No Result
View All Result
୧୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ନିର୍ବାଚନ ମଣ୍ଡଳୀ ସିଏମସି ୫୮ ନମ୍ବର ୱ।ର୍ଡ଼ର କଂଗ୍ରେସ କର୍ମୀ ମାନଙ୍କର ଏକ ବୈଠକ ଶନିବାର ସନ୍ଧ୍ୟାରେ ପ୍ରତାପନଗରୀ ସ୍ଥିତ ମା, ଧାକୁଲେଇ ପୀଠରେ ଅନୁଷ୍ଠିତ ହୋଇଥିଲା । ୱ।ର୍ଡ଼ ସଭାପତି ଶରତ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସଦର ଵିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ଗୋଛୟତ ଏବଂ ଲୋକସଭା ପ୍ରାର୍ଥୀ ସୁରେଶ ମହାପାତ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ବେଳେ ଉଭୟ ପ୍ରାର୍ଥୀଙ୍କୁ ଦଳୀୟ କର୍ମୀମାନେ ବୈଠକରେ ଦେଖିବାକୁ ନପାଇ କ୍ଷୋଭ ପ୍ରକାଶ କରିଥିଲେ ।

ବର୍ଷିଆନ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ପୀତବାସ ମହାପାତ୍ର, ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ବିଜୟ କୁମାର ରାଉତରାୟ, ମହମ୍ମଦ ସିଦ୍ଦିକ୍ , ଚତୁରଭୁଜ ମହାପାତ୍ର, ନାରାୟଣ ରାଉତ, ପ୍ରମୁଖ ବର୍ଷିଆନ କଂଗ୍ରେସ କର୍ମୀମାନେ ଯୋଗ ଦେଇ ୫୮ ନମ୍ବର ୱ।ର୍ଡ଼ରେ ଥିବା ସଚା କଂଗ୍ରେସ କର୍ମୀ ଏବଂ ସେମାନଙ୍କର ପରିବାର କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଲେ

ଉକ୍ତ ୱ।ର୍ଡ଼ରୁ ବହୁ ଭୋଟ କଂଗ୍ରେସ ପ୍ରାର୍ଥୀ ଦୁଇ ଜଣ ପାଇ ପାରିବେ ବୋଲି ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ କହିଥିଲେ । ସମସ୍ତ ମତାନ୍ତରକୁ ଭୁଲି କଂଗ୍ରେସ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ୱ।ର୍ଡ଼ ମହିଳା କଂଗ୍ରେସ ସଭାନେତ୍ରୀ ମାମିନା ରାଉତ, ତୁଷାର ମହାପାତ୍ର, ବାବୁ ଖାନ , ପ୍ରମୁଖ କଂଗ୍ରେସର ବହୁ ଯୁଵକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


No Result
View All Result