No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ଡିସେମ୍ବର ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରା ଢିପି ପଞ୍ଚାୟତ ଅଭୟପୁର ଗ୍ରାମ ରୁ ଛେଳି ଚୋରି କରୁଥିବା ଦୁଇ ଜଣ ଙ୍କୁ ଗିରଫ କରିଛି ନୂଆଗାଁ ପୁଲିସ୍।ସୂଚନା ଅନୁଯାୟୀ ଗତ ୧୦ ତାରିଖ ଦିନ ଅଭୟ ପୁର ଗ୍ରାମ ର ତପନ ବେହେରା ଙ୍କ ଛେଳି ଗ୍ରାମ୍ୟ ରାସ୍ତା ନିକଟରେ ଚରୁଥିଲେ । ସେହି ସମୟରେ ନୟାଗଡ ଥାନା ନୂଆ ଜୟପୁର ଗ୍ରାମ ର ସନ୍ତୋଷ ସେଠୀ ଏବଂ ଭାଟ ସାହି ଗ୍ରାମ ର ପୂର୍ଣ୍ଣଚନ୍ଦ୍ର ବରାଡ଼ ଏକ ୟାମହା ଫେଜର ବାଇକ୍ ଗାଡ଼ି ନଂ ( ଓଡ଼ି- ୨୫ ଇ – ୩୯୦୭) ସାହାଯ୍ୟରେ ଛେଳି ଚୋରି କରି ନେଇଯାଇଥିଲେ ।
ଏ ନେଇ ତପନ ବେହେରା ନୂଆଗାଁ ଥାନା ରେ ଅଭିଯୋଗ କରିଥିଲେ । ଛେଳି ଚୋରି କରି ନେଇ ଦୁଇ ଜଣ ଗ୍ରାମ ରୁ ଚାଲିଯିବା ସମୟରେ ଗ୍ରାମବାସୀ ଦୁଇ ଜଣ ଚୋରକୁ ଧରି ନୂଆଗାଁ ପୁଲିସ୍ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ନୂଆଗାଁ ପୁଲିସ୍ ପହଞ୍ଚି ସନ୍ତୋଷ ଓ ପୂର୍ଣ୍ଣଚନ୍ଦ୍ର ଙ୍କୁ ଗିରଫ କରି ନୂଆଗାଁ ଥାନା କୁ ଆଣି କେସ୍ ନଂ ୧୬୦/୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନୂଆଗାଁ ଥାନା ଅଧିକାରୀ ବସନ୍ତ ସାହୁ ସୂଚନା ଦେଇଛନ୍ତି ।
No Result
View All Result