No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଡିସେମ୍ବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ସନ୍ତୋଷୀ ମାଁ ପେଟ୍ରୋଲ ଫିଲିଙ୍ଗ ଷ୍ଟେସନ ନିକଟରେ ଥିବା ଏକ ଏଟିଏମ୍ କାଉଣ୍ଟରରୁ ଲୁଟିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ୩ ଜଣ ଦୁର୍ବୃତ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଯାଜପୁର ଗ୍ରାମର ସନ୍ତୋଷ ପ୍ରଧାନ (୨୧), ଜିତେନ୍ଦ୍ର ନାୟକ ଓ ଗୁରାଣ୍ଡି ଥାନା ଅନ୍ତର୍ଗତ ଉତ୍ତରସେଲି ଗ୍ରାମର ଦିଲ୍ଲୀପ ସ୍ୱାଇଁ ବୋଲି ଜଣାପଡିଛି ।
ନଭେମ୍ବର ୬ ତାରିଖ ବିଳମ୍ବିତ ରାତ୍ର ସମୟରେ ପାରଳା ଖେମୁଣ୍ଡି ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଫରେଷ୍ଟ ଗେଟ୍ ଯିବା ରାସ୍ତାରେ ଥିବା ସନ୍ତୋଷୀ ମାଁ ପେଟ୍ରୋଲ ଫିଲିଙ୍ଗ୍ ଷ୍ଟେସନ୍ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟିଏମ କାଉଣ୍ଟରରୁ କିଛି ଦୁର୍ବୃତ୍ତ ଲୁଟ୍ କରିବାକୁ ଉଦ୍ୟମ କରୁଥିବାର ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଲା ।
ପୋଲିସ ତୁରନ୍ତ ସହରର ସମସ୍ତ ପ୍ରବେଶପଥକୁ ସିଲ୍ କରିବା ସହ ପେଟ୍ରୋଲିଂ ଫିଲିଙ୍ଗ ଷ୍ଟେସନ ନିକଟରେ ପହଞ୍ଚି ସନ୍ଦିଗ୍ଧ ଅବସ୍ଥାରେ ୩ ଜଣ ଯୁବକ ଦୈଡି ପଳାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ପୋଲିସ ଉକ୍ତ ୩ ଜଣକୁ ଗୋଡାଇ ଗୋଡାଇ ଧରିବା ସହ ଘଟଣାସ୍ଥଳରୁ ସେମାନଙ୍କ ନିକଟରୁ ୨ଗୋଟି ସ୍କ୍ରୁଡାଇଭର, ଗୋଟିଏ ଲେଖାଏଁ ଶାବଳ, ୱାଇର କଟର୍ ଓ କଳାରଙ୍ଗର ମଙ୍କି କ୍ୟାପ୍ ଜବତ କରିଥିଲା ।
ଏନେଇ ପାରଳାଖେମୁଣ୍ଡି ସ୍ଥିତ ଏସବିଆଇ ବ୍ୟାଙ୍କର ମୁଖ୍ୟଖାଖାରେ ଏଡିଏମ୍ ଫେସିଲେଟର ଭାବେ କାର୍ଯ୍ୟରତ ଅଧିକାରୀ ଦେବରାଜ ପାତ୍ର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ପାରଳାଖେମୁଣ୍ଡି ଥାନା କେସ୍ ନଂ ୨୬୧/୨୧
ରେ ଏକ ମାମଲା ରୁଜୁ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟଟାଲାଣ କରିଛି । ଏହି ମାମଲାର ତଦନ୍ତ ଏସ୍ଆଇ ସୁନୀଲ କୁମାର ସେଠୀ କରୁଥିବାର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

No Result
View All Result