No Result
View All Result
ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୩୦ ଦିନିଆ ତାଲିମ
ରାଜ୍ୟରେ ଏହି ପ୍ରକଳ୍ପ ନୟାଗଡ଼ ଜିଲ୍ଲାରେ ପ୍ରଥମେ କରାଯାଇଛି । ମନ୍ତ୍ରୀ ଡ଼ ସାହୁଙ୍କ ଦୁରଦୃଷ୍ଟି ସଂପର୍ଣ୍ଣ ପରାମର୍ଶ କ୍ରମେ, ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଉକ୍ତ ପ୍ରକଳ୍ପ ସକ୍ଷମ ହିଁ ଶକ୍ତି ଶେଷ ସ୍ପର୍ଶ ଦେଇଛନ୍ତି ।
୪୫ ଜଣ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆବାସିକ ତାଲିମ କାର୍ଯ୍ୟକ୍ରମ ୩୦ ଦିନ ପର୍ଯ୍ୟନ୍ତ ଦିଆଯିବ । ଏହିଭଳି ତାଲିମ୍ ୧୦ଟି ବ୍ୟାଚର ୪୫୦ଜଣ ମହିଳାଙ୍କୁ ତାଲିମ୍ ଦେବା ପାଇଁ ଏହି ଯୋଜନା କରାଯାଇଛି ।

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ସୋମବାର) ନୟାଗଡ଼ :- ନୟାଗଡ଼ ଜିଲ୍ଲାର ପ୍ରଗତିରେ ଆଉ ଏକ ଫର୍ଦ ଯୋଡି ହୋଇଛି । ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଦକ୍ଷତା ପାଇବା ସହ କିଭଳି ରୋଜଗାର କ୍ଷମ ହେବେ ସେ ନେଇ ଆଜି ଏକ ମାଇଲ ଖୁଣ୍ଟ ଛୁଇଁଛି ନୟାଗଡ଼ ଜିଲ୍ଲା । ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ଖୁଣ୍ଟୁବନ୍ଧ ଆଇଟିଆଇ କ୍ୟାମ୍ପସ୍ ପରିସରରେ ମିଶନ ଶକ୍ତି ମା ମାନଙ୍କ ପାଇଁ ଏକ ନୂଆ ପ୍ରକଳ୍ପ ସକ୍ଷମ ହିଁ ଶକ୍ତିର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକ୍ଷମ ହିଁ ଶକ୍ତି ପ୍ରକଳ୍ପର ଉଦଘାଟନ୍ କରିଛନ୍ତି ।
ରାଜ୍ୟରେ ଏହି ପ୍ରକଳ୍ପ ନୟାଗଡ଼ ଜିଲ୍ଲାରେ ପ୍ରଥମେ କରାଯାଇଛି । ମନ୍ତ୍ରୀ ଡ଼ ସାହୁଙ୍କ ଦୁରଦୃଷ୍ଟି ସଂପର୍ଣ୍ଣ ପରାମର୍ଶ କ୍ରମେ ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଉକ୍ତ ପ୍ରକଳ୍ପ ସକ୍ଷମ ହିଁ ଶକ୍ତି ଶେଷ ସ୍ପର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା ମାନଙ୍କୁ ଅତ୍ୟାଧୁନିକ କପଡା ସିଲାଇ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବ । ଏକାଥରକେ ୪୫ ଜଣ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆବାସିକ ତାଲିମ କାର୍ଯ୍ୟକ୍ରମ ୩୦ ଦିନ ପର୍ଯ୍ୟନ୍ତ ଦିଆଯିବ । ଏହିଭଳି ତାଲିମ୍ ୧୦ଟି ବ୍ୟାଚର ୪୫୦ଜଣ ମହିଳାଙ୍କୁ ତାଲିମ୍ ଦେବା ପାଇଁ ଏହି ଯୋଜନା କରାଯାଇଛି । ଗୋଟିଏ ବ୍ୟାଚରେ ୪୫ଜଣ ମହିଳା ଅଂଶ ଗ୍ରହଣ କରିପାରିବେ ।

ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୩୦ ଦିନିଆ ତାଲିମରେ ମହିଳା ମାନଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି । ସରକାର ମିଶନ ଶକ୍ତି ମା ମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମିଶନ ଶକ୍ତି ମହିଳା ମାନଙ୍କର ବ୍ୟକ୍ତିଗତ ସ୍ତରରେ ଅଥବା ନିଜ ଗୋଷ୍ଠୀ ସ୍ତରରେ ଅନେକ ଜୀବନ ଜୀବିକା ଭିତିକ କାର୍ଯ୍ୟକ୍ରମ କରି ସୁନାମ ଅର୍ଜନ କରିଛନ୍ତି । ନିଜ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଶକୁ ବଢିବାରେ ସାହାର୍ଯ୍ୟ କରିଛନ୍ତି । ଏହି ସକ୍ଷମ ହିଁ ଶକ୍ତି ର ଚିନ୍ତାଧାରା ଗୋଷ୍ଠୀ ଆଉ ପାଦେ ଆଗୁଆ । ଏହା ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ଏକ ବଡ଼ ପ୍ରୟାସ ।
ଜିଲ୍ଲାର ବିଭିନ୍ନ ଏସଏଚଜି ଗ୍ରୁଫର ଯୋଗ୍ୟ ସଭ୍ୟା ଭାଗ ନେଇ ନିଜ ଦକ୍ଷତା ଓ ଜୀବିକାକୁ ଆଗେଇ ପାରିବେ । ଯେଉଁ ମହିଳା ମାନେ ତାଲିମ ସାରିବେ, ସେହି ମହିଳା ମାନେ ବ୍ୟାଙ୍କରୁ ମିଶନ ଶକ୍ତି ଋଣ ଓ ମହାସଂଘର ଋଣ ନେଇ ନିଜ ସ୍ତରରେ ଅଥବା ଛୋଟ ସଲାଇ ଶିଳ୍ପ ପ୍ରତିଷ୍ଠାନ କରି ସ୍ୱାବଲମ୍ବୀ ହୋଇ ପରିବେ । ଏହିଭଳି ଏକ ସୁନ୍ଦର ପ୍ରୟାସର ସ୍ୱପ୍ନ ଦେଖିଥିଲେ ଜିଲ୍ଲାପାଳ ଡ଼ ପୋମା ଟୁଡୁ । ଆୟୋଜିତ ସଭାରେ ଯୋଗ ଦେଇ ଜିଲ୍ଲାପାଳ ଡ଼ ଟୁଡୁ ନିଜର ଶୁଚିନ୍ତିତ ମତବ୍ୟକ୍ତ ରଖିଥିଲେ । ବକ୍ତବ୍ୟରେ କାହିଁକି ଓ କଣ ପାଇଁ ଏଭଳି ଚିନ୍ତାଧାରା ନେଇ ସକ୍ଷମ ହିଁ ଶକ୍ତି ନାମ ରଖିଲେ ସେ ବିଷୟରେ କହିଥିଲେ । ଏହି ପ୍ରୟାସ ନିହାତି ଭାବରେ ମିଶନ ଶକ୍ତି ମହିଳାମାନଙ୍କର ଏକ ବଡ଼ ପଦକ୍ଷେପ ।
ଜିଲ୍ଲାରେ ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ପ୍ରଥମ ବଡ଼ ପ୍ରୟାସ । ଆଗକୁ ଅନେକ ଯୋଜନା, ଯେପରି ମିଶନ ଶକ୍ତି କାଫେ, ମିଶନ ଶକ୍ତି ବଜାର, ଛତୁ ପ୍ରକ୍ରିୟା କରଣ, ମୁଗ ଡାଲି ପଡ୍ରକ୍ରିୟାକରଣ ଆଦି କାର୍ଯ୍ୟକ୍ରମ ମାନ ଜିଲ୍ଲାପାଳ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଆରମ୍ଭ କରିବା ସ୍ୱପ୍ନ ଦେଖିଛନ୍ତି । ସକ୍ଷମ ହିଁ ଶକ୍ତି କୁ ସକ୍ଷମ କରିବା ପାଇଁ ମିଶନ ଶକ୍ତି ବିଭାଗ, ରାଜ୍ୟ ସରକାର ଓ ଓଡ଼ିଶା ଦକ୍ଷତା ବୃଦ୍ଧି କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗ ରହିଛି । ଦକ୍ଷତା ମାନ ଓ ତାଲିମ ନିମନ୍ତେ ଜିଲ୍ଲା ପ୍ରଶାସନ ହାଇଦ୍ରାବଦ୍ ସ୍ଥିତ କେଆରଡି ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ କଂପାନୀ ସହ ଚୁକ୍ତିନାମା କରିଛି ।
ଉକ୍ତ କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଓରମାସ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ଓ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ତାଲିମାର୍ଥୀ ଓ ଆଖପାଖ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ଉଦଘାଟନୀ ସଭାରେ ଉପସ୍ଥିତ ରହିଥିଲେ । ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ଓଡ଼ିଶା ସରକାର ଦେଖୁଥିବା ସ୍ୱପ୍ନ ଏହିଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସଫଳ ହୋଇପାରିବ ବୋଲି ଆଶା କରାଯାଉଛି ।

No Result
View All Result