ଗଜପତି ଜିଲ୍ଲା ଅନୁଗୁର ଗ୍ରାମ ୧୦୧.୩୦ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ୨୦କୋଟି ୨୬ଲକ୍ଷଟଙ୍କାର ୨,୦୨,୬୦୦ଗଞେଇ ଗଛକୁ କାଟି ପୋଡ଼ିନଷ୍ଟ କଲେ l

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଡିସେମ୍ବର ସୋମବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାର ନୂଆଗଡ ବ୍ଲକର ଅନୁଗୁର ପଞ୍ଚାୟତ ଅନ୍ତର୍ଗତ ଅନୁଗୁରୁ ଗ୍ରାମ ନିକଟ ସ୍ଥଜଙ୍ଗଲ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛଗୁଡ଼ିକୁ ଅବକାରୀ, ପୁଲିସ, ବନ ଓ ରାଜସ୍ବ ବିଭାଗର ମିଳିତ ଉଦ୍ୟମରେ ଚାଲିଛି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କଟା ।

ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଧେଶକ୍ରମେ ଏସପି ଜୟରାମ ଶତପଥିଙ୍କପ୍ରତେକ୍ଷ ତତ୍ତ୍ୱ ବଧାନରେ ଅବକାରୀ ବିଭାଗ ରାଜସ୍ବ ,ପୁଲିସ ଓ ବନ ବିଭାଗ ମିଳିତଭାବେ ୧୦୧.୩୦ ଏକର ଜଙ୍ଗଲ ଜମିରେ ହୋଇଥିବା ୨,୦୨,୬୦୦ ଲକ୍ଷ ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟକରିଛନ୍ତି ଯାହାରମୁଲ୍ୟ ୨୦କୋଟି୨୬ଲକ୍ଷହେବ ।

ଏହି ଘଟଣାକୁ ନେଇ ଆର ଉଦୟଗିରି ପୋଲିସ ପକ୍ଷରୁ ଏକ ମକଦ୍ଦମା ନଂ୧୬୦/ ୧୩-- ୧୨--୨୦୨୧ରେ ଏନଡିପିଏସ ଏକ୍ଟ୨୦(ଏ)(l) ରୁଜୁ କରି ତଦନ୍ତ ଜାରି ରହିଥିବା ଆର.ଉଦୟଗିରି ଥାନା ଅଧିକାରୀ କହିଛନ୍ତି l ଏହି ଚଢ଼ଉବେଳେ ଏକଜୁୟୁଟିଭ ମାଜିଷ୍ଟ୍ରେଟ ନାରାୟଣ ବେହେରା, ସମ୍ବଲପୁର ଆର ଆଇ ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ଏହି ଘଟଣାରେ କେହି ଗିରଫ ହୋଈ ନଥିବା ଜଣାପଡ଼ିଛି l