No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଡିସେମ୍ବର ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସିମିଳି ସାହି କ୍ଲଷ୍ଟର ର ରାମେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖାଲ ମଡ଼ା ରେ ପିତାମାତା , ଶିକ୍ଷକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି , ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ବାଲ୍ୟବିବାହ ବନ୍ଦ କରିବା ସହ ଲୋକ ମାନଙ୍କୁ ସଚେତନ କରିବା ପାଇଁ ଶପଥ କରିଥିଲେ ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ବିଦ୍ୟାଳୟ କୁ ଆସୁନଥିବା ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ଗ୍ରାମ ର ବିଭିନ୍ନ ସାହି କୁ ଯାଇ ପାଠ ପଢାଇବେ ଯାହା ଫଳରେ ଛାତ୍ର ଛାତ୍ରୀ ଶିକ୍ଷଣ ର ବିଭିନ୍ନ ସ୍ତର କିପରି ହାସଲ କରିପାରିବେ ସେ ଉପରେ ଆଲୋଚନା କରିଥିଲେ । ବେସ୍ ଲାଇନ୍ ଆସେସ୍ ମେଣ୍ଟ ରେ ଛାତ୍ର ଛାତ୍ରୀ କିପରି ପ୍ରଦର୍ଶନ କରିଛନ୍ତି ସେ ଉପରେ ଅଭିଭାବକ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ କରୋନା ନୀତି ନିୟମ ପାଳନ ଉପରେ ଆଲୋଚନା କରାଯାଇଥିଲା ।
ଏହିପରି ଭାବେ ଜାକେଡ଼ା ଆଶ୍ରମ , ସିମିଳି ସାହି,ନୂଆଗାଁ ହାଇସ୍କୁଲ୍ ,ଆଦି ବିଭିନ୍ନ କ୍ଲଷ୍ଟର ରେ ଥିବା ସମସ୍ତ ବିଦ୍ୟାଳୟରେ ଏହି ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତି ମାସର ଦ୍ଵିତୀୟ ଶନିବାର ଦିନ ପିତାମାତା,ଶିକ୍ଷକ ସମନ୍ଵୟ ବୈଠକ ପ୍ରତ୍ୟେକ ବିଦ୍ୟାଳୟରେ ଅନୁଷ୍ଠିତ କରାଯିବା ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ,ଗଣ ଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଥିବା ଜଣା ପଡ଼ିଛି ।

No Result
View All Result