• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୃଷକ ଉତ୍ପାଦକ ସଂଗଠନ ମଧ୍ୟରେ ମଧ୍ୟସ୍ଥି ସୃଷ୍ଟି ହେବା ଉଚିତ ନୁହେଁ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

Proprietor Abhimanyu Maharana by Proprietor Abhimanyu Maharana
December 18, 2021
in ଓଡ଼ିଶା, ମହାନଗର, ହୋମ୍
0
କୃଷକ ଉତ୍ପାଦକ ସଂଗଠନ ମଧ୍ୟରେ ମଧ୍ୟସ୍ଥି ସୃଷ୍ଟି ହେବା ଉଚିତ ନୁହେଁ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
Share on FacebookShare on TwitterWhatsapp

ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ସମାବେଶ : ୨୦୨୧ ଆୟୋଜିତ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଡିସେମ୍ବର ଶନିବାର) ଭୁବନେଶ୍ୱର :- କୃଷକର ଆୟବୃଦ୍ଧି ହେଉଛି କୃଷକ ଉତ୍ପାଦକ ସଂଗଠନର ଉଦ୍ଦେଶ୍ୟ । ମଧ୍ୟସ୍ଥି ବ୍ୟବସ୍ଥାର ଉଚ୍ଛେଦ କରି କୃଷକକୁ ତା’ ର ଉତ୍ପାଦର ସଠିକ୍‌ ମୂଲ୍ୟ ପ୍ରଦାନ ସଂଗଠନର ମୂଳଲକ୍ଷ୍ୟ ହୋଇଥିବାବେଳେ କୃଷକ ଉତ୍ପାଦକ ସଂଗଠନ ମଧ୍ୟରେ ମଧ୍ୟସ୍ଥି ସୃଷ୍ଟି ହେବା ଆଦୌ ଉଚିତ ନୁହେଁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ରେ ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ସମାବେଶ-୨୦୨୧ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତି ।

କୃଷକ ଉତ୍ପାଦକ ସଂଗଠନର ସଫଳତା ଓ କୃଷକମାନଙ୍କ ଆୟ ବହୁଗୁଣିତ ହେବା ପାଇଁ ବ୍ୟାଙ୍କ ମାଧ୍ୟମରେ ପୁଂଜିନିବେଶ ସହାୟତା, ବଜାର ସୁବିଧା, ମଧ୍ୟସ୍ଥି ଉଚ୍ଛେଦ, ସରକାରୀ ପ୍ରୋତ୍ସାହନ ଓ ସହାୟତା, ଯୋଗାଯୋଗ, ଫସଲ ବିବିଧିକରଣ ପଦ୍ଧତି ଅବଲମ୍ବନ ଆଦି ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଉପରସ୍ତରର ଲୋକମାନେ ଖାଦ୍ୟଦ୍ରବ୍ୟର ବ୍ୟବହାର କଲାବେଳେ ଏଥିରେ ସଂପୃକ୍ତ ଚାଷୀର କଷ୍ଟକୁ ଅନୁଭବ କଲେ ସେମାନେ ଚାଷୀକୁ ଉଚିତ ସମ୍ମାନ ଦେଇପାରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ଏବଂ ହିତାଧିକାରୀମାନଙ୍କ ମଧ୍ୟରେ ଏକ ଅନୁକୂଳ ପରିମଣ୍ଡଳ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ମଞ୍ଚ ପ୍ରତିଷ୍ଠା ପାଇଁ ଏହି ସମାବେଶ ଏକ ପଦକ୍ଷେପ ା

କୃଷକ ଉତ୍ପାଦକ ସଂଗଠନ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ କରିବା ସହ ସଂଗଠନର ଦୃଢ଼ୀକରଣ ପାଇଁ ଏକ କେନ୍ଦ୍ରୀଭୂତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ଏହି ସମାବେଶ ଆୟୋଜନ କରାଯାଇଛି । କୃଷକ ଉତ୍ପାଦକ ସଂଗଠନ (ମୁଖ୍ୟତଃ କ୍ଷୁଦ୍ର ଓ ନାମମାତ୍ର ଚାଷୀ) କୃଷି କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ ଦିଗରେ ଏକ ବଳିଷ୍ଠ ମାଧ୍ୟମ ହିସାବରେ ଉଭା ହୋଇଛି, ଯାହାକି ପୁଂଜିନିବେଶ ପାଇଁ ପ୍ରୟାସ, ବୈଷୟିକ ଉପଯୋଗ ଓ ବିପଣନ ଦିଗରେ ସହାୟକ ହେବ ।

ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ କୃଷକ ଉତ୍ପାଦକ ସଂଗଠନ ୨୦୧୮ ନୀତି-ଏକ ଅନନ୍ୟ କାର୍ଯ୍ୟକ୍ରମ ଯାହାକି କୃଷକ ଉତ୍ପାଦକ ସଂଗଠନ ସଂପ୍ରସାରଣ ଓ ଦୃଢ଼ୀକରଣରେ ସହାୟକ ହେବ । ବର୍ତ୍ତମାନ ସରକାରଙ୍କ ବିିଭିନ୍ନ କୃଷି ଓ ଉଦ୍ୟାନ କୃଷି ସମ୍ବନ୍ଧୀୟ ଯୋଜନା ଅନ୍ତର୍ଗତ ୧୦ ହଜାର କୃଷକ ଉତ୍ପାଦକ ଗୋଷ୍ଠୀର ଗଠନ ଓ ବୃଦ୍ଧି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ ଗଠିତ ହୋଇ ସରକାରୀ ସହାୟତା ପାଉଛନ୍ତି । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ନାବାର୍ଡ ଓ କ୍ଷୁଦ୍ରଚାଷୀମାନଙ୍କର କୃଷି ବ୍ୟବସାୟିକ ସଂଗଠନ ସହ ୪୫୦ରୁ ଊଦ୍ଧ୍ୱର୍ କୃଷକ ଉତ୍ପାଦକ ସଂଗଠନ ପଂଜୀକୃତ ହୋଇଛନ୍ତି ।

କେନ୍ଦ୍ର ଯୋଜନା ଅନ୍ତର୍ଗତ ୧୦ ହଜାର କୃଷକ ଉତ୍ପାଦକ ସଂଗଠନର ବିରଚନା ଓ ସଂପ୍ରସାରଣ କାର୍ଯ୍ୟକ୍ରମରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪୧ଟି କୃଷକ ଉତ୍ପାଦକ ସଂଗଠନ ବିରଚିତ ହୋଇଛି, ଯେଉଁଥିରୁ କି ନାବାର୍ଡ, ନାଫେଡ୍‌, କ୍ଷୁଦ୍ରଚାଷୀ କୃଷି ବ୍ୟବସାୟିକ ସଂଗଠନ, ଜାତୀୟ ସମବାୟ ବିକାଶ ନିଗମ ଓ ଗ୍ରାମ୍ୟ ମୂଲ୍ୟଶୃଙ୍ଖଳ ବିକାଶ ସଂସ୍ଥା ସହ ୧୨୦ଟି କୃଷକ ଉତ୍ପାଦକ ସଂଗଠନ ପଂଜୀକୃତ ହୋଇଅଛି । ଏହି ସମାବେଶରେ ଓଡ଼ିଶାର ୩୦ ଜିଲ୍ଲାରୁ ଶତାଧିକ କୃଷକ ଉତ୍ପାଦକ ସଂଗଠନ ଅଂଶଗ୍ରହଣ କରିଛନ୍ତି ।

ଏହି ଅବସରରେ ୭ଟି ଜିଲ୍ଲାର ୧୦ଟି କୃଷକ ଉତ୍ପାଦକ ସଂଗଠନ ଦ୍ୱାରା ମୂଲ୍ୟଯୁକ୍ତ ଉତ୍ପାଦର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଏହି ସମାବେଶ ପାଇଁ ତଥା ଉଦ୍ୟାନକୃଷି ନିର୍ଦ୍ଦେଶାଳୟକୁ େୱବ୍‌ପୋର୍ଟାଲ http://fpoodisha.nic.in ଲୋକାର୍ପଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀ ଡ. ସାହୁଙ୍କ କରକମଳରେ ଉନ୍ମୋଚିତ ଏହି ପୋର୍ଟାଲ ରାଜ୍ୟର ସମସ୍ତ କୃଷକ ଉତ୍ପାଦକ ସଂଗଠନ ପାଇଁ ଏକ ବୈଦୁ୍ୟତିକ ମଞ୍ଚ, ଯାହାକି ଏକକ ବାତାୟନ ସେବା ପ୍ରଦାନ କରିବ । ଭଲ ବଜାର ପ୍ରବେଶୀକରଣକୁ ଦୃଢ଼ୀକରଣ, ଅନ୍ୟ ଯୋଜନା ସହ ମିଶ୍ରଣ ଓ ସେମାନଙ୍କ କାର୍ଯ୍ୟଶୈଳୀର ପରିମାପକ ପାଇଁ ବୈଦୁ୍ୟତିକ ପ୍ରଣାଳୀର ଉପଯୋଗ ସକାଶେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ବିଲ୍‌ ଓ ମିଲିଣ୍ଡା ଗେଟ୍‌ ସଂସ୍ଥା ସହ ଅନୁବନ୍ଧିତ ହୋଇଛି ।

ଏହି ସମାବେଶରେ ତିିନିଟି ବ୍ୟବସାୟିକ ଅଧିବେଶନ ଅନୁଷ୍ଠିତ ହୋଇ ବିଶାରଦମାନଙ୍କ ସହ ଆଲୋଚନାପୂର୍ବକ ଉପୁଜିଥିବା ସମସ୍ୟାର ଉପସ୍ଥାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତି୍ରପାଠୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ନାବାର୍ଡର ମୁଖ୍ୟ ସାଧାରଣ ପରିଚାଳକ ସି. ଉଦୟ ଭାସ୍କର ପ୍ରମୁଖ ଯୋଗଦେଇଥିଲେ । ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ କୃଷି ଓ ଖାଦ୍ୟ ଉତ୍ପାଦର ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ, ଓର୍‌ମାସ୍‌, ଆଦିବାସୀ ଉନ୍ନୟନ ସମବାୟ ନିଗମ, ଓପିଇଏଲ୍‌ଆଇପି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଓଡ଼ିଶା ରାଜ୍ୟ ବିହନ ନିଗମ, ନାଫେଡ୍‌, ମାର୍କଫେଡ୍‌, ଓଡ଼ିଶା ରାଜ୍ୟ ବିପଣନ ବୋର୍ଡ, ଆପିକଲ୍‌, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧିକାରୀବୃନ୍ଦଙ୍କ ସହ ମଦର ଡାଏରୀ, ବିଶ୍ୱବ୍ୟାଙ୍କ, ବିଶ୍ୱ ଖାଦ୍ୟ ଯୋଜନା, ସମୁନ୍ନତି, ଟାନେଜର ଇଣ୍ଟରନ୍ୟାସନାଲ୍‌, ପାଲାଡିଅମ୍‌, ଜାଭିଅର୍‌ ବିଶ୍ୱବିଦ୍ୟାଳୟ, ଶିକ୍ଷା ଓ ଅନୁସନ୍ଧାନ, କିଟ୍‌, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବୁଦ୍ଧିଜୀବୀ ଓ ବିଶାରଦମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version