No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଡିସେମ୍ବର ରବିବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ନାଉଡପୁର ଛକରେ ଯାଜପୁରରୋଡ ଅବକାରୀ ବିଭାଗ ଅଧିକାରୀ ପ୍ରଶାନ୍ତକୁମାର ମହାନ୍ତି ଚଢାଇ କରି ୩୯ଲିଟର ଦେଶୀମଦ ଜବତ କରିବା ସହ ୨ଜଣ ବେପାରୀଙ୍କୁ ଗିରଫ କରିଛନ୍ତି । ଗିରଫ ଅଭତିଯୁକ୍ତ ନାଉଡପୁର ଗ୍ରାମର କାଳନ୍ଦୀଚରଣ ସାହୁ ଓ ରମେଶଚନ୍ଦ୍ର ସାହୁ ବୋଲି ବିଭାଗ ପକ୍ଷରୁ ଜଣାପଡିଛି । ଶଙ୍ଖଚିଲା ଅଂଚଳରେ ବ୍ୟାପକ ଭାବେ ଦେଶୀ ଓ ବିଦେଶୀ ମଦ ଚୋରାରେ ବିକ୍ରି ହେଉଥିବା ନେଇ ପୁଲିସ ଓ ଅବକାରୀ ବିଭାଗ ନିକଟରେ ଅଂଚଳାବାସୀ ଅଭିଯୋଗ କରିଥିଲେ ।
ତଦନୁଯାୟୀ ଅବକାରୀ ଜିଲା ଅଧୀକ୍ଷକ ଦେବୀପ୍ରସାଦ ଦାସଙ୍କ ନିର୍ଦେଶ କ୍ରମେ ଜିଲାଅବକାରୀ ଧିକାରିଣୀ ସ୍ୱପ୍ନାରାଣୀ ସାହୁ ଓ ଯାଜପୁର ରୋଡ ଅବକାରୀ ଅଧିକାରୀ ଶ୍ରୀ ମହାନ୍ତି ସଂପୃକ୍ତ ଅଂଚଳ ଉପରେ ତୀକ୍ଷ୍ଣ ନଜର ରଖିଲା ବେଳେ ଅଚାନକଭାବେ ନାଉଡପୁର ଛକ ଉପରେ ଚଢାଉକରିଥିଲେ । ସେଠାରୁ ବେପାର ନିମନ୍ତେ ରଖାଯାଇଥିବା ୩୯ଲିଟର ଦେଶୀମଦ ଜବତ କରଥିଲେ । ଏଥି ସହିତ ଏହାର ୨ବିକ୍ରେତା କାଳନ୍ଦୀ ଓ ରମେଶକୁ ଗିରଫ କରିଥିଲେ ।
ଯାଜପୁରରୋଡ ଅବକାରୀ ଥାନା କେଶ ନମ୍ବର ୧୫୯/୨୧ ଓ ୧୬୦/୨୧ରେ ମାମଲା ରୁଜୁକରି ଅଭିଯୁକ୍ତ ଦ୍ୱୟଙ୍କ କେରୋନା ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ଚଢାଉରେ ଅଧିକାରୀଙ୍କ ସମେତ ଅବକାରୀ ଏଏସଆଇ ପ୍ରଦୋଷ ପରିଡା, କର୍ମଚାରୀ କ୍ଷୀରୋଦକୁମାର ସାହୁ, ଶୁଭସ୍ମିତା ପ୍ରଧାନ ଓ ବିପିନ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ
No Result
View All Result