No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ରାୟଗଡ଼ :- ରାୟଗଡ଼ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ରାସ୍ତାରେ ଶନିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଏକ ପିକାପ୍ ଭ୍ୟାନରେ ଷୋହଳ ତୀର୍ଥଯାତ୍ରୀ ମହେନ୍ଦ୍ରଗିରି ଶୈବ ପୀଠ ଯାଇ ଦର୍ଶନ ସାରି ଫେରିବା ବେଳେ ମାଡବା ନିକଟ ରେ ଯାତ୍ରୀ ବୋଝେଇ ପୀକପ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଘଟଣସ୍ଥଳରେହି ଜଣେ ମହିଳାଙ୍କ ମୁତ୍ୟୁ ହୋଇଥିବା ଜଣାପଡ଼ିଛି ।
ମୃତକ ଜଣକ କୁମୁଟି ସାହିର ଅଙ୍ଗନୱାଡ଼ି କର୍ମି ମାଣି ଆମ୍ମା (୪୧) ବୋଲି ଜଣା ପଡିଛି । ଗାରାବନ୍ଧ ଥାନା ପୋଲିସ ଘଟାସ୍ଥଳରେ ପହଞ୍ଚି ଆହତ ମନଙ୍କୁ ଉଦ୍ଧାର କରିବା ସହ ୧୦୮ ଯୋଗେ ପାରଳାଖମୁଣ୍ଡି ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି ।

No Result
View All Result