ବିଜୟ କୁମାର ଜେନା : ଅବସରପ୍ରାପ୍ତ ଅଧ୍ଯାପକ (ଅବସର ପ୍ରାପ୍ତ ପ୍ରାଧ୍ୟାପକ, ଶାମୁକା ସାହି, ରଣପୁର, ନୟାଗଡ଼)

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଡିସେମ୍ବର ଗୁରୁବାର) ରଣପୁର :- ରଣପୁର ଏକ ଗଡଜାତ ଅଞ୍ଚଳ ଯାହା ୦୧,୦୧,୧୯୪୮ ରେ ଓଡିଶା ପ୍ରଦେଶରେ ମିଶ୍ରଣ ହୋଇଥିଲା ! ଏହା ପରେ ରଣପୁର ନୟାଗଡ଼ର ଅଂଶ ବିଶେଷ ଭାବେ ପରିଗଣିତ ହୋଇଥିଲା । ଅବିଭାଜିତ ପୁରୀ ଜିଲ୍ଲାର ଜିଲ୍ଲାପାଳ ନିଜ ପଦାଧିକାର ବଳରେ ଏହାର ଜିଲ୍ଲାପାଳ ଦାୟିତ୍ୱତୁଲାଇ ଆସୁଥିଲେ । କ୍ରମେ ନୟାଗଡ଼ ଜିଲ୍ଲାର ଉଛେଦ ଘଟି ଏହା ପୁରୀ ଜିଲ୍ଲାର ଏକ ଅଂଶ ହୋଇ ରହିଥିଲା । ପରେ ପରେ ରଣପୁର ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ହୋଇ ଗୋଟିଏ ତହସିଲରେ ରୂପାନ୍ତରିତ ହୋଇଥିଲା ।

୧୮୮୦ ମସିହାର ପୂର୍ବ କାଳ । ଜନସାଧାରଣଙ୍କ ଠାରୁ କର, ଖଜଣା ବା ରେଭିନ୍ୟୁ ଆଦାୟ କରାଯାଉଥିଲା ଏବଂ ରାଜଦରବାରର ରାଜ କର୍ମଚାରୀଗଣ ଲୋକଙ୍କ ଉପରେ ନାନାଦି ଯନ୍ତ୍ରଣା ଓ ଦୌରାତ୍ମ ସାଧୁଥିଲେ । ଫଳତଃ ଏକ ବନ୍ଦୋବସ୍ତ ବିବରଣୀ (୧୮୭୦-୧୮୭୭) ପ୍ରସ୍ତୁତ ହୋଇଥିଲା। ୧୮୮୦-୧୮୯୦ ଏହି ଅବଧିମଧ୍ୟରେ ପର୍ଯ୍ୟାୟ କ୍ରମେ ଆହୁରି ଦୁଇଗୋଟି ବିବରଣୀ ମଧ୍ୟ ପ୍ରସ୍ତୁତ ହୋଇଥିଲା । ପରବର୍ତ୍ତୀ ବିବରଣୀର ସଂଯୋଗ କାଳ ୧୯୧୯-୧୯୨୦ରେ ଧାର୍ଯ୍ୟ ହୋଇଥିଲେହେଁ ଆବଶ୍ୟକୀୟ ପାଣ୍ଠିର ଅଭାବରୁ ଏହା ସମ୍ଭବ ହୋଇ ନ ଥିଲା ।

କହିବାକୁ ଗଲେ ୧୯୪୩-୧୯୪୪ ମସିହାରେ ଅର୍ଥାତ୍ ୫୩ବର୍ଷ ବ୍ୟବଧାନରେ ଏହି ବ୍ୟବସ୍ଥା ପୁନଃ ଆରମ୍ଭ ହୋଇଥିଲା । ଅବଶ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ବ୍ରିଟିଶ ପଲିଟିକାଲ ଏଜେଣ୍ଟଙ୍କର ସୁପାରିଶ ନେବାକୁ ପଡୁଥିଲ । ଧାର୍ଯ୍ୟ ସମୟର ନଅ ବର୍ଷ ପରେ ଅର୍ଥାତ ୧୯୫୨ରେ ଏହାକୁ ଆରମ୍ଭ କରାଯାଇଥିଲା । ବିଳମ୍ବ ହେବାର ଏକମାତ୍ର କାରଣ ସମ୍ପୃକ୍ତ ବନ୍ଦୋବସ୍ତ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ଓ ସହଯୋଗର ଅଭାବ ରହିଥିଲା