No Result
View All Result
ଚାନ୍ଦପୁର ପୋଲିସ ତଦନ୍ତ ପରେ ଘଟଣାର ପର୍ଦ୍ଦାଫାଶ : ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବା ପାଇଁ – ଭଣଜା ରଚିଥିଲା ସୁଚିନ୍ତିତ ଯୋଜନା

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ନୟାଗଡ଼ :- ଚାନ୍ଦପୁର ପୋଲିସ ତଦନ୍ତ ପରେ ଘଟଣାର ପର୍ଦ୍ଦାଫାଶ କରିଛି । ମଦ ବୋତଲରେ ବିଷ ଦେଇ ମାମୁଁଙ୍କୁ ହତ୍ୟା କଲା ଭଣଜା । ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଭଣଜା ରଚିଥିଲା ସୁଚିନ୍ତିତ ଯୋଜନା । ଚାନ୍ଦପୁର ପୋଲିସ ତଦନ୍ତ ପରେ ଘଟଣାର ପର୍ଦ୍ଦାଫାଶ କରିଛି । ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲାର ପଟିଆମାଳ ପଞ୍ଚାୟତର କେନ୍ଦୁଆ ଜଙ୍ଗଲ ମଧ୍ୟରେ ମଦ ବୋତଲରେ ବିଷ ଦେଇ ପିଇବାକୁ ଦେଇଦେଲା ଭଣଜା । ଆଉ ମାମୁଁ ସେହିଠାରେ ହିଁ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇ ପଡିଲେ ।
ଭଣଜା ସେଠାରୁ ଚମ୍ପଟ ମାରିଲା । ବିଶ୍ବାସରେ ବିଷ ଦେଇଦେଲା ଭଣଜା । ଚାନ୍ଦପୁର ପୋଲିସ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡିଛି ।
ମୃତ ମାମୁଁ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅଧିନସ୍ଥ ହରିକୁଣ୍ଡବରଡି ଗ୍ରାମର ବ୍ରଜ ବିଶ୍ବାଳ ଏବଂ ହତ୍ୟାକାରୀ ଭଣଜା ହେଉଛନ୍ତି ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଶାସ୍ତ୍ରୀ ନଗର ଗ୍ରାମର ନବ ପ୍ରଧାନ ଏବଂ ତାଙ୍କର ସମ୍ପର୍କୀୟ ପୁତୁରା ଶିବ ସାହୁ । ଚାନ୍ଦପୁର ପୋଲିସ ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁହେଁ ଏକ ବାଇକ ଯୋଗେ ମୃତ ବ୍ରଜ ବିଶ୍ବାଳଙ୍କୁ ମଦ ପିଆଇବା ପାଇଁ ଜଙ୍ଗଲ ମଧ୍ୟକୁ ନେଇଥିଲେ ।
No Result
View All Result