No Result
View All Result
ଚଢାଉରେ ଜହ୍ନା ଗ୍ରାମର ୭୩ ଜଣ ଉପଭୋକ୍ତାଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜରିମାନା ଆଦାୟ କରାଯାଇଥିଲା । ଗ୍ରାମରେ ୭୩ ଜଣ ଉପଭୋକ୍ତ ବିଦ୍ୟୁତ୍ ଚୋରି ହୋଇଥିବାର ଚଢାଉରେ ଜଣାପଡିଥିଲା । ମୋଟ ୧୩୦ କିଲୋୱାଟର ବିଦ୍ୟୁତ୍ ଚୋରି ହୋଇଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ ।
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଡିସେମ୍ବର୨୦୨୧ ) ଭୁବନେଶ୍ୱର :- ଯାଜପୁରରୋଡ ବିଦ୍ୟୁତ୍ ବିଭାଗ ଏବଂ ବାଲେଶ୍ୱର ବିଦ୍ୟୁତ୍ ବିଭାଗ ଭିଜିଲାନ୍ସ ପକ୍ଷରୁ ଆଜି କୋରାଇ ବ୍ଳକ୍ ଅନ୍ତର୍ଗତ ଜହ୍ନା ଗ୍ରାମରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି । ଭିଜିଲାନ୍ସ ମୁଖ୍ୟ ଅନନ୍ତ ନାରାୟଣ ସେନାପତୀ, କଳାକାର ସାହା ଓ ସୌଗତ ସରକାରଙ୍କ ନେତୃତ୍ୱରେ ମୋଟ ୭୦ଜଣ କର୍ମଚାରୀଙ୍କୁ ନେଇ ୧୦ଟି ଟିମ୍ ଗଠନ କରାଯାଇଥିଲା । ଜହ୍ନା ଗ୍ରାମରେ ମାତ୍ରାଧିକ ବିଦ୍ୟୁତ୍ ଚୋରି ଓ ବେଆଇନ୍ ବିଦ୍ୟୁତ୍୍ ସଂଯୋଗ ହୋଇଥିବାର ଅଭିଯୋଗ ହୋଇଥିଲା । ଚଢାଉରେ ଜହ୍ନା ଗ୍ରାମର ୭୩ ଜଣ ଉପଭୋକ୍ତାଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜରିମାନା ଆଦାୟ କରାଯାଇଥିଲା । ଗ୍ରାମରେ ୭୩ ଜଣ ଉପଭୋକ୍ତ ବିଦ୍ୟୁତ୍ ଚୋରି ହୋଇଥିବାର ଚଢାଉରେ ଜଣାପଡିଥିଲା । ମୋଟ ୧୩୦କିଲୋୱାଟର ବିଦ୍ୟୁତ୍ ଚୋରି ହୋଇଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ ।

ଟାଟା କମ୍ପାନୀ ହାତକୁ ବିଦ୍ୟୁତ୍୍ ବିଭାଗ ଯିବାପରେ ବିଦ୍ୟୁତ୍୍ ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିଛି । ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇବା ସହ ଏବେ ଚଢାଉ ଏବଂ ଜରିମାନାକୁ ଯୋରଦାର କରାଯାଇଛି । ତେବେ କୋରାଇ ଅଂଚଳରେ ଏବେ ମଧ୍ୟ ଶହଶହ ଲୋକଙ୍କ ନିକଟରେ ବିଦ୍ୟୁତ୍ ସେବା ପହଁଚିନଥିବା ବେଳେ ଉପଭୋକ୍ତଙ୍କୁ ସଠିକ୍ ସେବା ମଧ୍ୟ ମିଳୁନଥିବାର ଅଭିଯୋଗ ହୋଇଛି । ତେବେ କେବଳ କାର୍ଯ୍ୟାନୁଷ୍ଠାନରେ ବିଭାଗ ସୀମିତ ନରହି ଲୋକଙ୍କୁ ଉଚ୍ଚମାନର ସେବା ଦେବାକୁ ମଧ୍ୟ ବିଭାଗ ପ୍ରଚେଷ୍ଟା ଜାରି ରଖିବ ବୋଲି ଭିଜିଲାନ୍ସ ଅଧିକାରୀ ଶ୍ରୀ ସେନାପତୀ ପ୍ରକାଶ କରିଛନ୍ତି ।

ତେବେ ବିଦ୍ୟୁତ୍ ବିଭାଗର ଏପରି ଅଚାନକ ଚଢାଉରେ ଉପଭୋକ୍ତଙ୍କ ମଧ୍ୟରେ ଛନକା ପସିଛି । ଚଢାଉରେ ଯାଜପୁର ଭିଜିଲାନ୍ସ ଟିମ୍ର ମିଲନ ନାଥ, ରୀନାରାଣି ପ୍ରଧାନ, ଅଭିଷେକ ମିଶ୍ର, ଶଶିଶେଖର ଶର୍ମା, ସୁର୍ଯ୍ୟକାନ୍ତ ବେହେରା, ଯାଜପୁରରୋଡ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯବୀ ପ୍ରମୋଦ କୁମାର ନାୟକ, ଏସ୍ଡିଓ ପାର୍ଥସାରଥୀ ଦାସ, କନିଷ୍ଠ ଯବୀ ସୁବ୍ରତ ଚକ୍ର, ପ୍ରଦ୍ୟୁମ୍ନ ବରାଳ, ଦୀଲିପ ସାହୁ, ସଞ୍ଜୟ ବିଶ୍ୱାଳ ଆଦି ବହୁ କର୍ମଚାରୀ ସାମିଲ ହୋଇଥିଲେ ।

No Result
View All Result