No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ ଡିସେମ୍ବର ରବିବାର) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱତବ ଜାତୀୟ ସେବା ଯୋଜନା ଶିବିର ଉଦଘାଟିତ ହୋଇ ଯାଇଛି । ନିକଟସ୍ଥ ଖମଣ ଗ୍ରାମକୁ ମୁଖ୍ୟ ସେବାଗ୍ରାମଭାବେ ନିଆଯାଇଛି । ଏହା ୭ଦିନ ବ୍ୟାପୀ ହୋବାକୁ ଥିବା ଏହି ଶିବିର ଆଜିଠୁ ଆରମ୍ଭ ହୋଇ ୨୫ତାରିଖ ଶେଷ ହେବ । ଆଜି ଅନୁଷ୍ଠିତ ଶିବରକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପର୍ଶୁରାମ ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭା ଅଧ୍ୟକ୍ଷ ଶ୍ରୀ ମଲ୍ଲିକଙ୍କ ସଭାପତିତ୍ୱରେ ହୋଇଥିଲା ବେଳେ ମୁଖ୍ୟଅତିଥିଭାବେ ପରିଚାଳନା ପରିଷଦର ପୂର୍ବତନ ସଭାପତି ଲକ୍ଷ୍ମୀଧର ସାହୁ ଯୋଗ ଦେଇଥିଲେ ।
ସ୧ାନୀତ ଅତିଥିଭାବେ ପରିଷଦର ପୂର୍ବତନ ସଂପାଦକ ଶିକ୍ଷାବିତ ଶିବପ୍ରସାଦ ବେହେରା, ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ମଳୟ କୁମାର ମଲ୍ଲିକ, ପରିଷଦର ପୂର୍ବତନ ସଦସ୍ୟ ଦିଲ୍ଲୀପକୁମାର ସାହୁ, ମୁଖ୍ୟବକ୍ତା ଭାବେ ଜାନକୀ-ମଧୁସୂଦନ +୨ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ସାମଲ ଯୋଗଦେଇ ଜାତୀୟ ସେବା ଯୋଜନା ଶିବର ସଂପର୍କରେ ଶିବିରାର୍ଥୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥିଭାବେ କ୍ରୀଡାଶିକ୍ଷକ ପୀତାମ୍ଭର ବେହେରା, ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବେହେରା ଯୋଗଦେଇ ଥିଲେ । ଅନୁଷ୍ଠିତ ଶିବର ଅଧ୍ୟାପକ କପିଳେନ୍ଦ୍ର ମାଝୀଙ୍କ ସଂଯୋଜନାରେ ହୋଇଥିଲା ବେଳେ ଅମିତ ପରମାଣିକ, ରୁଦ୍ରନାରାୟଣ ସାହୁ, କମଳଲୋଚନ ସାହୁ, ଆଦିତ୍ୟ ବିଶ୍ୱାଳ,
ଆକାଶ ସେଠୀ, ରାମନାରାୟଣ ଷଡଙ୍ଗୀ, ସୌମ୍ୟରଞ୍ଜନ ଦାସ, ମଳୟ ମଲିକ, ନିତେଶ ଦାସ, ଅଶୋକ ଦାସ, ଦୀପ୍ତିରଞ୍ଜନ ନାୟକ, ସରୋଜ ରାମ, ଅରବିନ୍ଦ ସାହୁ, ମନୋରଞ୍ଜନ ଗୁରୁ ପ୍ରମୁଖ ୨୮ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ । ଏହି ଶିବରରେ ଜାତୀୟ ସେବା ସଂପର୍କରେ ଅଭିଜ୍ଞାତ ପ୍ରଦର୍ଶିତ କରିଥିବା ଦୁଇଭଲେଂଟର ଲିଡ଼ର ଜାନକୀ-ମଧୁସୂଦନ +୨ମହାବିଦ୍ୟାଳୟର ସୌମ୍ୟା ସମର୍ପିତା ମହାନ୍ତି ଓ ଏନିସା ସାମଲଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଭୟକୁମାର ବେହୁରା ଓ ନାରାୟଣ ବାରିକ ପରିଚାଳନାରେ ସହଯୋଗିତା କରିଥିଲା ବେଳେ ଶେଷରେ ପୂର୍ବତନ ସଂଯୋଜକ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result