No Result
View All Result
ପାଟି ତୁଣ୍ଡ ହୋ ହଲ୍ଲାରେ : ୨୦ ଦିନ ଆଗରୁ ବିଧାନସଭାର ଶୀତ ଅଧିବେଶନ ଶେଷ
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ଭୁବନେଶ୍ୱର – ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ଆଜିଯାଏ ଘଣ୍ଟାଟିଏ ମଧ୍ୟ ଗୃହ ଚାଲି ପାରିନାହିଁ ୨୦ ଦିନ ଆଗରୁ ବିଧାନସଭାର ଶୀତ ଅଧିବେଶନ ଶେଷ ହୋଇଛି । ଚଳିତ ଅଧିବେଶନରେ ଗୋଟିଏ ଦିନ ବି ବିଧାନସଭା ଠିକ୍ ଭାବେ ଚାଲି ପାରିଲାନି । ମମିତା ହତ୍ୟାକାଣ୍ଡ ଘଟଣାରେ ବିରୋଧ ଏବଂ ଶାସକ ଦଳଙ୍କ ମଧ୍ୟରେ ପାଟି ତୁଣ୍ଡ ହୋ ହଲ୍ଲା ହୋଇଥିଲା । ୨୦ ଦିନ ଆଗରୁ ବାଚସ୍ପତି ବିଧାନସଭାର ଶୀତ ଅଧିବେଶନକୁ ମୁଲତବୀ ଘୋଷଣା କରିଛନ୍ତି । ସରକାରୀ ଦଳର ମୁଖ୍ୟ ସଚେତକ ମୁଲତବୀ ପ୍ରସ୍ତାବ ଆଣିଥିଲେ । ଏହାର ବିରୋଧରେ ବିରୋଧି ବିଜେପି ଏବଂ କଂଗ୍ରେସର ନେତାମାନେ ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତୀତଳେ ଧାରଣ ଦେଇଛନ୍ତି । ଏହି ନିଷ୍ପତ୍ତି ବିରୋଧରେ ସେମାନେ ଲୋକଙ୍କ ପାଖକୁ ନେଇକରି ଯିବେ ବୋଲି ବିରୋଧି ଦଳର ନେତାମାନେ ପ୍ରକାଶ କରିଛନ୍ତି ।
ବିଧାନସଭା ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ବିରୋଧୀ ଦଳ ଗୃହରେ ଘଣ୍ଟ ପିଟିବା ସହ ହାତରେ ପ୍ଲା-କାର୍ଡ ଧରି ବିରୋଧ ପ୍ରଦର୍ଶନ ଏବଂ ପ୍ରବଳ ହଟ୍ଟଗୋଳ ଓ ନାରାବାଜି କରିଥିଲେ । ଫଳରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ଓଯେଉଁଥି ପାଇଁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ବିରୋଧୀ ଦଳ ପ୍ରଥମ ଦିନରୁ ହିଁ ଗୃହରେ ମମିତା ପ୍ରସଙ୍ଗ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି ଦୋହରାଇ ସରକାର ଙ୍କ ଉପରେ ଆକ୍ରମଣ କରି ଚାଲିଛନ୍ତି ଓ ସେହିଭଳି ଦଳ ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ଯାଇ ଦରବୃଦ୍ଧି କୁ ଆଳ କରି କେନ୍ଦ୍ର ସରକାରଙ୍କୁ ପ୍ରତିଆକ୍ରମଣ କରିଚାଲିଛନ୍ତି ଓ ଏଥିଯୋଗୁଁ ଗୃହକୁ ସୁଚାରୁରୁପେ ଚଲାଇବା ପାଇଁ ଗତ କାଲି ବସିଥିବା ସର୍ବଦଳିୟ ବୈଠକ ଫେଲ ମାରିଛି । ଉଭୟ ବିରୋଧୀ ଏବଂ ଶାସଦ ଦଳ ନିଜ ନିଜ ଜିଦରେ ଅଟଳ ରହିଛନ୍ତି ।
କିନ୍ତୁ ପ୍ରକୃତରେ ଗୃହରେ ଅସଲ ମୁଦ୍ଦା କିମ୍ବା ରାଜ୍ୟବାସୀ ଙ୍କ ସମସ୍ୟା କଣ ରହିଛି ସେ ବିଷୟ ରେ ଆଲୋଚନା କରିବାକୁ କୌଣସି ଦଳ ଙ୍କ ମଧ୍ୟରେ ଆଗ୍ରହ ନାହିଁ ଓ ଗୃହ ମଧ୍ୟରେ କେବଳ ପରସ୍ପର ମଧ୍ୟରେ ଆକ୍ରମଣ ,ପ୍ରତିଆକ୍ରମଣ ସହିତ କେବଳ କାଦୁଅ ଫିଙ୍ଗା ରାଜନୀତି ଖେଳୁଛନ୍ତି । ତେବେ ଗୃହର ସୁପରିଚାଳନା ନେଇ ବାଚସ୍ପତି ପୁଣି ଥରେ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଗତକାଲି ଆନ୍ଦୋଳନ ସମୟରେ ପୋଲିସ ମାଡ଼ ମାରିଥିବା ଏବଂ ମମିତା ମେହେର ପ୍ରସଙ୍ଗକୁ ନେଇ ହାତରେ ପ୍ଲାକାର୍ଡ଼ ଦେଖାଇଥିଲେ ବିଜେପି ସଦସ୍ୟ । ସେହିପରି କଂଗ୍ରେସ ବିଧାୟକ ଘଂଟା ବଜାଇ ପ୍ରତିବାଦ କରିଥିଲେ । ଗୃହରେ ଶୃଂଖଳା ବଜାୟ ରଖିବା ପାଇଁ ବାଚସ୍ପତି ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ପ୍ରତିବାଦ କରିବା ଜାରି ରଖିଥିଲେ । ଫଳରେ ୧୧ ଟା ପରେ ଗୃହ ଆରମ୍ଭ ହୋଇଥିଲେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଥିବା ଯୋଗୁଁ ଗୃହ କୁ ପୁଣିଥରେ୪ ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି ।
No Result
View All Result