ବାଲେଶ୍ୱର ଜିଲ୍ଲା ସୋର ଥାନା : ଉତ୍ତରଶ୍ୱର ଛକ ନିକଟରେ ଥିବା – ପେଟ୍ରୋଲ ପମ୍ପରୁ  ବନ୍ଧୁକ ଦେଖାଇ ଲକ୍ଷାଧୀକ ଟଙ୍କା ଲୁଟ୍‌

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ବାଲେଶ୍ୱର,ସୋର :- ବାଲେଶ୍ୱର ଜିଲ୍ଲା ସୋର ଥାନା ଉତ୍ତରଶ୍ୱର ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରୁ ଗତକାଲି ପ୍ରାୟ ଲକ୍ଷାଧୀକ ଟଙ୍କା ଲୁଟ୍‌ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୨ ଜଣ ଲୁଟେରା ପମ୍ପରେ ପଶିଥିଲେ । ଏହା ପରେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷେରୁ ଅଧିକ ଟଙ୍କା ଓ ୨ଟି ମୋବାଇଲ ଲୁଟି ନେଇଛନ୍ତି । ଲୁଟେରାଦ୍ୱୟ ଲୁଟ୍‌ କରି ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ସନ୍ଧାନ ଜାରି ରଖିଛି।

ପେଟ୍ରୋଲ ପମ୍ପ କର୍ମଚାରୀ ଅକ୍ଷୟ କୁମାର ଘଡେଇ ଓ ପୁରୁଷୋତ୍ତମ ଦାସଙ୍କ କହିବାନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ପରେ ୨ ଯୁବକ ରାସ୍ତା ଉପରେ ବାଇକ୍‌ ରଖି ଚାଲି ଚାଲି ପମ୍ପକୁ ଆସିଥିଲେ। ଏହାପରେ କାଉଣ୍ଟର ପାଖକୁ ଯାଇ ତାହାକୁ ଖୋଲିବାକୁ ଚେଷ୍ଟା କରିଥିଲେ। ଏହାଦେଖି ପଚାରିବାରୁ ସେମାନେ ମୁଣ୍ଡରେ ବନ୍ଧୁକ ରଖି ଟଙ୍କା ମାଗିଥିଲେ । ଏହାପରେ କ୍ୟାସ୍‌ କାଉଣ୍ଟରକୁ ଭାଙ୍ଗି ସେଠାରେ ଥିବା ସମସ୍ତ ଟଙ୍କା ଓ କର୍ମଚାରୀଙ୍କ ନିକଟରେ ଥିବା ଟଙ୍କା ଓ ମୋବାଇଲ ଧରି ଫେରାର ହୋଇଯାଇଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି l ଡକାୟତ ମାନେ ପାଖାପାଖି ୧ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅନୁମାନ କରାଯାଉଛି l ବାରମ୍ବାର ସୋର ସୋର ଅଞ୍ଚଳରେ ଡକାୟତି ବଢ଼ି ଚାଲୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି