ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ବେଳେ ଲୋୟର ପିଏମଜିରେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ । ବିଜେପି ଯୁବ କର୍ମୀ ଢେଲାପଥର ମାଡ କରିଥିଲେ ବିଜେପି କର୍ମୀମାନେ ପୁଲିସ ଭ୍ୟାନକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଏଥରେ ଆରଆରବି ଯବାନ ଓ କିଛି ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଏଥିରେ କେତେକ ବିଜେପି କର୍ମୀଙ୍କ ସମେତ ସାମ୍ବାଦିକଙ୍କ ମୁହଁ ଫାଟିଥିବାର ସୂଚନା ମିଳିଛି ।
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଡିସେମ୍ବର ଗୁରୁବାର ) ଭୁବନେଶ୍ୱର :- ଗାନ୍ଧୀ ମାର୍ଗ ,ଲୋୟର ପିଏମଜିରେ ଆଜି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସାତ ଦିନ ଧରି ବିଧାନସଭା ଅଚଳ । ଏନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା । ହତ୍ୟାକାଣ୍ଡ ସମ୍ପୃକ୍ତି ଅଭିଯୋଗ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଇଛି ।
ହେଲେ ପୋଲିସ ସହ ଧସ୍ତାଧସ୍ତି ହୋଇ ଅନେକ ଆହତ ହୋଇଛନ୍ତି ଓ ରାଲି ଲୋୟର ପିଲଏମଜି କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଯାଇଥିଲା ଓ ନ୍ୟାୟ ଦାବିରେ ବିଜେପି ଯୁବମୋର୍ଚ୍ଚା ବିଧାନସଭା ଆଡକୁ ମାଡି ଯାଇଥିଲା । ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଗକୁ ଯିବାକୁ ଉଦ୍ୟମ ବେଳେ ଯୁବମୋର୍ଚ୍ଚା କର୍ମୀ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଫଳରେ ପୋଲିସ ଲାଠି ଚାର୍ଜ କରିଥିଲା ଓ ବିଜେପି ଯୁବ କର୍ମୀ ଢେଲାପଥର ମାଡ କରିଥିଲେ ଏଥିରେ ଆନ୍ଦୋଳନକାରୀଙ୍କ ସମେତ ପୋଲିସ ବି ଆହତ ହୋଇଥିବା ଜଣାପଡିଛି ଓ
ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ଶୋଭାଯାତ୍ରା ଚାଲିଥିବା ବେଳେ, ଉତ୍ତ୍ୟକ୍ତ କର୍ମୀଙ୍କ ଉପରେ ପୁଲିସ ଲାଠିଚାର୍ଜ କରିଥିବାର ଖବର ମିଳିଛି । ବିଜେପି ରାଜ୍ୟ କାର୍ଯ୍ୟଳୟରୁ ବିଧାନସଭା ଯାଏ ହଜାର ହଜାର ବିଜେପି ଯୁବମୋର୍ଚ୍ଚା କର୍ମୀ ଲୋୟର ପିଏମଜି ପର୍ୟ୍ୟନ୍ତ ଶୋଭାଯାତ୍ରାରେ ଯାଇ ଧାରଣାରେ ବସିଲେ ।