No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) କଳାହାଣ୍ଡି :- ରାଜ୍ୟ ସଭାରେ NIPER (ସଂଶୋଧନ) ବିଲ ୨୦୨୧ ଉପରେ ନିଜର ମନ୍ତବ୍ୟ ଉପସ୍ଥାପନ ସମୟରେ ବିଜେଡ଼ି ସାଂସଦ ସୁଜିତ କୁମାର କଳାହାଣ୍ଡି ଜିଲ୍ଲାରେ ଜାତୀୟ ଔଷଧ ପ୍ରଶିକ୍ଷଣ ଓ ଅନୁସନ୍ଧାନ ପ୍ରତିଷ୍ଠାନ ସ୍ଥାପନ ଲାଗି ଦାବି ଉପସ୍ଥାପନ କରିଛନ୍ତି । ନାଇପର ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ ଶ୍ରୀ କୁମାର କଳାହାଣ୍ଡି ଏକ ଅରଣ୍ୟ ଓ ଆଦିବାସୀ ବହୁଳ ଜିଲ୍ଲା ଓ ଆକାଂକ୍ଷା ଜିଲ୍ଲା ଭାବରେ ଏହି ଭଲି ଏକ ପ୍ରତିଷ୍ଠାନ ଲାଗି ଯୋଗ୍ୟ ।
ଏଠାରେ ବହୁତ ଔଷଧୀୟ ଅରଣ୍ୟ ସମ୍ବଳ ମହଜୁଦ ରହି ଥିବାରୁ ଏଠାରେ ଆୟୁର୍ବେଦୀୟ ଓ ଆୟୁଷ ଗବେଷଣା ଲାଗି ପ୍ରତିଷ୍ଠାନ ସ୍ଥାପନ ଉପରେ ସେ ପ୍ରସ୍ତାବ ଦେଇଛନ୍ତି। ତା ଛଡା ନାଇପର ପ୍ରତିଷ୍ଠାନ ପରିଚାଳନା ଲାଗି ଗଠିତ କାଉନସିଲରେ ଆଦିବାସୀ ପ୍ରତିନିଧିମାନଙ୍କୁ ସ୍ଥାନ ଦେବା ଲାଗି ମଧ୍ୟ ସେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ।
ରିସର୍ଚ୍ଚ କ୍ଷେତ୍ରରେ ଚାଇନା ବାର୍ଷିକ ହାରରେ ଆମ ଦେଶଠାରୁ ଅଧିକ ଖର୍ଚ୍ଚ କରୁଥିବା ବେଳେ ଆମେ ସବୁବେଳେ ଚୀନ ଉପରେ ନିର୍ଭରଶୀଳ । ଏ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ମଧ୍ୟ ପ୍ରତିଷ୍ଠାନ ସ୍ଥାପନ ଲାଗି ଜାଗା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ରାଜ୍ୟ ସଭାରେ ସାଂସଦ ସୁଜିତ କୁମାର ମତ ରଖିଥିଲେ ।
No Result
View All Result