No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ରଣପୁର :- ଓଡିଶା କୃଷକ ସଭା ନେତୃତ୍ୱରେ କାଜୁ ସଂଗ୍ରାମ ସମିତି ତରଫରୁ କାଜୁ ଚାଷୀ ମାନଙ୍କର ଏକ ସାଧାରଣ ସଭା ପଟିଆ ଗ୍ରାମ ପଞ୍ଚାୟତ କଦମ ଝୋଲା ଠାରେ ଆଜି ଅପରାହ୍ନ ୨ଟାରେ ସମିତି ସଭ୍ୟ ଶ୍ରୀ ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଆନୁଷ୍ଟିତ ହୋଇଯାଇଛି । କଦମଝୋଲା, ପଟିଆ,ଜିରୀପଡା, ପାଇକସାହି ଆଦି ମୌଜାରେ ଥିବା ସରକାରୀ ଜମି ରେ କାଜୁ କର୍ପୋରେସନ ଦାଖଲ କରି ଥିବାରୁ ସାଧାରଣ ଗରିବ ଜମିହୀନ ପରିବାର ଆଜି ଜମି ଲିଜି ପାଇ ପାରୁନାହାନ୍ତି ।

ଦୀର୍ଘ ୨୨ବର୍ଷ ହେଲା କୃଷକ ସଭା ନେତୃତ୍ୱରେ କାଜୁ ସଂଗ୍ରାମ ସମିତି ତରଫରୁ କାଜୁ ଜମି ଦଖଲ କରି ଲିଜି ଦରଖାସ୍ତ କରିଥିଲେ ମଧ୍ୟ ସରକାର ଟାଳଟୁଳ ନୀତି ନେବାରୁ ଏ ଯାବତ ଚାଷୀ ମାନେ ଜମି ପାଇଲେ ନାହିଁ । ଯେତେବେଳେ ପଟିଆ ଅଞ୍ଚଳରେ ପତ୍ର କମ୍ପାନୀ ଭଳି ବଡ଼ ବଡ଼ କମ୍ପାନୀ ମାଲିକ ମାନେ ସରକାରୀ ଜମିକୁ ବେଆଇନ ଭାବେ ଦଖଲ କରି ଚାଲିଛନ୍ତି ମାତ୍ର ଗରିବ ବସହିନ ଓ ଜମି ଲୋକ ଜମି ପାଉ ନାହାଁନ୍ତି ଏହା ବିରୋଧରେ ତୀବ୍ର ଆନ୍ଦୋଳନ ହେବ ବୋଲି ବକ୍ତା ମାନେ ଚେତାବନୀ ଦେଇଥିଲେ ।

ଏଥିପାଇଁ ଚାଷୀ ମାନେ ଗାଁଏ ଗାଁଏ ଏକାଠି ହୋଇ ଲିଜି ଦରଖାସ୍ତ କରିବା ସହ ଆନ୍ଦୋଳନ କୁ ଆଗେଇ ନେବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ । ଏହି ସାଧାରଣ ସଭାରେ କୃଷକ ସଭାର ରାଜ୍ୟ ନେତା ସୁରେଶ ପାଣିଗ୍ରାହୀ,ଜଗନ୍ନାଥ ମିଶ୍ର, ହରିଶ୍ଚନ୍ଦ୍ର ମିଶ୍ର,ସୁରେଶ ସ୍ବାଇଁ, ଗଦାଧର ପ୍ରଧାନ,ପବିତ୍ର ପ୍ରଧାନ,ଚନ୍ଦ୍ରଶେଖର ଜେନା,ବନମାଳୀ ମାଝୀ,ଓ ଦିଲୀପ ଜେନା ପ୍ରମୁଖ ବକ୍ତବ୍ୟ ଦେଇଥିଲେ ।

No Result
View All Result