ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ : ନ୍ୟାର୍ଯ୍ୟଦାବୀ କୁ ହାସଲ କରିବା ପାଇଁ ଆନ୍ଦୋଳନ କୁ – ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ସୋମବାର) ଭୁବନେଶ୍ୱର :- ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ, ଓଡିଶା ତରଫରୁ ଦୀର୍ଘ ୨୦ ଦିନ ଧରି ଭୁବନେଶ୍ୱର ଗାନ୍ଧୀମାର୍ଗରେ ଶୀତରାତିର ଖୋଲା ଆକାଶ ତଳେ ନିଜର ନ୍ୟାର୍ଯ୍ୟଦାବୀ କୁ ହାସଲ କରିବା ପାଇଁ ଆନ୍ଦୋଳନ ଜାରି ରଖିଥିଲେ । ସଂଘର ଏକମାତ୍ର ଦାବୀ ଥିଲା ୦୧.୦୯.୨୦୦୮ ରୁ ୩୦.୧୧.୨୦୧୩ ମଧ୍ୟରେ ଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପୂର୍ଣ୍ଣଅନୁଦାନ ପରିସର ଭୁକ୍ତ କରିବା ,

ଦୀର୍ଘଦିନର ଆନ୍ଦୋଳନ ପରେ ଆଜି ବିଭାଗୀୟ ଉଚ୍ଛଶିକ୍ଷା ମନ୍ତ୍ରୀ Dr. Arun Kumar Sahoo ଏବଂ ବିଭାଗୀୟ ସଚିବ Mr. Saswat Mishra ଆଲୋଚନା ପାଇଁ ନେତୃମଣ୍ଡଳୀଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ଉପରୋକ୍ତ ଦାବୀକୁ ନେଇ ସକରାତ୍ମକ ଆଲୋଚନା କରିଥିଲେ, ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ପରେ ସଂଘର ନେତୃବୃନ୍ଦ ଉକ୍ତ ଧାରଣା କୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯଦି ସରକାର ଉକ୍ତ ଦାବି ପୁରଣ ଦିଗରେ କୈାଣସି ତତ୍ପରତା ପ୍ରକାଶ ନକରନ୍ତି ତେବେ ପୁର୍ନବାର ଏହି ଶିକ୍ଷକ ଓ ଅଣଶିକ୍ଷକ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘର ସଭାପତି Dr. Debabijay Mishra ମତବ୍ୟକ୍ତ କରିଛନ୍ତ ।