No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା” ଆନୁକୁଲ୍ୟରେ ସେବା ପରିସର ମଧ୍ୟରେ ” ମହିଳା ଏବଂ ବାଳିକାଙ୍କ ପ୍ରତି ହେଉଥିବା ହିଂସାର ପରିସମାପ୍ତି” ର ସଚେତନତା ସପ୍ତାହ ପାଳନ କରାଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଶଙ୍କର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ।
ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଲକ୍ଷ୍ମୀ ଦାସ ଜିଲ୍ଲା ସୁରକ୍ଷା ଅଧିକାରୀ , ଶ୍ରୀମତୀ ଆଞ୍ଚଲ ପାତ୍ର, ଶ୍ରୀମତୀ ସୈାମ୍ୟାସ୍ରି ମହାପାତ୍ର ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସେବାର ଉପ-ସଭାପତି ସଞ୍ଜୟ କୁମାର ସୁବୁଦ୍ଧି ସଂଯୋଜନା କରିଥିଲେ। ସେବା ପରିବାର ପରାମର୍ଶ କେନ୍ଦ୍ରର ପରାମର୍ଶ ଦାତା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପ୍ରଧାନ, ପରାମର୍ଶ ଦାତ୍ରି ସୂଚୀ ସ୍ମିତା ସାହୁ, ସେବା ସ୍ଵଧାର ଗୃହର ତତ୍ତ୍ଵାବଧା ରିକା ବନିତା ମଲ୍ଲିକ ଏବଂ ପରାମର୍ଶ ଦାତ୍ରୀ ଶ୍ରୀମତୀ ସରିତା ଆଚାର୍ଯ୍ୟ ସହଯୋଗ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ଜେନା ମହିଳା ମାନଙ୍କ ଉପରେ ଘଟୁଥିବା ଘରୋଇ ହିଂସା , ବାଲ୍ୟବିବାହ ଏବଂ କନ୍ୟା ଭୃଣ ହତ୍ୟା କୁ କିପରି ରୋକାଯାଇ ପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପରିଶେଷରେ ସେବାର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
No Result
View All Result