ଉତ୍କଳ ବାଳାଶ୍ରମର ପିଲାମାନଙ୍କୁ ବର୍ଷା ପ୍ରିୟଦର୍ଶିନୀଙ୍କ ପୁସ୍ତକ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଡିସେମ୍ବର ରବିବାର) ଭୁବନେଶ୍ୱର :- ଅଭିନେତ୍ରୀ ତଥା ସାମାଜିକ କାର୍ଯ୍ୟକର୍ତା ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ୟମରେ ଆମ ପାଠାଗାରର ପଚଂମ ସଂସ୍କରଣରେ ଡିସେମ୍ବର ୧୯ ରେ କଟକ ଉତ୍କଳ ବାଳାଶ୍ରମର ପିଲାମାନଙ୍କୁ କ୍ଷୁଦ୍ରଗଳ୍ପ ପୁସ୍ତକ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ପରେ ପରେ ଅନାଥ ଆଶ୍ରମର ପିଲାମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୁପମା ବେହେରା, ଉତ୍କଳ ବାଳାଶ୍ରମ ଅନାଥ ଆଶ୍ରମର ଅଧୀକ୍ଷକ ପ୍ରଜ୍ଞାସିନୀ ପ୍ରଧାନ, ଡାକ୍ତର ପ୍ରଶାନ୍ତ ପରିଡା ଏସିବି ମେଡିକାଲ କଲେଜ, ରାମକୃ୩⁄୪ ରଥ ଆଡଭୋକେଟ, ଓଡିଶା ହାଇକୋର୍ଟ, ଯୋଗ କୁମାରୀ ପଦ୍ମଶ୍ରୀ ମହାନ୍ତି, ଅଭିନେତା ବିକ୍ରମ ଓ ଅନନ୍ତ ଙ୍କ ଉପସ୍ଥିତିରେ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ମହାନ୍ତି, ଯୋଗର ବିଭିନ୍ନ କୌଶଳ ଓ ଶୈଳୀ ପ୍ରଦର୍ଶନ ସହ ଯୋଗ କରିବାର ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉତ୍କଳ ବାଳାଶ୍ରମ ଅନାଥ ଆଶ୍ରମର ଅଧୀକ୍ଷକ ପ୍ରଜ%A