No Result
View All Result
ପୋଷାକ ବିତରଣ ଉତ୍ସବ
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଡିସେମ୍ବର ବୁଧବାର) ରଣପୁର :- ବୁଧବାର ଦିନ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ,ମାନ୍ୟବର ବିଧାୟକ ରଣପୁର ଙ୍କ ଦ୍ଵାରା ସମ୍ପନ୍ନ ହୋଇଯାଇଛି । ଉକ୍ତ ଉତ୍ସବ ରେ ସମ୍ନାନୀୟ ଅତିଥି ଶ୍ରୀଯୁକ୍ତ ପାଣ୍ଡବ ସେଠୀ(ବ୍ଲକ ସଭାପତି BJD), ବ୍ଲକ ଚେୟାରମ୍ୟାନ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଭାତ କୁମାର ଦଳବେହେରା,
ମଣ୍ଡଳ ଉନ୍ନୟନ ଅଧିକାରୀ ମହୋଦୟା ଋତୁପର୍ଣ୍ଣା ମହାପାତ୍ର , ମୋ ସ୍କୁଲ ସଭାପତି ଶ୍ରୀ ସୁବଳ ପ୍ରଧାନ , ସରପଞ୍ଚ ଶ୍ରୀମତୀ ସ୍ଵପ୍ନାରାଣୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ପ୍ରସନ୍ନ ପ୍ରଧାନ ଯୋଗଦାନ କରିଥିଲେ ।
ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଶରତ କୁମାର ସମନ୍ତରା ସଭା ପରିଚାଳନା କରିଥିଲେ । ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରସନ୍ନ କୁମାର ରାୟ ବିବରଣୀ ପାଠ କରିଥିବାବେଳେ, ଶ୍ରୀ ବସନ୍ତ କୁମାର ବେହୁରା ମଞ୍ଚ ପରିଚାଳନା କରିଥିଲେ ।
ବିଦ୍ୟାଳୟର ବିଭିନ୍ନ ଅସୁବିଧା ଯଥା ଶିକ୍ଷକ ପଦବୀ ପୂରଣ, ସ୍ଥାୟୀ ଖେଳପଡିଆ ଆଦି ର ସମାଧାନ ନିମନ୍ତେ ମଣ୍ଡଳ ଉନ୍ନୟନ ଅଧିକାରୀ ମହୋଦୟାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବୌଂ ବିଦ୍ୟାଳୟ ଟିକୁ 5T ରେ ରୂପାନ୍ତରଣ କରାଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ ।
ବିଦ୍ୟାଳୟ ର SCOUT ଶିକ୍ଷକ ଶ୍ରୀ ବିଶ୍ଵ ଭୂଷଣ ବେହେରା ଙ୍କ ଅନୁରୋଧ କ୍ରମେ ରାଜ୍ୟ ପୁରସ୍କାର ପାଇଥିବା ୧୧ ଜଣ SCOUT ଓ ୯ ଜଣ GUIDE ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ସାହୁ ,ଶ୍ରୀ ପ୍ରସନ୍ନ କୁମାର ରାଉତରାୟ, ଶ୍ରୀ ଜିତେନ୍ଦ୍ର କୁମାର ଛୁଆଳସିଂହ, ଶ୍ରୀ ଅଶୋକ କୁମାର ମହାନ୍ତି,
ଶ୍ରୀ ନୀରଦ ରଞ୍ଜନ ପ୍ରଧାନ, ଶ୍ରୀମତୀ ସୁକାନ୍ତି ଦେଇ ଆଦି ଙ୍କ ସାହାଯ୍ୟରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ । ପରିଶେଷରେ ମୋ ସ୍କୁଲ ସଭାପତି ଶ୍ରୀ ସୁବଳ ପ୍ରଧାନଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣପୂର୍ବକ ଉତ୍ସବସାଙ୍ଗ କରାଯାଇଥିଲା ।
No Result
View All Result