ତୋରା ଠାରେ ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ବରଗଡ଼ :- ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ପଞ୍ଚାୟତ ସ୍ପିନିଙ୍ଗ ମିଲ ଖେଳ ପଡିଆ ରେ ଆଜି ଠାରୁ ତ୍ରି ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ମ୍ୟାଚ ମୁଣ୍ଡା ପଡା ଏବଂ ରଞ୍ଜିତା କ୍ଲବ ଭେଡେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଣ୍ଡା ପଡା ୧-୦ ଗୋଲ୍ ରେ ବିଜୟୀ ହୋଇଥିଲେ। ଦ୍ବିତୀୟ ମ୍ୟାଚ ରେ କଦଲିପାଲି ଦଳ ବିଜୟୀ ହୋଇଥିଲେ। ଏହି ପ୍ରତିଯୋଗିତା ରେ ୮ ଟି ଦଳ ଅଂଶଗ୍ରହଣ କରି ଥିବା ବେଳେ ରବିବାର ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ।