No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ସୋମବାର) ଭୁବନେଶ୍ୱର :- କୁଆଖାଇକୁ ପ୍ରଦୂଷଣମୁକ୍ତ କରିବା ସହିତ ରାଜଧାନୀ ବାସୀଙ୍କ ଜଳସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ ୮ ଟି ସାମାଜିକ ଅନୁଷ୍ଠାନ ନଦୀ ପଠାରେ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅବସରରେ ଆସ୍ଥା ଫାଉଣ୍ଡେସନ ତରଫରୁ ଶୁଭକାନ୍ତ ସାମଲ ବରିଷ୍ଠ ସାମ୍ବାଦିକ ସ୍ୱରୂପ ଦାସ ବିଶିଷ୍ଟ ସମାଜସେବୀ ଗଗନ ବିହାରୀ ପାଇଟାଲ ଓ ପ୍ରଦୀପ ରଥ ନାରାୟଣ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପଞ୍ଚାୟତ ସ୍ତରରେ ସରକାରଙ୍କର ଆଦର୍ଶ ପୁଷ୍କରିଣୀ ଯୋଜନା ଭଳି କୁଆଖାଇ ନଦୀ ଓ ଆଖପାଖ ଅଞ୍ଚଳରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା କେନାଲକୁ ପୁନରୁଦ୍ଧାର ଓ ଏହାର ରକ୍ଷଣାବେକ୍ଷଣ ପ୍ରତି ଆମେ ସବୁ ଯତ୍ନବାନ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ଜଳ ସଙ୍କଟ ଓ ପ୍ରଦୂଷଣ ଦୂର କରିବା ଆଦି ସାମାଜିକ କର୍ମୀ ମାନେ ସ୍ଲୋଗାନ ଦେଇଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ କହିଛନ୍ତି ବାୟୁ ଓ ଜଳ ପ୍ରଦୂଷଣ ଉପରେ ସାରା ବିଶ୍ଵ ଆଜି ଚିନ୍ତିତ ।
ମାନବ ଜାତି ଆଜି ଧ୍ବଂସାଭିମୁଖୀ ଏଭଳି ସ୍ଥଳେ ଏ ପ୍ରକାର ଅଭିଯାନ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏଥିରେ ଆୟୋଜକ ଆସ୍ଥା ଫାଉଣ୍ଡେସନ ସମେତ ମୋହିତ ଫାଉଣ୍ଡେସନ, ବିଶ୍ୱାସ ଫାଉଣ୍ଡେସନ, ୟୁଥ୍ ଫର୍ ଭଲ୍ୟୁଣ୍ଟିଅର,ହେଲ୍ପ ଇଣ୍ଡିଆ, ଭରସା ଫାଉଣ୍ଡେସନ, ସବୁଜ ଭାରତ, ପଞ୍ଚମୂଖୀ, ଓଡ଼ିଶା ଏନଭିଓରନମେଣ୍ଟ ସୋସାଇଟି ଓ ଅନ୍ୱେଷଣ ଥିଏଟରର ଶତାଧିକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଥିଲେ
No Result
View All Result