No Result
View All Result
ଦରଦାମ ବୃଦ୍ଧି ନେଇ କେନ୍ଦ୍ର ବିରୁଦ୍ଧରେ ଛାତ୍ର ଓ ଯୁବ ବିଜେଡିର ବିଶାଳ ପ୍ରଦର୍ଶନ କେନ୍ଦ୍ର ବିରୋଧି ପ୍ରତିବାଦରେ ହଜାର ହଜାର ବିଜେଡି କର୍ମକର୍ତ୍ତା ସାମିଲ ଦରଦାମ ନକମିଲେ ଆନ୍ଦୋଳନ – ଜୋରଦାର ପାଇଁ ଚେତାବନୀ
ଭୁବନେଶ୍ୱର :- ଇନ୍ଧନ ମୂଲ୍ୟ ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ବେକାରୀ ସଂଖ୍ୟା ବୃଦ୍ଧିକୁ ବିରୋଧ କରି ବିଜେଡିର ଛାମୁଆ ସଂଗଠନଗୁଡିକ ଆଜି ରାଜଧାନୀରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଯୋଗୁଁ ଗରିବ ଓଡିଶାର ଲୋକେ କିଭଳି କଲବଲ ହେଉଛନ୍ତି ଛାତ୍ର ଓ ଯୁବ ବିଜେଡି ସମେତ ଦଳର ଅନ୍ୟ ଶାଖାର କର୍ମକର୍ତ୍ତାମାନେ ତାହା ଗୋଟି ଗୋଟି କରି ବଖାଣିଛନ୍ତି ।
ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ,ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଏବଂ ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡିର ଏକ ବିଶାଳ ବାଇକ୍ ରାଲି ଦଳୀୟ କାର୍ଯ୍ୟାଳୟରୁ ବାହାରିଥିଲା । ଏହା ସହିତ ହଜାର ହଜାର କର୍ମକର୍ତ୍ତା ପଦଯାତ୍ରାରେ ବାହାରିଥିଲେ । ଏହି ବିଶାଳ ପ୍ରତିବାଦ ରାଲି ଦଳୀୟ କାର୍ଯ୍ୟାଳୟରୁ ବାହାରି ରାଜଭବନ ଓ ପାୱାରହାଉସ ଦେଇ ପ୍ରଦର୍ଶନ ସ୍ଥଳରେ ପହଞ୍ଚିଥିଲେ ।
ଏହି ପଦଯାତ୍ରାରେ ଦଳର କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ମାନ ଦେଇଥିଲେ । କେନ୍ଦ୍ର ସରକାର ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ଇନ୍ଧନ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଯୁବକମାନଙ୍କ ମଧ୍ୟରେ ବେକାରୀ ବୃଦ୍ଧି ସାଧାରଣ ଲୋକଙ୍କ ଦୁଃଖକୁ ଆହୁରି ବଢାଇ ଦେଇଛି ବୋଲି ବିଜେଡି ବିଧାୟିକା ସ୍ନେହାଙ୍ଗିନି ଛୁରିଆ କହିଛନ୍ତି ।
କେନ୍ଦ୍ର ସରକାର ଇନ୍ଧନ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବା ଉଚିତ । ନଚେତ ଆଗାମୀ ଦିନରେ ବିଜେଡି ବିରୋଧ ପ୍ରଦର୍ଶନକୁ ଆହୁରି ଜୋରଦାର କରିବ ବୋଲି ସେ ଚେତାବନୀ ଦେଇଛନ୍ତି । ଆଜି ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାର ବିରୁଦ୍ଧରେ ଅହେତୁକ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ ଦର ବୃଦ୍ଧି, ବେକାରୀ ସମସ୍ୟା ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ବିଜୁ ଯୁବ ଜନତା ଦଳ ସଭାପତି ଡ. ବ୍ୟୋମୋକେଶ ରାୟଙ୍କ ନେତୃତ୍ୱରେ ଏକ ବିଶାଳ ମୋଟର ସାଇକେଲ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଏହି ମୋଟର ସାଇକେଲ ଶୋଭାଯାତ୍ରା ଭୁବନେଶ୍ୱର ସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇ କେଶରୀ ହଲ ପର୍ଯ୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ ଯୁବକ ଓ ଛାତ୍ରମାନେ ଯୋଗଦାନ କରି କେନ୍ଦ୍ର ସରକାର ବିରୁଦ୍ଧରେ ନିଜର ପ୍ରତିବାଦର ସ୍ୱର ପ୍ରତିପୋଷଣ କରିଛନ୍ତି ।
ଆଗାମୀ ଦିନରେ କେନ୍ଦ୍ର ସରକାର ସମସ୍ତ ସମସ୍ୟା ଉପରେ ଯଦି ଚିନ୍ତା ପ୍ରକଟ ନକରନ୍ତି ତାହାଲେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଏହି ଆନ୍ଦୋଳନ ଆହୁରି ତୀବ୍ରତର କରିବା ସହ ପ୍ରତ୍ୟେକ ଯୁବକ ଓ ଛାତ୍ର ତାର ପ୍ରତିବାଦର ସ୍ୱର ଆହୁରି ଅଧିକରୁ ଅଧିକ ସାଣିତ କରିବ ବୋଲି ଶ୍ରୀ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶ ରାଜ ସ୍ବାଇଁ, ରାଜ୍ୟ ଉପସଭାପତି ବିଜୟ ବସନ୍ତିୟା, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ପାଲଟା ସିଂ, ସମ୍ବିତ କୁମାର ବେହେରା, ଅଭିଷେକ ବେହେରା ରାଜ୍ୟ ସମ୍ପାଦକ ରଞ୍ଜିତ କୁମାର ଦାସ, ସଂସଦ ନାୟକ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ଶୋଭା ଯାତ୍ରାକୁ ସଫଳ କରିଥିବାରୁ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ବରିଷ୍ଟ ଉପସଭାପତି ବିଶ୍ୱପ୍ରତାପ ସାହୁ,
ରାଜ୍ୟ ଉପସଭାପତି ଅପୂର୍ବ ଅପରୂପା,ରାଜ୍ୟ ସାଧାରଣ ସମ୍ପାଦକ ଶକ୍ତି ରଥ, ରକି ଦାସ, ସଂକେତ ରାୟ, ଅରୂପ ଶ୍ରୀ ଚନ୍ଦନ,ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱଦିପ ପ୍ରଧାନ, ରାଜ୍ୟ ସମ୍ପାଦକ ସମ୍ବିତ ଶ୍ରୀଚନ୍ଦନ, ସୁଚିସ୍ମିତା ବେହେରା, ବିଜୟ ଲକ୍ଷ୍ମୀ ଦାସ, ଯୁଗ୍ମ ସମ୍ପାଦକ ସଞ୍ଜୀବ କୁମାର ଧଳ, ଛାତ୍ର ନେତା ସମୀରଣ ଦାସ, ଅସ୍ମିତ୍ ଦାସ, ପ୍ରମୁଖ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
No Result
View All Result