No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ଭୁବନେଶ୍ୱର :– ବିଶ୍ଵ ବିଦ୍ୟାଳୟ ଅନ୍ତର୍ଗତ ଏମ୍ ଏସ୍ ସ୍ଵାମିନାଥନ ହଲ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଡଃ ସନ୍ତୋଷ କୁମାର ଊଦଗାତା ପ୍ରାରମ୍ଭିକ ଉଦବୋଧନ ଦେଇଥିଲେ। ଶିକ୍ଷକ ସଂଘ ର ଅଧ୍ୟକ୍ଷ ଡ଼ଃ ସଞ୍ଜୟ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିବାବେଳେ ସଂଘ ର ସାଧାରଣ ସମ୍ପାଦକ ଡଃ ପ୍ରଦିପ୍ତ କୁମାର ସାହୁ ସମ୍ପାଦକୀୟ ରିପୋର୍ଟ ପ୍ରଦାନ କରିଥିଲେ ଓ ସଂଘ ର କୋଷାଧ୍ୟକ୍ଷ ବିପିନ ପ୍ରଧାନ ବାର୍ଷିକ ଆୟ ବ୍ୟୟର ବିବରଣୀ ପ୍ରଦାନ କରିଥିଲେ ।
ଏହା ପରେ ଶିକ୍ଷକ ବୈଜ୍ଞାନିକ ମାନଙ୍କ ର ନାର୍ଯ୍ୟ ଦାବି ଗୁଡ଼ିକ ସମ୍ପର୍କରେ ସମସ୍ତ ସଦସ୍ୟ ମାନଙ୍କ ର ମତାମତ ଗ୍ରହଣ କରାଯାଇଥିଲା । ସମସ୍ତ କଲେଜ ଓ ସମ୍ପ୍ରସାରଣ ଅଧ୍ୟକ୍ଷ ମାନଙ୍କ ର ମତାମତ ଗ୍ରହଣ କରାଯାଇଥିଲା । ଏଥି ସହିତ ଏକ ନିରବ ଶୋଭାଯାତ୍ରା ସମସ୍ତ କଲେଜ ପରିସରରେ ଅନୁଷ୍ଠିତ ହୋଇ ଶିକ୍ଷକ ସଂଘ ର ଦାବି ଗୁଡ଼ିକ ସମ୍ପର୍କରେ ସମସ୍ତ ଙ୍କୁ ଅବଗତ କରାଯାଇଥିଲା ।
ସମସ୍ତ ସଦସ୍ୟ ଙ୍କ ଅନୁମୋଦନ କ୍ରମେ ସଂଘ ର ପଦାଧିକାରୀ ମାନଙ୍କୁ ଆଉ ଏକ ବର୍ଷ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସଭା ଶେଷ ରେ ସଂଘ ର ସହକାରୀ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ସମାପନ ପରେ ସମସ୍ତ ସଦସ୍ୟ ଧାରଣା ସ୍ଥଳରେ ଆଗାମୀ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ ଯେ କର୍ତୃପକ୍ଷ ଙ୍କୁ ଆଜି ସଭା ର ଏକ ବିବରଣୀ ପ୍ରଦାନ କରିବା ସହ ମହାମହିମ କୁଳାଧିପତି ରାଜ୍ୟପାଳ,
ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ୫ ଟି ସଚିବ ଓ ବିଭାଗୀୟ ସଚିବ ଙ୍କ ଉଦେଶ୍ୟ ରେ ପ୍ରେରଣ କରାଯିବ ଓ ତଦନୁଯାୟୀ ପ୍ରରବର୍ତ୍ତୀ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ ବୋଲି ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।
No Result
View All Result