ରାକେଶକୁ ନ୍ୟାୟ ଦାବିରେ – ୫ ଘଣ୍ଟା ରାସ୍ତାରୋକ

ମୃତ ରାକେଶକୁ ନ୍ୟାୟ ଦାବିରେ – ୫ ଘଣ୍ଟା ରାସ୍ତାରୋକ

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version