No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ଡିସେମ୍ବର ମଙ୍ଗଳବାର ) କୋରାଇ :- ଯାଜପୁର ଜିଲାର କୋରାଇ ବ୍ଲକ ଅନ୍ତର୍ଗତ ଗୌରପୁର ପଂଚାୟତ ପକ୍ଷରୁ କୋବ୍ର କମାଣ୍ଡୋରେ କାର୍ଯ୍ୟରତ ଯବାନଙ୍କ ପିତାମାତାଙ୍କ ସମ୍ବର୍ଦ୍ଧନା ଲାଗି ଏକ ବର୍ଣ୍ଣାଢ୍ୟ ସଭାର ଆୟୋଜନ କରାଯାଇଥିଲା । ଏହି ପଂଚାୟତର ବଇଁଶିପୁର ଗ୍ରାମର ଶିବ ମହାପାତ୍ର ଓ ସୁକାନ୍ତି ମହାପାତ୍ରଙ୍କ ପୁଅ କାର୍ତିକଚନ୍ଦ୍ର ମହାପାତ୍ର କୋବ୍ରାକମାଣ୍ଡୋରେ ଯବାନଭାବେ କାର୍ଯ୍ୟ କରୁଛନ୍ତି । ସେ ୨୦୧୭ଏପ୍ରିଲ ୫ତାରିଖରେ ଭାରତୀୟ ସିଆରପିଏଫରେ ସେବା ମନୋଭାବ ନେଇ ସାମିଲ ହୋଇଥିଲେ । ପରେ ତାଙ୍କ ପଦୋନ୍ନତି ହୋଇ ସ୍ପେଶାଲ କୋବ୍ରା କମାଣ୍ଡୋରେ ଯୋଗଦେଇଥିଲେ ।

ତାଙ୍କର କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ଛତିଶଗଡ ସୁକମା ମାଓପ୍ରବଣ ଇଲାକାରେ ଏକ ସ୍ୱତବ ଅପରେସନରେ ବିପୁଳ ମାରଣାସ୍ତ୍ର ଓ ଗୁଳିଗୋଳ ଜବତ କରିବା ସହ ମାଓବାଦୀମାନଙ୍କୁ ଦୃଢତାର ସହ ଦମନ କରିଥିଲେ । ଯାହାଫଳରେ ଏକ ବଡଧରଣର ଦୁର୍ଘଟଣାକୁ ଏଡାଇବାରେ ସକ୍ଷମ ହୋଇଥିଲେ । ସେହି କୋବ୍ରା କମାଣ୍ଡୋରେ କାର୍ଯ୍ୟରତ ଯବନମାନଙ୍କୁ ଭାରତ ସରକାରଙ୍କ ଗୃହବିଭାଗ ପକ୍ଷରୁ ପ୍ରଶଂସା ସ୍ୱରୂପ ଏକ ସ୧ାନ ପତ୍ର ଯବାନମାନଙ୍କ ପଂଚାୟତର ସରପଂଚମାନଙ୍କ ପାଖକୁ ସପୃକ୍ତ ଯବାନମାନଙ୍କ ପିତାମାତାଙ୍କ ପ୍ରଦାନ ନିମନ୍ତେ ପଠାଇଥିଲେ । ଏହିକ୍ରମରେ ଆଜି ପଂଚାୟତ ପକ୍ଷରୁ ଭାରତ ସରକାରଙ୍କ ପ୍ରଦତପତ୍ର ପ୍ରଦାନନିମନ୍ତେ ଏକ ବ ଣ୍ଣ ର୍ାଢ୍ୟ ସଭା ଗୌରପୁର ସରପଂଚ ମମତା ସାହୁଙ୍କ ତତ୍ୱାବଧନାରେ ଆୟଜୋନ କରାଯାଇଥିଲା ।

ଏହି ସଭାରେ ମୁଖ୍ୟଅତିଥିଭାବେ କୋରାଇ ବିଧାୟକ ଅଶୋକକୁମାର ବଳ, ଅନ୍ୟତମଅତିଥିଭାବେ କୋରାଇ ବିଡିଓ ରଞ୍ଜନକୁମାର ପରିଡା, ସ୧ାନିତ ଅତିଥିଭାବେ ସମିତିସଭ୍ୟା ମାଣିକ ଦାସ ଓ ଯୁବନେତା ରମେଶ ସାହୁ ପ୍ରମୁଖ ଯୋଗଦେଇ କୋବ୍ରା କମାଣ୍ଡୋରେ କାର୍ଯ୍ୟରତ କାର୍ତିକଙ୍କ ସୁଯୋଗ୍ୟ ମାତା ସୁକାନ୍ତି ଦେବୀ ଓ ପିତା ଶିବ ମହାପାତ୍ରଙ୍କୁ ଭାରତର ସରକାରଙ୍କ ସ୧ାନ ପତ୍ର ପ୍ରଦାନ ପୂର୍ବକ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
କୋବ୍ରା କମାଣ୍ଡୋ ଯବାନ କାର୍ତିକଙ୍କ ପରି ଜଣେ ସୁଯୋଗ୍ୟ ସନ୍ତାନକୁ ଜନ୍ମଦେଇ ଆମ ଗୌରପୁର ପଂଚାୟତ ଆଜି ଜାତୀୟ ସ୍ତରରେ ପରିଚିତ ହେବା ସହ ଗୌରବାନ୍ୱିତ ହୋଇପାରିଛି ବୋଲି ସରପଂଚ ମମତା ସାହୁ୍ ତାଙ୍କ ବକ୍ତବ୍ୟ ପ୍ରସଂଗରେ କହି ଯୁବପଢୀ ଆମ ପାଇଁ ଗୌରବ ବୋଲି ଅଭିହିତ କରିଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତରରେ କାର୍ତିକଙ୍କ ମାତାପିତା ସରକାରଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଂଚାୟତର ଅଧିବାସୀ ଓ ପ୍ରମୁଖ ବ୍ୟକ୍ତବିଶେଷଙ୍କ ସମେତ ବହୁସଂଖ୍ୟାରେ ଯୁବପିଢି ସାମିଲ ହୋଇଥିଲେ ।

No Result
View All Result