No Result
View All Result
ଡାବର ଚ୍ୟବନପ୍ରାସ ଦ୍ୱାରା ରୋଗ ପ୍ରତିରୋଧି ଭାରତ ଅଭିଯାନ ଶୁଭାରମ୍ଭ
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଡିସେମ୍ବର୨୦୨୧ ) ଭୁବନେଶ୍ୱର :- ଭବିଷ୍ୟତ ପିଢିର ସ୍ୱାସ୍ଥ୍ୟ ସୁରକ୍ଷାର ପ୍ରତିଶୃତି ପରିପେକ୍ଷୀରେ ସମଗ୍ର ଦେଶରେ ଥିବା ଅବହେଳିତ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷାର ଲକ୍ଷ୍ୟ ରଖି ଡାବର ଚ୍ୟବନପ୍ରାସ ଏକ ବ୍ୟାପକ ସଚେତନତା ପଦକ୍ଷେପ ପ୍ରାରମ୍ଭ କରିବାର ଘୋଷଣା କରିଥିଲା । ଏହି ପଦକ୍ଷେପ ଅନୁଯାଇ ଡାବର ଚ୍ୟବନପ୍ରାସ ସହିତ –ଡକ୍ଟର ପରମେଶ୍ୱର ଆରୋରା, ଏମ.ଡି. (ଏୱାଇ) ବି.ଏଚ.ୟୁ. ବାରାଣାସୀ ଗୋଲ୍ଡ ମେଡାଲ୍ ଏବଂ ସିନିୟର ପରାମର୍ଶଦାତା, ଆୟୁରର୍ବେଦ ଙ୍କ ସହ ରୋଗ ପ୍ରତିରୋଧ ଶକ୍ତି ସଚେତନତା ଅଧିବେଶନ କରି ପିଲା ମାନଙ୍କୁ ପରିବର୍ତିତ ରତୁ, ବିଜାଣୁ ଓ ଭୁତାଣୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା ବିରୋଧରେ ଏକ ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତି ଗଠନ ପ୍ରଣାଳି ସମନ୍ଧରେ ଶିକ୍ଷା ପ୍ରଦାନ କରିଥିଲେ । ମାଇଁ-ର୍ହାଟ, ସ୍ୱେଚ୍ଛାସେବୀ ସଂଗଠନ ତରପଂରୁ ୨୦୦ ରୁ ଉର୍ଦ୍ଧ ପିଲା ମାନଙ୍କ ପାଇଁ ଭୁବନେଶ୍ୱର ଠାରେ ଏହି କାର୍ଯ୍ୟକ୍ରମ ଉନ୍ମୋଚନ କରାଯାଇଥିଲା ।

ଏହି ଅଧିବେଶନରେ ଶୀତ ଦିନେ ଅସୁସ୍ଥତା ବିରୋଧରେ ପିଲା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖା ଯାଇଥିଲା । ପିଲା ମାନଙ୍କୁ ମଧ୍ୟ ମୌଳିକ ସ୍ୱଚ୍ଛତା ଏବଂ ପୃଷ୍ଟିକର ଖାଦ୍ୟ ମାଧ୍ୟମରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଶିକ୍ଷା ଦିଆ ଯାଇଥିଲା । ଏହି ଅବସରରେ ଡାବର ଇଣ୍ଡିଆ ଲିମିଟେଡ୍ ର ମାର୍କେଟିଂ ମୁଖ୍ୟ-ସ୍ୱାସ୍ଥ୍ୟ ସହାୟକ, ଶ୍ରୀ ପ୍ରଶାନ୍ତ ଅଗ୍ରୱାଲ କୋଭିଡ୍-୧୯ ଯୁଗରେ ପୂର୍ବାପେକ୍ଷା ଦ୍ରୁତ ରୋଗ ପ୍ରତିରୋଧକ ଶକ୍ତି ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଆବଶ୍ୟକତା ବୋଲି ମତ ପୋଷଣ କରିଥିଲେ । ୪୦ରୁ ଅଧିକ ଆୟୁରର୍ବେଦିକ ଔଷଧ ଯଥା: ଅଁଳା, ଅଶ୍ୱଗନ୍ଧା, ଗିଲୋୟ ଇତ୍ୟାଦି ମିଶ୍ରିତ ଡାବର ଚ୍ୟବନପ୍ରାସ ରୋଗର ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସର୍ବଦା ସାହାଯ୍ୟ କରି ଆସିଛି ।

ଏହାକୁ ସତ୍ୟସିଦ୍ଧ କରିବା ପାଇଁ ଆମେ ବହୁଳ ଭାବେ ଡାବର ଚ୍ୟବନପ୍ରାସ ର ପ୍ରୟୋଗାତ୍ମକ ଅଧ୍ୟୟନ କରିଥିଲୁ । ଅଧ୍ୟୟନର ଅନୁସନ୍ଧାନରୁ ଜଣାପଡିଲାଯେ କୋଭିଡ୍-୧୯ ରେ ସଂକ୍ରମିତ ନ ହେବା ପାଇଁ ଡାବର ଚ୍ୟବନପ୍ରାସ ଏକ ପ୍ରତିଷେଧାତ୍ମକ ସମାଧାନ । ଅଧ୍ୟୟନରୁ ଏହା ମଧ୍ୟ ସ୍ପଟ ଯେ ଡାବର ଚ୍ୟବନପ୍ରାସର ନିୟମିତ ବ୍ୟବହାର କୋଭିଡ୍-୧୯ ସଂକ୍ରମଣର ଆଶଙ୍କାକୁ ୧୨ ଗୁଣ କମ କରିପାରେ । ଏହା ମଧ୍ୟ ଉଲ୍ଲେଖ କରାଯାଇଚି ଯେ ନିୟନ୍ତ୍ରଣ ଗୋଷ୍ଠିର ବିଷୟ ଗୁଡିକ ତୁଳନାରେ ଡାବର ଚ୍ୟବନପ୍ରାସ ନିୟମିତ ବ୍ୟବହାର ସହିତ କୋଭିଡ-୧୯ ସଂକ୍ରମଣରେ ୬ ଗୁଣ କମ ଗମ୍ଭିରତା ରହିଥିଲା । ଡକ୍ଟର ପରମେଶ୍ୱର ଆରୋରା, ଏମ.ଡି. ଆୟୁରର୍ବେଦ, ବି.ଏଚ.ୟୁ. ଙ୍କ ମତରେ ରିତୁ ପରିବର୍ତନ ସମୟରେ ହଠାତ ତାପମାତ୍ରା ପରିବର୍ତନ ହୁଏ ଯାହା କାଶ, ଥଣ୍ଡା ଏବଂ ଫ୍ଲୁ ଭଳି ରୋଗର କାରଣ ହୋଇଥାଏ ।

ରୋଗକୁ ପ୍ରତିରୋଧ କରିବା ପାଇଁ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ଏକ ପ୍ରଭାବଶାଳୀ ଉପାୟ ଅଟେ । ଡାବର ଚ୍ୟବନପ୍ରାସ ଭାରତର ୧୮ଟି ସହରର ଯଥା: ବାରଣାସୀ, ପ୍ରୟାଗରାଜ, ଲକ୍ଷେ୍ନା, ଅହମଦାବାଦ, ଅମୃତସର, ଜୟପୁର, ଭୁବନେଶ୍ୱର, କୋଲକତା, ପାଟଣା, ଇନ୍ଦୋର, ରାୟପୁର, ପୁନେ, ଔରଙ୍ଗାବାଦ, ରାଂଚି, ବେଙ୍ଗାଲୁର, ହାଇଦରାବାଦ, ଚେନ୍ନାଇ ଓ ଚଣ୍ଡିଗଡ ରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ସହ ମିଶି ଏହି କାର୍ଯ୍ୟକ୍ରମ ତ୍ୱରାନ୍ନିତ କରୁଅଛି । ଡାବର ଚ୍ୟବନପ୍ରାସ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଭାରତୀୟଙ୍କ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଶୃତିବଦ୍ଧ । ଏହି ପଦକ୍ଷେପ ପ୍ରତିବଦ୍ଧତାର ଏକ ଦୃଷ୍ଠାନ୍ତ ଅଟେ । ପ୍ରତି ବର୍ଷ ଶୀତ ଲହରୀ ଜନିତ ମୃତ୍ୟୁ ଆମ ପାଇଁ ଏକ ଚିନ୍ତାର ବିଷୟ । ଆମ୍ଭେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମାନଙ୍କୁ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ମାଧ୍ୟମରେ ସୁରକ୍ଷା ପ୍ରଦାନ କରିବା ପାଇଁ ଡାବର ଚ୍ୟବନପ୍ରାସ ପ୍ରଦାନ ପୂର୍ବକ ପ୍ରଚେଷ୍ଟାରତ ବୋଲି ଶ୍ରୀ ଅଗ୍ରୱାଲ ମତପୋଷଣ କରିଥିଲେ ।

No Result
View All Result