ବିଜୟ କୁମାର ଜେନା : ଅବସରପ୍ରାପ୍ତ ଅଧ୍ଯାପକ (ଅବସର ପ୍ରାପ୍ତ ପ୍ରାଧ୍ୟାପକ, ଶାମୁକା ସାହି, ରଣପୁର, ନୟାଗଡ଼)

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଡିସେମ୍ବର ଗୁରୁବାର) ରଣପୁର :- ରଣପୁର ଏକ ଗଡଜାତ ଅଞ୍ଚଳ ଯାହା ୦୧,୦୧,୧୯୪୮ ରେ ଓଡିଶା ପ୍ରଦେଶରେ ମିଶ୍ରଣ ହୋଇଥିଲା ! ଏହା ପରେ ରଣପୁର ନୟାଗଡ଼ର ଅଂଶ ବିଶେଷ ଭାବେ ପରିଗଣିତ ହୋଇଥିଲା । ଅବିଭାଜିତ ପୁରୀ ଜିଲ୍ଲାର ଜିଲ୍ଲାପାଳ ନିଜ ପଦାଧିକାର ବଳରେ ଏହାର ଜିଲ୍ଲାପାଳ ଦାୟିତ୍ୱତୁଲାଇ ଆସୁଥିଲେ । କ୍ରମେ ନୟାଗଡ଼ ଜିଲ୍ଲାର ଉଛେଦ ଘଟି ଏହା ପୁରୀ ଜିଲ୍ଲାର ଏକ ଅଂଶ ହୋଇ ରହିଥିଲା । ପରେ ପରେ ରଣପୁର ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ହୋଇ ଗୋଟିଏ ତହସିଲରେ ରୂପାନ୍ତରିତ ହୋଇଥିଲା ।



କହିବାକୁ ଗଲେ ୧୯୪୩-୧୯୪୪ ମସିହାରେ ଅର୍ଥାତ୍ ୫୩ବର୍ଷ ବ୍ୟବଧାନରେ ଏହି ବ୍ୟବସ୍ଥା ପୁନଃ ଆରମ୍ଭ ହୋଇଥିଲା । ଅବଶ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ବ୍ରିଟିଶ ପଲିଟିକାଲ ଏଜେଣ୍ଟଙ୍କର ସୁପାରିଶ ନେବାକୁ ପଡୁଥିଲ । ଧାର୍ଯ୍ୟ ସମୟର ନଅ ବର୍ଷ ପରେ ଅର୍ଥାତ ୧୯୫୨ରେ ଏହାକୁ ଆରମ୍ଭ କରାଯାଇଥିଲା । ବିଳମ୍ବ ହେବାର ଏକମାତ୍ର କାରଣ ସମ୍ପୃକ୍ତ ବନ୍ଦୋବସ୍ତ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ଓ ସହଯୋଗର ଅଭାବ ରହିଥିଲା











