No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୭ ଡିସେମ୍ବର , ମଙ୍ଗଳବାର ) ଭୁବନେଶ୍ୱର :- ଆଜି ପୂର୍ବାହ୍ନରେ ଜାତୀୟ ସଶସ୍ତ୍ରବାହିନୀ ପତାକା ଦିବସ ଉପଲକ୍ଷେ ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ କମୋଡର ଘନଶ୍ୟାମ୍ ଓଝା ସଶସ୍ତ୍ରବାହିନୀ ପତାକା ପ୍ରଦାନ କରିଥିଲେ । ରାଜ୍ୟ ସୈନିକ ବୋର୍ଡ ଆନୁକୂଲ୍ୟରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦିବଂଗତ ସୈନିକଙ୍କ ପରିବାରବର୍ଗଙ୍କ ଆର୍ଥିକ ସହାୟତା ନିମନ୍ତେ ଦାନ ପାଣ୍ଠି ସଂଗ୍ରହ ଅଭିଯାନ କରାଯାଇଥାଏ ।
ଏହା ବ୍ୟତୀତ ଆଘାତପ୍ରାପ୍ତ ସୈନିକଙ୍କ ଚିକିତ୍ସା, ଯୁଦ୍ଧବିଧବା, ଅନାଥ ଶିଶୁ, ଅକର୍ମଣ୍ୟ ସୈନିକ, ବୃଦ୍ଧ ଓ ଦୁର୍ବଳ ସୈନିକମାନଙ୍କ ସହାୟତାରେ ଏହି ଅର୍ଥ ବିନିଯୋଗ କରାଯାଇଥାଏ । ଏହି ଅବସରରେ ଅନୌପଚାରିକ ଭାବେ ରାଜ୍ୟ ସୈନିକ ବୋର୍ଡ ନିମନ୍ତେ ଭୁବନେଶ୍ୱରଠାରେ ଏକ ଦପ୍ତର ଖୋଲିବା ସକାଶେ ରାଜ୍ୟ ସରକାରଙ୍କଠାରୁ ଖଣ୍ଡେ ଜମି ପାଇଁ
ଆବେଦନ କରିବାକୁ ବୋର୍ଡ ତରଫରୁ ପରାମର୍ଶ ମଗାଯାଇଥିଲା । ଆଗାମୀ ଦିନରେ ଅବସରପ୍ରାପ୍ତ ସୈନିକମାନଙ୍କୁ ନେଇ ଏକ ବୈଠକ ଆହୂତ କରିବା ଏବଂ ସୈନିକ ବୋର୍ଡର ପରିସରକୁ ଆହୁରି ବ୍ୟାପକ କରିବାରେ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରତି ଦେଇଥିଲେ ।
No Result
View All Result