No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଡିସେମ୍ବର ମଙ୍ଗଳବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ସ୍ଥିତ ଶଙ୍ଖଚିଲା ବଜାରଠାରେ ମହାପଭୁ ଜଗନ୍ନାଥଙ୍କ ନିମନ୍ତେ ନିର୍ମାଣାଧିନ ମନ୍ଦିରର ଆଜି ରତ୍ନମୁଦ କାର୍ଯ୍ୟ ସମ୍ପ ଣ୍ଣ ର୍ ହୋଇଛି । ଏହି କାର୍ଯ୍ୟକ୍ରମ ପୂର୍ବହ୍ଣ ସାଢେ୯ଟାରେ ଶ୍ରୀମଦ ଭଗବତ ଗୀତାର ପଂଚଦଶ ଅଧ୍ୟାୟ ଓ ହନୁମାନ ଚାଳିଶା ଆଦି ପାଠନ କରାଯାଇ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ହରିଧ୍ୱନୀ ଓ ଭଜନକୀର୍ତନ କରାଯାଇଥିଲା ।

ଭବ୍ୟ ମନ୍ଦିର ପରିସର ପବିତ୍ର ନିମନ୍ତେ ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ୱାରା ଘୃତଯଜ୍ଞ କରାଯାଇଥିଲା ।ମନ୍ଦିର କମିଟର ସଭାପତି ଗଙ୍ଗାଧର ସାହୁ ଓ ସଂପାଦକ ପ୍ରମୋଦ କୁମାର ନାୟକଙ୍କ ତତ୍ୱାବଧନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ପଂଚ ରତ୍ନ, ପଂଚସଶ୍ୟ, ବାସନ-କୁସନ, କଉଡି, ସୁନା, ରୂପା, ଅଷ୍ଟାଧାତୁ ଆଦି ବିଭିନ୍ନ ପ୍ରକାର ଧାତୁ ରତନମୁଦ ନିମନ୍ତେ ପ୍ରଦାନ କରିଥିଲେ । ମନ୍ଦିର ମୁଖ୍ୟ ପୂଜକ ନିରଞ୍ଜନ ପାଢି,

ମନ୍ଦିର ମୁଖ୍ୟ ଡକ୍ଟର ସୁଧାରକ ପୃଷ୍ଟିଙ୍କ ପରିଚାଳନା କ୍ରମେ ପୁରୀ ପୁସ୍ତକାଚାର୍ଯ୍ୟ ପଣ୍ଡିତ କୁଳମଣି ଆଚାର୍ଯ୍ୟ ଓ ପୁରୀର ସେବକ ବଳରାମ ଦାସମହାପାତ୍ର ଯୋଗଦେଇ ଯଜ୍ଞର ପୂର୍ଣ୍ଣାହୁତି ଦେବା ସହ ମହାପ୍ରଭୁଙ୍କର ରୀତି ଓ ନୀତି ଅନୁଯାଇ ଭବ୍ୟମନ୍ଦିରର ରତ୍ନମୁଦ କାର୍ଯ୍ୟ ସମାହିତ କରିଥିଲେ । ଏହି ପବିତ୍ର ପୂଜା କାର୍ଯ୍ୟର ସଂକଳ୍ପରେ ବନମାଳୀ ସାହୁ ଓ ତାଙ୍କ ଧର୍ମପତ୍ନୀ ବାସନ୍ତୀ ସାହୁ କର୍ତାଭାବେ ବସିଥିଲେ ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଠପାଟଣା, ଗୋଡିପାଟଣା, ରାଧାନଗର ପାଟଣା, ବଢେଇଟିକର, ଠାକୁରପାଟଣା, ଖମଣ, ଉଦୟପାଟଣା, ଗୁରୁସାହି, ନାଉଡପୁର(ତଳ-ଉପର) ନାହାନ୍ଦା, ନୂଆପାଟଣା ଆଦି ବାରପାଟଣାର ଅଧିବାସୀମାନେ ପୂ ଣ୍ଣ ର୍ ସହଯୋଗ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକୁ ଜିତେନ୍ଦ୍ର କୁମାର ସାହୁ, ଅଶୋକକୁମାର ନାୟକ,

ମାନସ ମହାରଣା, ପରୀକ୍ଷିତ ରାଉତ, ଜଗବନ୍ଧୁ ସାହୁ, ବିଶ୍ୱାନଥ ଗୁରୁ, ନରହରି ସାହୁ, ଧନେଶ୍ୱର ନାଥ, ମଦନ ସାହୁ, ଲଡୁକେଶ୍ୱର ପୃଷ୍ଟି, ଶିଶିର ସାହୁ, ଫିରୋଜ ମଲିକ, ରଘୁନାଥ ସାହୁ, ଗୋଲକ ଦାସ, ରାଧାଶ୍ୟାମ ସାହୁ, ଶରତ ନାୟକ, ହେମନ୍ତ ସେଠୀ, ରବି ରଣା, ଗୌରାଙ୍ଗ ମାଝି,

ସନାତନ ମହାରଣା ପ୍ରମୁଖ ମନ୍ଦିର କମିଟର ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ପରିଚାଳନାରେ ସାମିଲ ହୋଇଥିଲା ବେଳେ ଶଙ୍ଖଚିଲା ଚାରଣ ଶାଖାର ସମସ୍ତ ସଭ୍ୟ ଉପସ୍ଥିତ ପୂର୍ଣ୍ଣ ସହଯୋଗ କରିଥିଲେ । ଅନୁଷ୍ଠିତ କାର୍ଯ୍ୟରେ ଶୃଙ୍ଖଳାନିମନ୍ତେ ଶଙ୍ଖଚିଲା ଫାଣ୍ଡିପୁଲିସ ଉପସ୍ଥିତ ରହିଥିଲା ବେଳେ କାର୍ଯ୍ୟକ୍ରମ ସଂପୂର୍ଣ୍ଣ କରୋନା କଟକଣା ଅନୁଯାଇ ହୋଇଥିଲା ।

No Result
View All Result