No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) କଳାହାଣ୍ଡି :– ନର୍ଲା ବନାଞ୍ଚଳରେ ଦୀର୍ଘ ଦିନରୁ ହାତୀପଲ ଗାଁ ମୁହାଁ ହୋଇ ଆତଙ୍କ ସୃଷ୍ଟି କରି ଆସୁଛନ୍ତି । ଧାନ ଫସଲ ଖାଇବା ପାଇଁ ଆସୁଥିବା ହାତୀପଲ ଆଜି ଜାମପଡା ଓ କମେଗାଁ ପାହାଡ଼ ପାଖ ନାଳଠାରେ ପ୍ରାୟ ୧୦ ଗୋଟି ହାତୀକୁ ଦେଖି ଲୋକେ ନର୍ଲା ବନବିଭାଗକୁ ଖବର ଦେଇଥିଲେ । ନର୍ଲା ରେଞ୍ଜର ଗିରିଧାରୀ ନାଗଙ୍କ ନେତୃତ୍ୱରେ ସମସ୍ତ ବନପାଳ କର୍ମଚାରୀ ଓ ଏକ ସ୍କାର୍ଡ ଟିମ୍ ହାତୀ ଘଉଡାଇବାରେ ଲାଗିଥିଲେ ।
ଏହି ସମୟରେ କୁରମେଲ ପଞ୍ଚାୟତର ବୁଦେଲଗୁମା ଓ ଗୋରକୋଲ ଗାଁ ମଝି ନଈ ଓ ପଡ଼ିଆରେ ଚାରି ରୁ ପାଞ୍ଚ ଗୋଟି ଛୁଆ ହାତୀ ଅଟକି ରହି ଯିବା ପରେ ହାତୀ ପଲ ଆଉ କୁଆଡେ ନ ଯାଇ ଅଟକି ରହିଥିଲେ । ହାତୀଙ୍କୁ ଦେଖିବାକୁ ଅନେକ ଲୋକ ରୁଣ୍ଡ ହୋଇ କୋଳାହଳ କରିଥିଲେ । ଜଣେ ଦେଖଣାହାରୀ ହାତୀର ଫଟୋ ମୋବାଇଲରେ ଉଠାଇବାକୁ ହାତୀଙ୍କ ନିକଟକୁ ଚାଲିଯିବା ଯୋଗୁଁ ବନପାଳ ଭବାନୀ ଶଙ୍କର ନାଏକ ବ୍ୟକ୍ତି ଜଣଙ୍କୁ ବଞ୍ଚାଇବାକୁ ଯାଇ ନିଜେ ହାତୀ ହାବୁଡରେ ପଡ଼ିଥିଲେ ।
ଠିକ ଏହି ସମୟରେ ଏକ ହାତୀ ବନପାଳଙ୍କୁ ଶୁଣ୍ଢରେ ମାରି ତଳେ କଚାଡି ଦେଇଥିଲା । କୈ।ଣସି ମତେ ବନ କର୍ମଚାରୀ ଜଣକ ହାତୀ ମୁହଁରୁ ବଞ୍ଚି ଦୈାଡି ଆସିଥିବା ବେଳେ ତାଙ୍କ ହାତରେ ଆଘାତ ଲାଗି ନର୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେହିପରି ଫରେଷ୍ଟ ଗାର୍ଡ ମାନସ ରଞ୍ଜନଙ୍କ ଜଙ୍ଘରେ ମାଡ ବାଜିଥିବା ବେଳେ ଅଳ୍ପକେ ବନକର୍ମଚାରୀମାନେ ହାତୀ ଆକ୍ରମଣରୁ ରକ୍ଷା ପାଇଛନ୍ତି ।
No Result
View All Result