• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଣ୍ଡିତ ଓମ୍‍କାରନାଥ ଠାକୁର ଆନ୍ତର୍ଜାତିକ ଆଭାସି ସଂଗୀତ ସମାରୋହ

Proprietor Abhimanyu Maharana by Proprietor Abhimanyu Maharana
February 17, 2022
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ପଣ୍ଡିତ ଓମ୍‍କାରନାଥ ଠାକୁର ଆନ୍ତର୍ଜାତିକ ଆଭାସି ସଂଗୀତ ସମାରୋହ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଡିସେମ୍ବର ଶନିବାର) ସିଓଲ/ଲଣ୍ଡନ/ମୁମ୍ବାଇ/ନଏଡ଼ା/ନୂଆଦିଲ୍ଲୀ/ଭୁବନେଶ୍ୱର ,,କିଶୋର ଦ୍ବିବେଦୀ ଙ୍କ ଠାରୁ ପ୍ରକାଶ :- ଅଗ୍ରଣୀ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ଅନୁଷ୍ଠାନ ସ୍ୱର ସମର୍ପଣ ତରଫରୁ ପଣ୍ଡିତ ଓମ୍‍କାରନାଥ ଠାକୁର ଆନ୍ତର୍ଜାତିକ ସଂଗୀତ ସମାରୋହ ଆଭାସି ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା, ବିଶ୍ୱ ଓଡ଼ିଶା ସମାଜର ସଦସ୍ୟ, ପ୍ରବାସୀ ଓଡ଼ିଆ ନେତୃବୃନ୍ଦ ଏବଂ ଦେଶବିଦେଶର ବହୁ ସଂଗୀତ ପ୍ରେମୀ ଜନସାଧାରଣ ଅନ୍‍ଲାଇନ୍‍ ଯୋଗେ ଯୋଗଦେଇଥିବା ଦେଖାଯାଇଥିଲା ।

ଉତ୍ସବର ମୁଖ୍ୟ ଆୟୋଜକ ଏବଂ ସ୍ୱର ସମର୍ପଣର ପ୍ରତିଷ୍ଠାତା ଲବ୍ଧ ପ୍ରତିଷ୍ଠ ଶାସ୍ତ୍ରୀୟ ସଂଗୀତଜ୍ଞ ଆଚାର୍ଯ୍ୟ ଅଭିମନ୍ୟୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କରୋନାର କରାଳ କାଳିମା କାଳରେ କଳାର ସେବା ଓ ସମୃଦ୍ଧିକୁ ଜାରି ରଖିବା ନେଇ ତାଙ୍କର ପ୍ରୟାସକୁ ମିଳୁଥିବା ପ୍ରୋତ୍ସାହନ ନେଇ କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ଆଗକୁ ଏହିଭଳି ସକ୍ରୀୟ ସହଯୋଗର କାମନା କରିଥିଲେ । ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଏବଂ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ପ୍ରବାସରେ ଓଡ଼ିଶାର କଳା, ସଂସ୍କୃତି,

ସାହିତ୍ୟ, ପରମ୍ପରା ଓ ଐତିହ୍ୟକୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ସ୍ୱର ସମର୍ପଣ ଏବଂ ଗୁରୁ ଆଚାର୍ଯ୍ୟ ଅଭିମନ୍ୟୁଙ୍କର ଅବଦାନ ଅନନ୍ୟ ଏବଂ ଅତୁଳନୀୟ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ସଞ୍ଜୟ ଶ୍ରୀବାସ୍ତବ, ଡଃ ଚନ୍ଦ୍ରମଣି ବ୍ରହ୍ମଦତ୍ତ, ରୀତା ପାତ୍ର, ଶିଶିର ଦୁବେ ଓ ରାଜପାଲ ଜୋହର ପ୍ରମୁଖ ଯୋଗଦେଇ ସଂଗୀତର ଶୁଦ୍ଧତା ଓ ଶାସ୍ତ୍ରୀୟତାକୁ ବଜାୟ ରଖିବାରେ ଆଚାର୍ଯ୍ୟ ଅଭିମନ୍ୟୁଙ୍କର ଉଲ୍ଲେଖନୀୟ ଯୋଗଦାନର ଭୂୟସୀ ପ୍ରଶଂସା କରିଥିଲେ । ସ୍ୱର ସମର୍ପଣ ପକ୍ଷରୁ ୨୦୨୧ର ତେଜସ୍ୱୀ ସମ୍ମାନ ସିଦ୍ଧାନ୍ତ ଦୁବେ ଏବଂ ସ୍ୱପ୍ନାରାଣୀ ତଥା ସ୍ୱର ସମାଜସେବୀ ସମ୍ମାନ ଡଃ ଚନ୍ଦ୍ରମଣି ବ୍ରହ୍ମଦତ୍ତଙ୍କୁ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ନୂଆଦିଲ୍ଲୀରୁ ଆଚାର୍ଯ୍ୟ ଅଭିମନ୍ୟୁ, ମୁମ୍ବାଇରୁ ସିଂହବନ୍ଧୁ ଭାବେ ପ୍ରସିଦ୍ଧି ପ୍ରାପ୍ତ ପଦ୍ମଶ୍ରୀ ପଣ୍ଡିତ ସୁରୀନ୍ଦର ସିଂହ, ଭୁବନେଶ୍ୱରରୁ କରୁଣାକର ନାୟକ, ନୂଆଦିଲ୍ଲୀରୁ ସ୍ୱପ୍ନାରାଣୀ, ନଏଡ଼ାରୁ ନେହା ଦୁବେ, ଲଣ୍ଡନରୁ ମୁକେଶ କାକ୍କର ଏବଂ ନୂଆଦିଲ୍ଲୀରୁ ଲକ୍ଷ୍ମୀପ୍ରିୟା ପ୍ରଧାନ ପ୍ରମୁଖ ସେମାନଙ୍କର ସୁମଧୂର ଓ ସୁଲଳିତ ସଂଗୀତର ଅପୂର୍ବ ମାଧୁର୍ଯ୍ୟରେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ନଏଡ଼ାର ଆଚାର୍ଯ୍ୟ ଅଭିମନ୍ୟୁଙ୍କର ଦୁଇ ଶିଷ୍ୟ ଭାଇ ତଥା ପ୍ରତିଭାବାନ ଶିଶୁ କଳାକାର ସିଦ୍ଧାନ୍ତ ଓ ବିଭାନ୍‍ ଦୁବେଙ୍କ ଦ୍ୱାରା ପରିବେଷିତ ଗଣେଶ ବନ୍ଦନା ।

ବାଦ୍ୟଯନ୍ତ୍ରରେ କୃଷ୍ଣଚନ୍ଦ୍ର ଦାସ, ସୁବୋଧ ନାରାୟଣ ପାଢ଼ୀ, ପ୍ରକାଶ ସାଲସକର ଓ ବିଜୟ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ । ଆକାଶବାଣୀ ଓ ଦୂରଦର୍ଶନର ପ୍ରଖ୍ୟାତ୍‍ ଉଦ୍‍ଘୋଷିକା ପ୍ରତିମା ଶର୍ମା, ସମଗ୍ର ଅଧୀବେଶନକୁ ସୁଚାରୁ ରୂପେ ସଂଯୋଜନା ଓ ସଞ୍ଚାଳନା କରିଥିଲେ ।
ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆରୁ ଡଃ ସୀତାଂଶୁ ଶେଖର ନନ୍ଦ, ତାଞ୍ଜାନିଆରୁ ରିଚା ଗୁପ୍ତା, ଭାରତରୁ ସୁଖନନ୍ଦନ ବିନ୍ଦ୍ରା, କୃଷ୍ଣା ଶତପଥୀ, ହରିହର ରଥ ଏବଂ ଅନିନ୍ଦିତା ଦାସ ପ୍ରମୁଖ ଅନ୍ତର୍ଭକ୍ତ ଥିଲେ । ନଏଡ଼ାସ୍ଥିତ ଓମ୍‍କାର ଡିଭାଇନ୍‍ ପ୍ଲେସ୍‍ ପରିସରରୁ କାର୍ଯ୍ୟକ୍ରମର ଜୀବନ୍ତ ପ୍ରସାରଣ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version