No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୭ ଡିସେମ୍ବର , ମଙ୍ଗଳବାର ) ଖୋର୍ଦ୍ଧା-ଜଟଣୀ :- “ରକ୍ତ ହିଁ ଜୀବନ” ଏବଂପ୍ରତିଟି ଜୀବନ ପାଇଁ ରକ୍ତର ଆବଶ୍ୟକତା ଅପରିହାର୍ଯ୍ୟ ଶୀର୍ଷକ ଅନୁଶୀଳନରେ ଜଟଣୀ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର କୁ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ରାଜୀବ କୁମାର କର ଉଦ୍ଘାଟନ କରି ରକ୍ତ ଦାନକୁ ସୃଷ୍ଟିର ଏକ ଶ୍ରେଷ୍ଠ ଉପାଦାନ ବୋଲି ବିବେଚନା କରିଥିଲେ ।
ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରକ୍ତଦାତା ସଂଘର ଉପ ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ତ୍ରିପାଠୀ ଯୋଗଦେଇ ଜୀବନାନୁଭୁତି ବର୍ଣ୍ଣନା କରିବା ସହ ନିୟମିତ ରକ୍ତଦାନ ଏକ ନିରାମୟ ଜୀବନ ପ୍ରଦାନ କରିବ ବୋଲି ବକ୍ତବ୍ୟ ରଖି ଛାତ୍ର,ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସନ୍ଦେହାଭିମୁଖୀ ଛାତ୍ର,ଛାତ୍ରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ରକ୍ତଦାନ ପ୍ରତି ସେମାନଙ୍କର ଶଙ୍କା ଦୂର କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ଅଧିକାରୀଣି ଅଧ୍ୟାପିକା ପରମିତା ପ୍ରହରାଜ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ଅଧିକାରୀ ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ଦାସ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ଼ଃ ଆଲୋକ କୁମାର ଛୋଟରାୟ, ଅଧ୍ୟାପକ ଡ଼ଃ ସନ୍ତୋଷ କୁମାର ବିଶ୍ୱାଳ, ଡ଼ଃ ତପନ କୁମାର ମିଶ୍ର, କଳ୍ପନା ସାହୁ, ନିଳିମା ଦେବୀ, ଅନିଲ ନନ୍ଦ, ଡ଼ଃ ଲିଙ୍ଗରାଜ ପାତ୍ର, ଗଣେଶ୍ୱର ମଲ୍ଲିକ, ପ୍ରଜ୍ଞା ପରମିତା ମିଶ୍ର, ପ୍ରୀତି ସୀମା ସ୍ବାଇଁ, ପ୍ରତାପ ମହାପାତ୍ର ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ ।
No Result
View All Result