No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ଡିସେମ୍ବର ମଙ୍ଗଳବାର ) କଳାହାଣ୍ଡି :- ନର୍ଲାବ୍ଲକ ଅଧିନ ରୁପ୍ରା ଅହିଂସା ଛକରେ ଲକ୍ଷ୍ମୀପୂଜା କମିଟି ତରଫରୁ ୧୦ତମ ମାଣବସା ଲକ୍ଷ୍ମୀପୂଜା ଉପଲକ୍ଷେ ମଙ୍ଗଳବାର ସନ୍ଧ୍ୟାରେ କଳସ ଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂଜା ମଣ୍ଡପରୁ ଶତାଧିକ ମହିଳା କଳସ ଯାତ୍ରାରେ ବାହାରି ପାଣି ଆଣିବା ନିମନ୍ତେ ସୂନାମୂହିଁ ସାଗରକୁ ଯାଇଥିଲେ ।
ସେଠାରେ ବ୍ରହ୍ମପୁରର ପଣ୍ଡିତ ମହେଶ୍ୱର ଶତପଥି ଓ ଅଶୋକ ଶତପଥି ପୂଜା କରିବା ପରେ ମହିଳା ମାନେ କଳସରେ ପାଣି ଭରି ପୁଣି ପୂଜା ମଣ୍ଡପକୁ ଆସି ମଣ୍ଡପରେ ସ୍ଥାପନ କରିଥିଲେ । କର୍ତ୍ତା ଦାୟିତ୍ୱରେ ଟୁଲୁ ନାଏକ ଓ ତାଙ୍କ ପତ୍ନୀ ଶୁଭଶ୍ରୀ ନାଏକ ଥିବାବେଳେ ବୁଧବାର ସକାଳୁ ପୂଜାରମ୍ଭ ହେବ । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ନିରାଡମ୍ୱର ଭାବରେ ପୂଜା ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ପ୍ରକାଶ କରିଛନ୍ତି ।
No Result
View All Result