ଓଡ଼ିଶା ତାଜା ନ୍ୟୁଜ୍ ( ୦୭ ଡିସେମ୍ବର , ମଙ୍ଗଳବାର ) ପାରଳାଖେମୁଣ୍ଡି :- ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଗଜପତି ଜିଲ୍ଲାର ନୂଆଗଡ ବ୍ଲକର ନୂଆଗଡଫରେ ଷ୍ଟର ଗଣେପ୍ରଧାନଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢଉ ପାରଳାଖେମୁଣ୍ଡି ଗାନ୍ଧୀ ନଗର, ହରିଶ୍ଚନ୍ଦ୍ର ପୁର ପୈତୃକ ବାସଭବନ, ପାରଳାଖେମୁଣ୍ଡି ସୀମାନ୍ତରେ ଥିବାଆନ୍ଧ୍ର ପ୍ରଦେଶର ପୁରୁଣାପାଟନା ସ୍ଥିତ ବାସଭବନ ସହ ନୁଆଗଡ ସରକାରୀ କାର୍ଯ୍ୟାଳୟରେ ଏକ ସଙ୍ଗେ ଆରମ୍ଭ ହୋଇଛି ଚଢ଼ାଉ ।
ଗଣେଶ ପ୍ରଧାନଙ୍କ ୪ଟି ସ୍ଥାନରେ ଚାଲିଛି ଚଢଉ । ଭିଜିଲାନ୍ସର ପାଞ୍ଚ ଜଣିଆ ଟିମ ଏହି ଚଢଉ କରିଥିବା ସୂଚନା ରହିଛି । ନୁଆଗଡ ବ୍ଲକରୁ ଭିଜିଲାନ୍ସ ଟିମ ଗଣେଶ ପ୍ରଧାନଙ୍କୁ ଉଠାଇ ନେଇ ଥିବା ସୂଚନା ବେଳେ ଭଡା ଘରୁ ୧୪୩ ଗ୍ରାମରୂ ଅଧିକ ସୁନା ବହୁ ପରିମାଣରେ ରୂପା ସହ ଆନ୍ଦ୍ର ପ୍ରଦେଶ ର ୭ରୂ ଅଧିକ ପ୍ଲଟ କିଣିଥିବାର ଦଲିଲ ହସ୍ତଗତ ହୋଇଥିବା ସୂଚନା ରହିଛି ।
ଏଥିସହ ୨୬ ହଜାର ଟଙ୍କା ନଗତ ସୁଜିକି ଏସପ୍ରେସୋ କାର ଓ କିଛି ବ୍ୟାଙ୍କ ଖାତା ଜବତ ହୋଇ ଥିବା ସୂଚନା ମିଳିଛି । ଚଢଉ ପରେ ସମସ୍ତ ସମ୍ପତି ତାଲିକା ଆକଳନ କରିବା ପରେ ସଠିକ ମୂଲ୍ୟ କହି ହେବ ବୋଲି ଭିଜିଲାନ୍ସ ଟିମ କହିଛି